fbpx

Asia Cup: ହେବନି ଭାରତ-ପାକିସ୍ତାନ ମ୍ୟାଚ୍! ଫାଇନାଲ ପାଇଁ ଏହି ଦୁଇ ଟିମ ପ୍ରବଳ ଦାବିଦାର

ନୂଆଦିଲ୍ଲୀ: ଏସିଆ କପ୍-୨୦୨୨ରେ ଆସିଛି ଏକ ନୂଆ ଟ୍ୱିଷ୍ଟ । ଡ୍ରିମ ଫାଇନାଲରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ । ଉଭୟଙ୍କ ମଧ୍ୟରେ ଫାଇନାଲ ଖେଳିବା ହୁଏତ ଅସମ୍ଭବ ପରି ହୋଇଛି । ସୁପର-୪ରେ ଭାରତ ପ୍ରଥମ ୨ଟି ମ୍ୟାଚ ହାତଛଡା କରିସାରିବା ପରେ ଏଭଳି ପରିସ୍ଥିତି ଉପୁଜିଛି । ଗୋଟିଏ ପଟେ ଭାରତ ପରାଜୟର ଦ୍ୱାରଦେଶରେ ଥିବା ବେଳେ ଶ୍ରୀଲଙ୍କା ଏବଂ ପାକିସ୍ତାନ ଟେବୁଲର ଟପରେ ରହିଛନ୍ତି ।

ଭାରତ ଫାଇନାଲ ପାଇଁ କ୍ୱାଲିଫାଏ କରିବାର ଗୋଟିଏ ମାତ୍ର ବାଟ ଫାଙ୍କା ରହିଛି । ଆଫଗାନିସ୍ତାନକୁ ବଡ ବ୍ୟବଧାନରେ ହରାଇଲେ ଭାରତ ଫାଇନାଲରେ ପ୍ରବେଶ କରିପାରେ । କେବଳ ସେତିକି ନୁହେଁ ପାକିସ୍ତାନ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ନିକଟରୁ ପରାସ୍ତ ହେବା ମଧ୍ୟ ଭାରତ ପାଇଁ ନିହାତି ଜରୁରୀ । ତେବେ ସମସ୍ତ ପରିସ୍ଥିତିକୁ ଦୃଷ୍ଟି ଦେଲେ ଏହା ଏକପ୍ରକାର ଅସମ୍ଭବ ମନେ ହେଉଛି । ତେବେ ଶ୍ରୀଲଙ୍କା ଫାଇନାଲର ଖୁବ ନିକଟତର ହୋଇସାରିଛି ।

ଏହି ଫାଇନାଲ ପାଇଁ ଶ୍ରୀଲଙ୍କା ସବୁଠୁ ଭଲ ସ୍ଥିତିରେ ରହିଛି । ଏହାପରେ ପାକିସ୍ତାନ ମଧ୍ୟ ଫାଇନାଲକୁ ପ୍ରବେଶ କରିପାରେ ବୋଲି ଅନୁମାନ କରାଯାଉଛି । ତେଣୁ ଭାରତର ଫାଇନାଲ ଆଶା ଧିରେ ଧିରେ କ୍ଷୀଣ ହେବାରେ ଲାଗିଛି । ତେବେ ଏମିତି ହେଲେ ଭାରତ-ପାକିସ୍ତାନ ମଧ୍ୟରେ ଡ୍ରିମ ଫାଇନାଲ ମ୍ୟାଚ ପାଇଁ ସ୍ୱପ୍ନ ଦେଖୁଥିବା କ୍ରିକେଟପ୍ରେମୀଙ୍କୁ ଶକ୍ତ ଝଟକା ଲାଗିପାରେ । ଫାଇନାଲରେ ଶ୍ରୀଲଙ୍କା ଏବଂ ପାକିସ୍ତାନ ମୁହାଁମୁହିଁ ହୋଇପାରନ୍ତି ।

Get real time updates directly on you device, subscribe now.