fbpx

Asia Cup-2023ର ତାରିଖ ଘୋଷଣା! ଲର୍ଡସରେ ହୋଇପାରେ ଭାରତ-ପାକିସ୍ତାନ ମ୍ୟାଚ

ନୂଆଦିଲ୍ଲୀ: ବହୁ ବାଦ ବିବାଦ ମଧ୍ୟରେ ଏସିଆ କପ୍-୨୦୨୩ ଟୁର୍ଣ୍ଣାମେଣ୍ଟକୁ ନେଇ ଆସିଛି ଏକ ବଡ ଖବର । ପାକିସ୍ତାନ ଆୟୋଜକ ଭାବରେ ଏହି ଟୁର୍ଣ୍ଣର୍ାମେଣ୍ଟ ଆୟୋଜନ କରିବାକୁ ଯାଉଛି । ତେବେ ଭାରତର ପାକିସ୍ତାନ ନ ଯିବା ନିଷ୍ପତ୍ତି ପରେ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ତେବେ ଏହି ଟୁର୍ଣ୍ଣାମେଣ୍ଟ କେବେ ଏବଂ କେଉଠାରେ ଖେଳାଯିବ, ସେ ନେଇ ବର୍ତ୍ତମାନ ଏକ ବଡ ଖବର ଆସିଛି । ପାକିସ୍ତାନ ବ୍ୟତୀତ ଇଂଲଣ୍ଡର ଲର୍ଡସ ମଇଦାନକୁ ବିକଳ୍ପ ଭାବରେ ସାମିଲ କରିପାରେ ପାକିସ୍ତାନ କ୍ରିକେଟ ବୋର୍ଡ ।

ରିପୋର୍ଟ ଅନୁସାରେ, ଏସିଆ କପ୍-୨୦୨୩ର ମୁକାବିଲା ସେପ୍ଟେମ୍ବର ୨ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇପାରେ । ତେବେ ଏ ନେଇ ପିସିବିର ଅଧ୍ୟକ୍ଷ ନଜମ ସେଠୀ କହିଛନ୍ତି ଯେ, ଆଗାମୀ ୨-୩ ଦିନ ମଧ୍ୟରେ ଏସିଆ କପ ପାଇଁ ନୂଆ ଭେନ୍ୟୁ ଉପରେ ମଧ୍ୟ ନିଷ୍ପତ୍ତି ନିଆଯିବ । ତେବେ ଏହି ଟୁର୍ଣ୍ଣାମେଣ୍ଟ ହାଇବ୍ରିଡ ମଡେଲ ଅନୁସାରେ ଖେଳାଯିବ । ଟୁର୍ଣ୍ଣାମେଣ୍ଟର ୫ଟି ମ୍ୟାଚ ପାକିସ୍ତାନରେ ହେବାକୁ ଥିବା ବେଳେ ଏହାପରେ ଅନ୍ୟ ସମସ୍ତ ମ୍ୟାଚ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳାଯିବ ବୋଲି ନଜମ ସେଠୀ ପ୍ରକାଶ କରିଛନ୍ତି । ପାକିସ୍ତାନ ବ୍ୟତୀତ ଶ୍ରୀଲଙ୍କା କିମ୍ବା ୟୁଏଇରେ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟର କିଛି ମ୍ୟାଚ ଖେଳାଯାଇପାରେ । ତେବେ ଯଦି ଟିମ୍ ୟୁଏଇରେ ଖେଳିବା ପାଇଁ ରାଜି ନ ହୁଅନ୍ତି, ତେବେ ଏହା ଇଂଲଣ୍ଡର ଲର୍ଡସ ମଇଦାନକୁ ସ୍ଥାନାନ୍ତର କରାଯିବା ନେଇ ଯୋଜନା ମଧ୍ୟ ରହିଛି ।

ନଜମ ସେଠୀ କହିଛନ୍ତି ଯେ, ୟୁଏଇର ଅଧିକାରୀ ବର୍ତ୍ତମାନ ଭାରତରେ ରହିଛନ୍ତି । ଏସିଆ କପର ମ୍ୟାଚଗୁଡିକ ସେଠାରେ ଅନୁଷ୍ଠିତ ହେଉ ବୋଲି ମଧ୍ୟ ସେମାନେ ଚାହୁଁଛନ୍ତି । କିନ୍ତୁ ଅସହ୍ୟ ଗରମକୁ ନଜରରେ ରଖି ସେଠାରେ ମ୍ୟାଚ ଖେଳିବା କଷ୍ଟକର ହୋଇପାରେ । ତେଣୁ ପିସିବି ଏହି ଟୁର୍ଣ୍ଣାମେଣ୍ଟ ପାଇଁ ହାଇବ୍ରିଡ ମଡେଲର ଏକ ବିକଳ୍ପ ମଧ୍ୟ ପ୍ରସ୍ତୁତ କରିଛି । ତେଣୁ ଖୁବଶୀଘ୍ର ଏସିଆ କପ୍-୨୦୨୩ର ଫାଇନାଲ ସୂଚୀ ପ୍ରକାଶ ପାଇବ ।

Get real time updates directly on you device, subscribe now.