ସଞ୍ଜୁ ଫେରିଲେ! ଏହି ଖେଳାଳି ଟିମ୍ରୁ ବାହାର
ରିପୋର୍ଟସ୍ ଅନୁଯାୟୀ, ଭାରତୀୟ ଦଳରେ ଏକ ବଡ଼ ପରିବର୍ତ୍ତନ ହୋଇପାରେ। ଦଳକୁ ସଞ୍ଜୁ ସାମସନଙ୍କ ପ୍ରତ୍ୟାବର୍ତ୍ତନ ନେଇ ଖବର ଆସୁଛି
ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟି-୨୦ ମ୍ୟାଚ ବ୍ରିଷ୍ଟଲ୍ରେ ଖେଳାଯିବ। ଏହି ମୁକାବିଲାରେ ଭାରତକୁ ଯେକୌଣସି ପରିସ୍ଥିତିରେ ଜିତିବାକୁ ପଡ଼ିବ। କାରଣ ଯଦି ସେଠାରେ ହାର ମିଳେ, ତେବେ ସିରିଜ ହାତରୁ ଚାଲିଯିବ। ତେବେ ଏଠି ପ୍ରଶ୍ନ ଉଠୁଛି ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ କେଉଁ ପ୍ଲେଇଂ ଇଲେଭେନ୍ ସହ ପଡ଼ିଆକୁ ଓହ୍ଲାଇବ?
ରିପୋର୍ଟସ୍ ଅନୁଯାୟୀ, ଭାରତୀୟ ଦଳରେ ଏକ ବଡ଼ ପରିବର୍ତ୍ତନ ହୋଇପାରେ। ଦଳକୁ ସଞ୍ଜୁ ସାମସନଙ୍କ ପ୍ରତ୍ୟାବର୍ତ୍ତନ ନେଇ ଖବର ଆସୁଛି। ଯଦିଓ ଏହି ଖବର ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ ବ୍ୟାଟରମାନଙ୍କ କ୍ରମାଗତ ଖରାପ ପ୍ରଦର୍ଶନ ଯୋଗୁଁ ଟିମ ଇଣ୍ଡିଆ ନିଶ୍ଚିତ ଭାବେ ଚିନ୍ତାରେ ଅଛି।
ତିଲକ ବର୍ମା ପଡ଼ିବେ କି ବାଦ୍?
ସଞ୍ଜୁ ସାମସନ ଗତ ଦୁଇଟି ଟି-୨୦ ମ୍ୟାଚରେ ଖେଳିନଥିଲେ। ତାଙ୍କ ସ୍ଥାନରେ ବୈଭବ ସୂର୍ୟ୍ୟବଂଶୀଙ୍କୁ ସୁଯୋଗ ଦିଆଯାଇଥିଲା। କିନ୍ତୁ ଏବେ ଖବର ଆସୁଛି ଯେ ତାଙ୍କର ପ୍ରତ୍ୟାବର୍ତ୍ତନ ହେବ। ମିଡିଲ୍ ଅର୍ଡରରୁ ଉପ-ଅଧିନାୟକ ତିଲକ ବର୍ମା ବାଦ ପଡ଼ିପାରନ୍ତି। ତିଲକ ବର୍ମାଙ୍କ ଷ୍ଟ୍ରାଇକ ରେଟ ଗତ କିଛି ମ୍ୟାଚ ହେବ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ବାମହାତୀ ବ୍ୟାଟର ଚଳିତ ବର୍ଷ ମିଡିଲ ଅର୍ଡରରେ ବେଶ ସଂଘର୍ଷ କରୁଥିବା ନଜର ଆସିଛନ୍ତି। ବିଶେଷ କରି ସ୍ପିନରମାନଙ୍କ ବିରୋଧରେ ତାଙ୍କ ସ୍ଥିତି ଖରାପ ରହିଛି।
ତିଳକ ବର୍ମା ୨୦୨୬ରେ ସ୍ପିନରମାନଙ୍କ ବିପକ୍ଷରେ ୯୮ଟି ବଲରେ ମାତ୍ର ୯୦ ରନ୍ କରିବାରେ ସକ୍ଷମ ହୋଇଛନ୍ତି। ଏହାର ଅର୍ଥ ସ୍ପିନରମାନଙ୍କ ବିରୋଧରେ ତିଲକଙ୍କ ଷ୍ଟ୍ରାଇକ ରେଟ୍ ୧୦୦ରୁ ମଧ୍ୟ କମ୍ ରହିଛି। ତାଙ୍କର ହାରାହାରି ରନ ମାତ୍ର ୨୨.୫ ରହିଛି। ସେ ୪ ଥର ସ୍ପିନରମାନଙ୍କ ଶିକାର ହୋଇଛନ୍ତି।
ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍: ଅଭିଷେକ ଶର୍ମା, ବୈଭବ ସୂର୍ୟ୍ୟବଂଶୀ, ଈଶାନ କିଷନ, ଶ୍ରେୟସ ଆୟର, ସଞ୍ଜୁ ସାମସନ, ଅକ୍ଷର ପଟେଲ, ଶିବମ ଦୁବେ, ହର୍ଷିତ ରାଣା, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ ଓ ପ୍ରିନ୍ସ ଯାଦବ।

