fbpx

କଶ୍ମୀରରେ ପ୍ରତିଷ୍ଠା ହୋଇଥାନ୍ତା ଶାନ୍ତି! ୨୨ ବର୍ଷ ପୂର୍ବେ ଭାରତ-ପାକିସ୍ତାନ ମଧ୍ୟରେ କ’ଣ ଘଟିଥିଲା, ବାଜପେୟୀ-ମୁଶରଫ କରିବାକୁ ଯାଉଥିଲେ ଏକ ଐତିହାସିକ ଚୁକ୍ତି

ନୂଆଦିଲ୍ଲୀ: ଆଜି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫ ୭୯ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି । ତେବେ ଏହି ଅବସରରେ ମୁଶାରଫଙ୍କ କାର୍ଯ୍ୟକାଳରେ ଭାରତ ସହ ଜଡ଼ିତ କିଛି ପ୍ରସଙ୍ଗ ସ୍ମୃତି ଏବେ ଲେଉଟିବାରେ ଲାଗିଛି । ସେଥିମଧ୍ୟରୁ ଗୋଟିଏ ବଡ଼ ସମସ୍ୟା ହେଉଛି କଶ୍ମୀର ସମସ୍ୟା । ଏହା ହେଉଛି ଗତ ୨୦୦୧ ମସିହାର କାହାଣୀ । ସେ ସମୟରେ ମୁଶରଫ ଓ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବାଜପେୟୀ ଏକ ଐସିହାସିକ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷର କରିବାକୁ ଯାଉଥିଲେ । ମାତ୍ର କୌଣସି କାରଣରୁ ତାହା ସମ୍ଭବ ହୋଇ ପାରିନଥିଲା ।

ତେବେ ସେ ସମୟରେ କଶ୍ମୀର ସମସ୍ୟା ଉପରେ ଆଧାରିତ ଚୁକ୍ତିକୁ ଯଦି ବାଜପେୟୀ-ମୁଶରଫ ସମାଧାନ କରିଦେଇଥାନ୍ତେ, ଦୀର୍ଘ ବର୍ଷ ପର୍ଯ୍ୟନ୍ତ ହୁଏତ କଶ୍ମୀର ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ ହୋଇ ରହି ନଥାନ୍ତା । ଏଥିସହିତ ୩୭୦ ଧାରା ମଧ୍ୟ ହଟାଇବାକୁ ପଡ଼ିନଥାନ୍ତା । ଏଥିସହିତ ବହୁ ଧନଜୀବନ ଅଯଥାରେ ହାନୀ ମଧ୍ୟ ହୋଇନଥାନ୍ତା । କଶ୍ମୀର ସମସ୍ୟାର ସମାଧାନ ପାଇଁ ମୁଶରଫ ଏକ ସ୍ପେଶାଲ ଫର୍ମୂଲା ନେଇ କରି ଆସିଥିଲେ । ମୁଶରଫଙ୍କୁ କାରଗିଲ ଯୁଦ୍ଧର ମୁଖ୍ୟ କାର୍ପଟଦାର କୁହାଯାଉଥିଲେ ହେଁ ତାଙ୍କ ନେତୃତ୍ୱରେ କଶ୍ମୀର ସମସ୍ୟା ଉପରେ ବାଜପେୟୀ ଏକ ବଡ଼ ଚୁକ୍ତି ସ୍ୱାକ୍ଷର କରିବାକୁ ଯାଉଥିଲେ ।

ମୁଶରଫ ନିଜ ଜୀବନୀ ‘ଇନ ଦି ଲାଇନ୍ ଅଫ୍ ଫାୟର’ରେ ଲେଖିଛନ୍ତି, ବର୍ଷ ୨୦୦୧ରେ ଗୁଜରାଟ ଭୂକମ୍ପ ପରେ ତାଙ୍କୁ ଏପରି ଅନୁଭବ ହୋଇଥିଲା, ‘ଏହା ହେଉଛି ହେଉଛି ଏପରି ଏକ ସୁଯୋଗ, ଏହି ସମୟରେ ଦୁଇ ଦେଶର ସମ୍ପର୍କର ବରଫକୁ ମୁକ୍ତ କରାଯାଇପାରେ ।’ ମୁଶରଫ ଭାରତର ପିଏମ ଅଟଳ ବିହାରୀ ବାଜପେୟୀଙ୍କୁ ଫୋନ କରିଥିଲେ ଓ ଭୂକମ୍ପ ପ୍ରଭାବିତଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ । ‘ଏହା ଦ୍ୱାରା ବରଫ ତରଳି ଯାଇଥିଲା ଓ ଭାରତ ଆସିବାକୁ ନିମନ୍ତ୍ରଣ ମିଳିଥିଲା’ ବୋଲି ମୁଶରଫ ଲେଖିଛନ୍ତି ।

୨୦୨୧ ଜୁଲାଇରେ ପାକିସ୍ତାନ ରାଷ୍ଟ୍ରପତି ଭାରତ ଆସିଥିଲେ । ଭାରତ ଓ ପାକିସ୍ତାନ ଦ୍ୱିପାକ୍ଷିକ ବାର୍ତ୍ତା ପାଇଁ ଐତିହାସିକ ସହର ଆଗ୍ରାକୁ ଚୟନ କରାଯାଇଥିଲା । ଭାରତ ପକ୍ଷରୁ ପିଏମ୍ ବାଜପେୟୀ ଏହି ଐତିହାସିକ ବୁଝାମଣାର ନେତୃତ୍ୱ ନେଉଥିବା ବେଳେ ପାକିସ୍ତାନ ପକ୍ଷରୁ ରାଷ୍ଟ୍ରପତି ମୁଶରଫ ନେଉଥିଲେ । କୁହାଯାଉଛି, ପିଏମ୍ ବାଜପେୟୀ ଏହି ବୁଝାମଣାକୁ ନେଇ ସିଦ୍ଧାନ୍ତ ରୂପେ ସ୍ୱୀକାର କରିନେଇଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି, ବୁଝାମଣା ଫେଲ୍ କେମିତି ହୋଇଗଲା । ଏନେଇ ଭାରତ-ପାକ୍ ଦୁଇ ରାଷ୍ଟ୍ରର ନିଜ ନିଜର ତର୍କ ରହିଛି ।

ମୁଶରଫ କହିଛନ୍ତି, ଆଗ୍ରା ଘୋଷଣାପତ୍ରରେ ମୁଁ, ପିଏମ୍ ବାଜପେୟୀ, ଭାରତର ବୈଦେଶିକ ମନ୍ତ୍ରୀ ଯଶୱନ୍ତ ସିଂହ, ଓ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ମିଶି ଘୋଷଣାପତ୍ରକୁ ପ୍ରସ୍ତୁତ କରି ରଖିଥିଲୁ । ମାତ୍ର ଆମେ ଘୋଷଣାପତ୍ର ଉତ୍ସବକୁ ଯାଉନାହେଁ ବୋଲି ବୈଦେଶିକ ମନ୍ତ୍ରୀ କହିଥିଲେ । କାରଣ ଏହାକୁ ରିଜେକ୍ଟ କରାଯାଇଥିଲା । ଆମେ ପୁଣି ଥରେ ଘୋଷଣାପତ୍ର ପ୍ରସ୍ତୁତ କରିଥିଲୁ । ମାତ୍ର କିଛି ଘଣ୍ଟା ମଧ୍ୟରେ ମୋର ଶିଡ୍ୟୁଲ ବଦଳି ଯାଇଥିଲା । ଏହାକୁ ଖାରଜ କରିଦିଆଯାଇଥିଲା । ଭାରତର କ୍ୟାବିନେଟ ଏହାକୁ ଖାରଜ କରିଦେଇଥିବା ମୋତେ କୁହାଯାଇଥିଲା ।

ତେବେ କୁହାଯାଉଛି, ମୁଶରଫଙ୍କ ଫେସ ଭାଲ୍ୟୁକୁ ନେଇ ବାଜପେୟୀ ରିସ୍କ ଉଠାଇବାକୁ ଚାହୁଁ ନଥିଲେ । କାରଣ ମୁଶରଫ ହିଁ କିଛି ଦିନ ପୂର୍ବରୁ କାରଗିଲ ଯୁଦ୍ଧ କରାଇଥିଲେ । ଏଥିସହିତ ଭାରତ ମୁଶରଫ ସରକାର ଉପରେ ଭରସା କରିପାରିନଥିଲା । ଆଗ୍ରା ସମିଟ ଫେଲ ହେବାର କାରଣ ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କୀ ଦାଉଦ ଇବ୍ରାହିମ ବୋଲି କୁହାଯାଉଛି । ଭାରତ ଏହି ଐତିହାସିକ ବୁଝାମଣା ସହିତ ପାକିସ୍ତାନ ଠାରୁ ଦାଉଦ ଉପରେ କିଛି ଗ୍ୟାରେଣ୍ଟି ନେବାକୁ ଚାହୁଁଥିଲା ।

Get real time updates directly on you device, subscribe now.