fbpx

୨ ଦିନରେ ଚୀନ୍ ସୈନିକଙ୍କୁ ଫେରାଇଲା ଭାରତ, କିନ୍ତୁ ଚୀନକୁ ଲାଗିଗଲା ୮ ଦିନ

ନୂଆଦିଲ୍ଲୀ,୨୧ ।୧୦: ଲଦାଖରେ ଧରାଯାଇଥିବା ଚୀନ୍ ସୈନିକଙ୍କୁ ସୁରକ୍ଷିତ ଭାବେ ଫେରାଇଛି ଭାରତ । ଚୁମର ଡେମଚୌକ ଅଞ୍ଚଳରେ ବୁଲୁଥିବା ବେଳେ ଚୀନ୍ ସୈନ୍ୟଙ୍କୁ ଧରିଥିଲେ ଭାରତୀୟ ଯବାନ । ବାଟ ଭୁଲି ସୀମା ଭିତରକୁ ଚାଲି ଆସିଥିଲେ ସେହି ସୈନିକ । ମଙ୍ଗଳବାର ରାତିରେ ଚୁସୁଲର ମୋଲଦୋରେ ଚୀନ୍ ସୈନିକଙ୍କୁ ଫେରାଇଛି ଭାରତ । ମାତ୍ର ୨ ଦିନରେ ହିଁ ଭାରତ ସୈନିକଙ୍କୁ ଫେରାଇଥିବା ବେଳେ ଚୀନ୍ ଭାରତର ୫ ନାଗରିକଙ୍କୁ ଫେରାଇବାକୁ ୮ ଦିନ ସମୟ ନେଇଥିଲା ।

Get real time updates directly on you device, subscribe now.