fbpx

INDvNZ 2nd T20I: ରୋମାଞ୍ଚକର ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୬ ୱିକେଟରେ ହରାଇଲା ଭାରତ, ସିରିଜ ୧-୧ରେ ବରାବର

ନୂଆଦିଲ୍ଲୀ: ରବିବାର ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୬ ୱିକେଟରେ ପରାସ୍ତ କରିଛି। ଏହା ସହ ଭାରତୀୟ ଦଳ ମଧ୍ୟ ସିରିଜକୁ ୧-୧ରେ ସମାନ କରିଛି। ଚାରିଟି ୱିକେଟ୍ ହରାଇ ୧୯.୫ ଓଭରରେ ଟିମ୍ ଇଣ୍ଡିଆ ଲକ୍ଷ୍ୟ ହାସଲ କରିଛି। ବ୍ୟାଟିଂ ପାଇଁ ଏକ କଷ୍ଟଦାୟକ ପିଚରେ ସୂର୍ଯ୍ୟକୁମାର ଯାଦବ ସଂଯମତା ପ୍ରଦର୍ଶନ କରି ଅପରାଜିତ ୨୬ ରନ ସ୍କୋର କରିଥିବାବେଳେ ଇଶାନ କିଶନ ୧୯ ରନର ଇନିଂସ ଖେଳିଥିଲେ। କିୱି ଦଳ ପାଇଁ ମାଇକେଲ ବ୍ରେସୱେଲ ଏବଂ ଇଶ ସୋଡି ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ମାତ୍ର ୯୯/୮ ସ୍କୋର କରିଥିଲା। କୌଣସି କିୱି ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ପାରି ନଥିଲେ। କ୍ୟାପଟେନ ମିଚେଲ ସାଣ୍ଟନର୍ ଅପରାଜିତ ଥିବାବେଳେ ୧୯ ରନ୍ ସ୍କୋର କରିଥିଲେ ଏବଂ ଦଳର ଶ୍ରେଷ୍ଠ ସ୍କୋରର ହୋଇଥିଲେ। ଭାରତ ପାଇଁ ଅର୍ଶଦୀପ ସିଂ ଦୁଇଟି ୱିକେଟ୍ ନେଇଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା, ଦୀପକ ହୁଡା, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।

ଏହାପୂର୍ବରୁ ମିଚେଲ ସାଣ୍ଟନର୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଭାରତ ଏକାଦଶରେ ଉମ୍ରାନ ମଲିକଙ୍କ ସ୍ଥାନରେ ଭାରତ ୟୁଜଭେନ୍ଦ୍ର ଚହଲଙ୍କୁ ସାମିଲ କରିଥିବାବେଳେ କିୱି ଦଳ କୌଣସି ପରିବର୍ତନ ନକରି ପଡିଆକୁ ଓଲ୍ହାଇଥିଲା।

Get real time updates directly on you device, subscribe now.