ଓଡିଶା ଭାସ୍କର: ଭାରତକୁ ଟକ୍କର ଦେବାରେ ବିଫଳ ହେଲା ଇଂଲଣ୍ଡ। ଶତପ୍ରଚେଷ୍ଟା ପରେ ବି ଫେଲ ମାରିଲା ଇଂଲଣ୍ଡର ରଣନୀତି। ଫାଇନାଲ ଟ୍ରପି ହାତେଇବା ଆଶା ମଉଳିଲା। କମାଲ କଲେ ଭାରତୀୟ ବୋଲର।
ବଦଲା ନେଲା ଭାରତ। ଇଂଲଣ୍ଡକୁ ଧୂଳି ଚଟଇଲା। ଭାରତ ଦ୍ବାରା ଟାର୍ଗେଟ ରନକୁ କରିପାରିଲା ନାହିଁ ଇଂଲଣ୍ଡ। ଶେଷ ଓଭରରେ ପଲଟିଗଲା ମ୍ଯାଚ। ଧଡାଧଡ ଖସିଲା ୱିକେଟ୍। ଭାରତ ତରଫରୁ ଅର୍ଶଦୀପ, ବୁମରାହ, ବରୁଣ ଓ ଅକ୍ସର ପଟେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ଯା ସର୍ବାଧିକ 2ଟି ୱିକେଟ ନେଇଥିଲେ।
ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ବିତୀୟ ସେମିଫାଇନାଲ ମ୍ଯାଚ ଖେଳାଯାଉଥିଲା। ଏଥିରେ ଇଂଲଣ୍ଡ ଟସ ଜିତି ବୋଲିଙ୍ଗ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ଭାରତ ତରଫରୁ ଓପନିଙ୍ଗ କରିବା ପାଇଁ ସଞ୍ଜୁ ସାମସନଙ୍କ ସହିତ ଅଭିଷେକ ଶର୍ମା ଆସିଥିଲେ। ଅଭିଷେକ ୭ ବଲରେ ୯ ରନ କରି ଆଉଟ ହୋଇଥିଲେ। ମାତ୍ର ସଞ୍ଜୁ ସାମସନ ଅନେକ ସମୟ ରହି 89ରନର ଲମ୍ବା ସ୍କୋର କରିଥିଲେ। ଯାହାକି ଭାରତକୁ ସହଜ ବିଜୟ ଦେବାରେ ସାହାଯ୍ଯ କରିଥିଲା।
ଏହାସହ ଶିବମ ଦୁବେ ୪୩, ଇଶାନ କିଷାନ ୩୯ ରନ କରିଥିଲେ। ଖେଳ ଶେଷକୁ ଭାରତ ୨୦ ଓଭରରେ ୭ ୱିକେଟ ହରାଇ ୨୫୩ ରନ କରିଥିଲା। ମାତ୍ର ଇଂଲଣ୍ଡ 246 ରନ କରିପାରିଥିଲା। ଏହାସହ ଭାରତର 7ରନ ରେ ଜିତି ଫାଇନାଲରେ ପହଞ୍ଚିଥିଲା।ସୂଚନାଯୋଗ୍ଯ ଯେ ଆସନ୍ତା ରବିବାରେ ଭାରତ ଓ ନ୍ଯୁଜିଲ୍ଯାଣ୍ଡ ମଧ୍ୟରେ ଫାଇନାଲ ଲଢେଇ ଖେଳାଯିବ।
