fbpx

ବୁଲା କୁକୁର ଥିବା ଦେଶ ତାଲିକାରେ ଭାରତ ଦ୍ୱିତୀୟ: ଏହି ଦେଶରେ ନାହାନ୍ତି ଗୋଟିଏ ବି କୁକୁର

ନୂଆଦିଲ୍ଲୀ: ଦେଶରେ କୁକୁର ଆକ୍ରମଣ ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କିଛି ଦିନ ତଳେ ରାଜଧାନୀ ଦିଲ୍ଲୀରେ ବୁଲା କୁକୁର ଆକ୍ରମଣରେ ଦୁଇ ଭାଇଙ୍କର ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଥିଲା । ତେବେ ଏହାପରେ ଭାରତର ବୁଲାକୁକୁର ସଂଖ୍ୟାକୁ ନେଇ ଏକ ତଥ୍ୟ ସାମନାକୁ ଆସିଛି । ରାସ୍ତାରେ ବୁଲା କୁକୁର ଦେଖାଯାଉଥିବା ଦେଶମାନଙ୍କ ଭିତରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ତେବେ ଏମିତି ଏକ ଦେଶ ମଧ୍ୟ ରହିଛି ଯେଉଁଠି ଗୋଟିଏ ବି ବୁଲା କୁକୁର ଦେଖିବାକୁ ମିଳନ୍ତି ନାହିଁ ।

ଷ୍ଟେଟ ଅଫ ପେଟ୍ ହୋମଲେସନେସ ଇଣ୍ଡେକ୍ସ ତରଫରୁ ଜାରି ହୋଇଥିବା ଏକ ରିପୋର୍ଟ ଅନୁସାରେ, ଭାରତରେ ପ୍ରାୟ ୬.୨ କୋଟି ଷ୍ଟ୍ରେ ଡଗ୍ ଏବଂ ୯୧ ଲକ୍ଷ ବିଲେଇ ରହିଛନ୍ତି । ଏହାବ୍ୟତୀତ ୮୮ ଲକ୍ଷ ଷ୍ଟ୍ରିଟ ଡଗ୍ସ ସେଲ୍ଟର ରୁମରେ ରହୁଥିବା ମଧ୍ୟ ରିପୋର୍ଟରୁ ଜାଣିବାକୁ ମିଳିଛି । ଏହାଦ୍ୱାରା ଦେଶରେ ରେବିଜର ବିପଦ ବଢିବାରେ ଲାଗିଥିବା ବେଳେ ଏଥିରେ ମୃତ୍ୟ ମାମଲାରେ ଦେଶ ସବୁଠୁ ଆଗରେ ରହିଛି । ରିବେଜ ମାମଲାରେ ବାର୍ଷିକ ୨୧ ହଜାର(ପୃଥିବୀର ୩୬ ପ୍ରତିଶତ) ମୃତ୍ୟୁ ହେଉଥିବା ନେଇ ୨୦୨୧ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଦେଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ପୃଥିବୀରେ ପ୍ରାୟ ୨୦୦ ମିଲିୟନ ବୁଲା କୁକୁର ରହିଛନ୍ତି । ତେବେ ବୁଲା କୁକୁର ସଂଖ୍ୟା ତାଲିକାରେ ଚୀନରେ ସର୍ବାଧିକ ୭.୫ ବୁଲା କୁକୁର ରହିଥିବା ବେଳେ ଭାରତ ୬.୨ କୋଟି ସହ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ତୃତୀୟରେ ଆମେରିକା ୪.୮ କୋଟି ଏବଂ ମେକ୍ସିକୋରେ ଏହି ସଂଖ୍ୟା ୭୪ ଲକ୍ଷ ରହିଛି ।

ତେବେ ଏହି ତାଲିକାରେ ନେଦରଲାଣ୍ଡ ଏକମାତ୍ର ଦେଶ, ଯେଉଁ ଦେଶର ରାସ୍ତାରେ ବୁଲା କୁକୁର ଦେଖିବାକୁ ମିଳନ୍ତି ନାହିଁ । ଏହି ଦେଶରେ କଲେକ୍ଟ, ନ୍ୟୁଟର, ଭ୍ୟାକ୍ସିନେଟ ଏବଂ ରିଟର୍ଣ୍ଣ(ସିଏନଭିଆର) ନାମକ ଏକ ପ୍ରୋଗ୍ରାମ ଯୋଗୁଁ ଦେଶରେ ବୁଲା କୁକୁରଙ୍କ ସଂଖ୍ୟା ଶୂନକୁ ଆସିପାରିଛି । କୁକୁରମାନଙ୍କୁ ଧରି ସେମାନଙ୍କୁ ନସବନ୍ଦୀ କରିବା ସହ ଭ୍ୟାକ୍ସିନେସନ କରାଯାଏ ଏବଂ ପରେ ଏହାକୁ ଛାଡି ଦିଆଯାଏ । ତେବେ ଏହା ବୁଲା କୁକୁରଙ୍କ ସଂଖ୍ୟା କମ୍ କରିବାର ଏକମାତ୍ର ଉପାୟ ବୋଲି ଆନିମଲ ପ୍ରୋଟେକ୍ସନ ଏଜେନ୍ସି ମଧ୍ୟ ଗ୍ରହଣ କରିଛି । ଏହି ଯୋଜନା ପରଠାରୁ ନେଦରଲାଣ୍ଡରେ ଧିରେ ଧିରେ ବୁଲା କୁକୁରଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଥିଲା । ବର୍ତ୍ତମାନ ଏହି ସଂଖ୍ୟାରେ ୦ରେ ପହଞ୍ଚିଛି ।

Get real time updates directly on you device, subscribe now.