U19 World Cup: ଭାରତ ରେକର୍ଡ 10ମ ଧର ଫାଇନାଲରେ ମାରିଲା ଏଣ୍ଟ୍ରି, ସେମିଫାଇନାଲରେ ଆଫଗାନିସ୍ତାନକୁ 7 ୱିକେଟରେ ହରାଇଲା
ଭାରତ ରେକର୍ଡ 10ମ ଧର ଫାଇନାଲରେ ମାରିଲା ଏଣ୍ଟ୍ରି ।
ନୂଆଦିଲ୍ଲୀ: ଅଣ୍ଡର-19 ୱାର୍ଲ୍ଡ କପ୍ 2026ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଆଉ ଏକ ଐତିହାସିକ ବିଜୟ ହାସଲ କରିଛି। ଆଫଗାନିସ୍ତାନକୁ 7 ୱିକେଟରେ ହରାଇ ଭାରତ ଫାଇନାଲରେ ଏଣ୍ଟ୍ରି ମାରିଛି।
311 ରନର ବଡ଼ ଟାର୍ଗେଟକୁ ପିଛା କରି ଭାରତୀୟ ଦଳ 41.1 ଓଭରରେ 3 ୱିକେଟ ହରାଇ ମ୍ୟାଚରେ ବିଜୟ ହାସଲ କରିଛି। ଏହି ବିଜୟରେ ଏରନ୍ ଜର୍ଜଙ୍କ ଶାନଦାର ଶତକ ଓ ୱୈଭବ ସୂର୍ୟବଂଶୀଙ୍କ ଅର୍ଦ୍ଧଶତକ ମୁଖ୍ୟ ଭୂମିକା ନେଇଛି।
ଆଫଗାନିସ୍ତାନର ଚମତ୍କାର ବ୍ୟାଟିଂ
ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ଦଳ 4 ୱିକେଟ ହରାଇ 310 ରନ କରିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଏହା ପ୍ରଥମ ଥର ଥିଲା, ଯେଉଁଥିରେ କୌଣସି ଦଳ ଭାରତ ବିରୁଦ୍ଧରେ 200+ ସ୍କୋର କରିପାରିଥିଲା।ଆଫଗାନିସ୍ତାନର ବ୍ୟାଟସମାନମାନେ ଆତ୍ମବିଶ୍ୱାସ ସହ ଖେଳି ଭାରତୀୟ ବୋଲରଙ୍କୁ ଏକ ବଡ଼ ଚ୍ୟାଲେଞ୍ଜ ଦେଇଥିଲେ। ଭାରତ କେବଳ 3 ୱିକେଟ ହରାଇ ମ୍ୟାଚ୍ ସମାପ୍ତ କରିଥିଲା
ଫାଇନାଲରେ ଇଂଲଣ୍ଡ ସହ ଟକ୍କର
ଏହି ମ୍ୟାଚ୍ ଜିତିବା ପରେ ଭାରତ ଫାଇନାଲରେ ଇଂଲଣ୍ଡ ସହ ମୁକାବିଲା କରିବ। ଇଂଲଣ୍ଡ ପୂର୍ବରୁ ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାଜିତ କରି ଫାଇନାଲରେ ପହଞ୍ଚିଛି।
ରେକର୍ଡ 6 ଥର ପାଇଁ ଟାଇଟଲ ନିଜ ନାଁରେ କରିବାକୁ ଭାରତର ଆଉ ଏକ ପଦକ୍ଷେପ
ଅପରାଜିତ ଭାରତୀୟ ଦଳ ଏବେ ରେକର୍ଡ 6 ଥର ଅଣ୍ଡର-19 ୱାର୍ଲ୍ଡ କପ୍ ଟ୍ରଫି ଜିତିବା ଦିଗରେ ଆଉ ଏକ ପଦକ୍ଷେପ ନେଇଛି।
ଭାରତ ପୂର୍ବରୁ 2000, 2008, 2012, 2018 ଓ 2022 ମସିହାରେ ଏହି ଟାଇଟଲ ଜିତିଛି, ଯାହା ସବୁଠାରୁ ଅଧିକ।
ଅନ୍ୟପଟେ, ଆଫଗାନିସ୍ତାନ ଦଳ ମଧ୍ୟ ଟୁର୍ଣ୍ଣାମେଣ୍ଟରେ ଶାନଦାର ପ୍ରଦର୍ଶନ କରି ସେମିଫାଇନାଲ ପର୍ଯ୍ୟନ୍ତ ପହଞ୍ଚିଥିଲା ଏବଂ ସମସ୍ତଙ୍କ ମନ ମଧ୍ୟ ଜିତିଛି।
