fbpx

ଭାରତରେ କରୋନାର ତୃତୀୟ ଲହରକୁ ଭାଙ୍ଗିବ ସମ୍ପୂର୍ଣ୍ଣ ସଟଡାଉନ୍‌: ଆମେରିକାର ମୁଖ୍ୟ ସ୍ୱାସ୍ଥ୍ୟ ପରାମର୍ଶଦାତା

ନୂଆଦିଲ୍ଲୀ,୮।୫: ଭାରତରେ କରୋନାର ଦ୍ୱିତୀୟ ଲହର ଏତେ ସଂଖ୍ୟା ବଢିଚାଲିଛି, ଯାହାକି ଆଉ କିଛି ଦିନ ଗଲେ ଆମେରିକା ସଂକ୍ରମଣକୁ ବି ପଛରେ ପକାଇଦେବ । ବର୍ତ୍ତମାନ ସଂକ୍ରମଣ ହାରରେ ବିଶ୍ୱରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଏହାରି ମଧ୍ୟରେ ସେପ୍ଟମ୍ବର ସୁଦ୍ଧା କରୋନାର ତୃତୀୟ ଲହର ଆସିବାକୁ ଯାଉଛି । ଏଭଳି ପରିସ୍ଥିତିରେ ଆମେରିକାର ସର୍ବୋଚ୍ଚ ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ବିଡେନ ପ୍ରଶାସନର ମୁଖ୍ୟ ମେଡିକାଲ ପରାମର୍ଶଦାତା ଡକ୍ଟର ଆନ୍ଥୋନୀ ଏସ ଫାଉସି କହିଛନ୍ତି ଯେ, ‘ କରୋନା ମହାମାରୀର ମୁକାବିଲା କରିବା ପାଇଁ ଭାରତରେ କିଛି ସପ୍ତାହ ସମ୍ପୂର୍ଣ୍ଣ ସଟ ଡାଉନ୍ କରିବା ଜରୁରୀ । ଶୃଙ୍ଖଳା ଭାଙ୍ଗିବା ପାଇଁ ଭାରତକୁ କିଛି ସପ୍ତାହ ବନ୍ଦ କରିବାକୁ ପଡିବ । ଏପରି କରିବା ଦ୍ୱାରା କରୋନା ମହାମାରୀକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ସମ୍ଭବ ହେବ । ଏହା ସହ ଟିକାକରଣ ସହ କରୋନାର ତୃତୀୟ ଲହରକୁ ଏଡାଯାଇପାରିବ ।’

ତେବେ ଦେଶରେ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୧୮୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩୮ ହଜାର ୨୭୦କୁ ବୃଦ୍ଧି ପାଇଛି । ଦିନକରେ ୪ ଲକ୍ଷ ୧ ହଜାର ୮୮ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୧୮ ଲକ୍ଷ ୯୨ ହଜାର ୬୭୬କୁ ବୃଦ୍ଧି ପାଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୭ ଲକ୍ଷ ୨୩ ହଜାର ୪୪୬ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୧ କୋଟି ୭୯ ଲକ୍ଷ ୩୦ ହଜାର ୯୬୦ରେ ପହଞ୍ଚିଛି । ୧୬ କୋଟି ୭୩ ଲକ୍ଷ ୪୬ ହଜାର ୫୪୪ ଜଣ ବର୍ତ୍ତମାନ ସୁଦ୍ଧା ଟିକା ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.