fbpx

ଦିନକରେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ, ୧୭ ଲକ୍ଷ ପାର୍ କଲା ଆକ୍ଟିଭ୍ କେସ୍; ଓମିକ୍ରନ ମାମଲା ୯ ହଜାର ମୁହାଁ

ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟାରେ ୨ଲକ୍ଷ ୩୮ ହଜାର ୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୂର୍ବ କରୋନା ରିପୋର୍ଟ ଅର୍ଥାତ୍ ରବିବାର ଦିନ ତୁଳନାରେ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ୭୧ କମ୍ ରହିଛି । ଏହାକୁ ମିଶାଇ ଦେଶରେ ସକ୍ରିୟ ମାମଲା ୧୭ ଲକ୍ଷ ପାର୍ କରିଛି । ସକ୍ରିୟ ମାମଲା ବା ଆକ୍ଟିଭ୍ କେସ୍ ୧୭ ଲକ୍ଷ ୩୬ ହଜାଅର ୬୨୮ ହୋଇଯାଇଛି । ସେହିପରି ୨୪ ଘଣ୍ଟାରେ ୩୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୬ ହଜାର ୭୬୧ ହୋଇଯାଇଛି ।

ଅନ୍ୟପଟେ ସୁସ୍ଥ ହେଲେଣି ୩ କୋଟି ୫୩ ଲକ୍ଷ ୯୪ ହଜାର ୮୮୨ ଜଣ ଆକ୍ରାନ୍ତ । ୨୪ ଘଣ୍ଟାରେ ୧ ଲକ୍ଷ ୫୭ ହଜାର ୬୨୮ ଜଣ ସୁସ୍ଥ ହୋଇଛନ୍ତି । ଦୈନିକ ପଜିଟିଭ୍ ହାର ୧୪.୪୩ % ରହିଛି ।

ଏହା ବ୍ୟତୀତ ଦେଶରେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୯ ହଜାର ମୁହାଁ ହୋଇଛି । ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୮ହଜାର ୮୯୧ ରହିଛି ।

Get real time updates directly on you device, subscribe now.