fbpx

ବିିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଭାରତ

ଅହମ୍ମଦାବାଦ,୬ ।୩: ଇଂଲଣ୍ଡ ବିରୋଧ ଚତୁର୍ଥ ଟେଷ୍ଟ ମ୍ୟାଚରେ ବିଜୟ ହାସଲ କରିଛି ଭାରତ । ଇନିଂସ ଓ ୨୫ ରନରେ ଇଂଲଣ୍ଡକୁ ହରାଇଛି ଟିମ୍ ଇଣ୍ଡିଆ । ୩-୧ରେ ଟେଷ୍ଟ ସିରିଜରେ ଜିତିଛି ଭାରତ । ଇଂଲଣ୍ଡ ପ୍ରଥମ ଇନିଂସରେ ୨୦୫ ରନ କରିଥିବା ବେଳେ ଭାରତ ୩୬୫ ରନ୍ ହାସଲ କରିଥିଲା । ଇଂଲଣ୍ଡର ଦ୍ୱିତୀୟ ଇନିଂସ ୧୩୫ରେ ସୀମିତ ରହିଥିଲା । ୫ ୱିକେଟ ଲେଖାଏଁ ହାତେଇଛନ୍ତି ଅକ୍ଷୟ ପଟେଲ ଓ ଅଶ୍ୱିନୀ ।

ଆଜି ଭାରତୀୟ ଦଳ ଗତ କାଲିର ସ୍କୋର ୨୯୭/୭ରୁ ଆଗକୁ ଖେଳିଥିଲା । ଗତ କାଲି ୬୦ରନରେ ଅପରାଜିତ ଥିବା ଓ୍ବାସିଂଟନ ସୁନ୍ଦର ଅକ୍ଷର ପଟେଲଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଅକ୍ଷର ପଟେଲ ୪୩ ରନ କରି ରନଆଉଟ ହେବା ପରେ ବ୍ୟାଟିଂ କରିବାକୁ ଆସିଥିବା ଇଶାନ୍ତ ଶର୍ମା ଓ ମହମ୍ମଦ ସିରାଜ ଶୂନ ରନରେ ଆଉଟ ହୋଇଯାଇଥିଲେ । ଫଳରେ ୯୬ ରନ କରିଥିବା ସୁନ୍ଦର ଅଳ୍ପକେ ଶତକରୁ ବଂଚିତ ହୋଇଥିଲେ ।

ବିଜୟ ସହ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲକୁ ଯାଇଛି ଭାରତ । ୧୮ ଜୁନରୁ ଲର୍ଡସରେ ଖୋଳାଯିବ ବିଶ୍ୱ ଟେଷ୍ଟ ଚାମ୍ପଅନସିପ ଫାଇନାଲ । ନ୍ୟୁଜିଲ୍ୟାଣ୍ଡ ସହ ଫାଇନାଲ ଖେଳିବ ଭାରତ ।

Get real time updates directly on you device, subscribe now.