ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଦେଶ ମଧ୍ୟ କରିପାରିବେ ନାହିଁ ଏଭଳି ରେକର୍ଡ; ଭାରତ ଏକ ମାତ୍ର ଦେଶ ଏହି ରେକର୍ଡ କରି ଇତିହାସ ସୃଷ୍ଟି କରିଛି…

ଭାରତର ପାଇଁ ଗୌରବ ଆଣିଥିଲେ କପିଲ ଦେବ...

ଓଡିଶା ଭାସ୍କର: କ୍ରିକେଟ ଇତିହାସରେ ଭାରତର ଏକ ବିରଳ ରେକର୍ଡ ରହିଛି। ଯାହାକୁ ନ୍ଯୁଜଲ୍ଯାଣ୍ଡ, ଅଷ୍ଟ୍ରେଲିଆ ଏପରିକି ଇଂଲଣ୍ଡ ଖେଳାଳି ମଧ୍ଯ ସହଜରେ କାଟି ପାରିବେ ନାହିଁ। ଏପରିକି ଭବିଷ୍ଯତରେ ଏହା କେବେ ମଧ୍ୟ ସମ୍ଭବ ହେବ ନାହିଁ।

ଭାରତ କ୍ରିକେଟରେ ଏମିତି ଏକ ବିରଳ ରେକର୍ଡ ହାସଲ କରିଛି ଯାହା ଇଂଲଣ୍ଡ ଚାହିଁଲେ କେବେ ମଧ୍ୟ ହାସଲ କରିପାରିବେ ନାହିଁ । ଭବିଷ୍ୟତରେ ଭାରତର ଏହି ରେକର୍ଡକୁ କାଟିବା ଇଂଲଣ୍ଡ ନା ଅଷ୍ଟ୍ରେଲିଆ କୌଣସି ଦଳ ପକ୍ଷରେ ସମ୍ଭବ ନୁହେଁ । କେବଳ ୱେଷ୍ଟଇଣ୍ଡିଜ ଚାହିଁଲେ ଇତିହାସର ପୁନରାବୃତ୍ତି କରିପାରିବ ଅର୍ଥାତ ଏହି ରେକର୍ଡକୁ ହାସିଲ କରିପାରିବ। ତେବେ କଣ ସେହି ରେକର୍ଡ ଆସନ୍ତୁ ଜାଣିବା।

ଭାରତର ଐତିହାସିକ ରେକର୍ଡ: ଭାରତ ଏକମାତ୍ର ଦେଶ ଯିଏ କି ,୬୦ ଓଭର, ୫୦ ଓଭର ଓ ୨୦ ଓଭର ବିଶ୍ୱକପରେ ବିଜୟୀ ହୋଇଛି । ୧୯୮୩ରେ ୬୦ ଓଭର ବିଶିଷ୍ଟ ବିଶ୍ୱକପରେ ଭାରତ କପିଲ ଦେବଙ୍କ ଅଧିନାୟକତ୍ୱରେ ବିଜୟୀ ହୋଇଥିଲା । ସେହିପରି ୨୦୦୭ରେ ଟି-ଟ୍ୱେଣ୍ଟି ବିଶ୍ୱକପରେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ବିଜୟୀ ହୋଇଥିଲା ଭାରତ । ଏହାସହ ୨୦୧୧ ମସିହାରେ ମଧ୍ୟ ୫୦ ଓଭର ବିଶିଷ୍ଟ ବିଶ୍ୱକପରେ ଭାରତ ଧୋନିଙ୍କ ନେତୃତ୍ୱରେ କପ ହାତେଇଥିଲା ।

୧୯୭୫ ମସିହାରେ ପ୍ରଥମ କରି ୬୦ ଓଭର ବିଶ୍ୱକପ ମ୍ୟାଚ ଖେଳାଯାଇଥିଲା । ପରେ ସମାନ ଭାବେ ୩ ଥର ବିଶ୍ୱକପ ୬୦ ଓଭର ଖେଳାଯାଇଥିଲା । ୧୯୭୯ ଓ ୧୯୮୩ରେ ଶେଷ ଥର ପାଇଁ ଏହା ଖେଳାଯାଇଥିଲା । ଆଉ ଭାରତ ଅନ୍ତିମ ୬୦ ଓଭର ବିଶିଷ୍ଟ ବିଶ୍ୱକପରେ ଜୟଯୁକ୍ତ ହୋଇଥିଲା ।

୧୯୭୫ ବିଶ୍ୱକପରେ ଫାଇନାଲ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିଜୟୀ ହୋଇଥିଲା, ୧୯୭୯ରେ ମଧ୍ୟ ୱେଷ୍ଟଇଣ୍ଡିଜ ପୁଣି ଥରେ କପ ହାତେଇଥିଲା । ମାତ୍ର ଶେଷ ମ୍ୟାଚରେ ଅର୍ଥାତ ୧୯୮୩ରେ ଭାରତ ବିଜୟୀ ହୋଇଥିଲା।

ଖେଳର ନିୟମ ବଦଳାଇ ପରେ ୬୦ ଓଭର ବଦଳରେ ୫୦ ଓଭର ବିଶିଷ୍ଟ ମ୍ୟାଚ ଖେଳାଯାଇଥିଲା । ଏଣୁ ଭବିଷ୍ୟତରେ ଏଥିରେ ପରିବର୍ତ୍ତନ ହେବାରେ ନାଇଁ ଏଣୁ ଭାରତର ଏହି ରେକର୍ଡ ୱେଷ୍ଟଇଣ୍ଡିଜ ବ୍ୟତୀତ ଆଉ କେହି କାଟିପାରିବେ ନାହିଁ ।