ଡାକ ବିଭାଗରେ ବମ୍ପର ନିଯୁକ୍ତି, ୧୦ମ ପାସ୍ କରିଥିଲେ କରିପାରିବେ ଆବେଦନ, କୌଣସି ପରୀକ୍ଷା ନାହିଁ, ଦରମା ୬୩ ହଜାର
ଡାକ ବିଭାଗରେ ବମ୍ପର ନିଯୁକ୍ତି, ୧୦ମ ପାସ୍ କରିଥିଲେ କରିପାରିବେ ଆବେଦନ
ଓଡ଼ିଶା ଭାସ୍କର ଡେସ୍କ: ଭାରତୀୟ ଡାକ ବିଭାଗରେ ବଡ଼ ନିଯୁକ୍ତି ସୁଯୋଗ । ଦଶମ ପାସ୍ କରିଥିଲେ କରିପାରିବେ ଆବେଦନ । ଡାକ ବିଭାଗର ମେଲ୍ ମୋଟର୍ ସର୍ଭିସ୍ ଚେନ୍ନାଇ ପକ୍ଷରୁ ତାମିଲନାଡୁ ସର୍କଲରେ ଡ୍ରାଇଭର୍ ପଦବୀଗୁଡ଼ିକ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଭର୍ତ୍ତି ଜରିଆରେ ମୋଟ ୨୪ଟି ‘ଷ୍ଟାଫ୍ କାର୍ ଡ୍ରାଇଭର୍’ ପଦବୀ ପୂରଣ କରାଯିବ।
ଯେଉଁ ପ୍ରାର୍ଥୀମାନେ ୧୦ମ ଶ୍ରେଣୀ ପାସ୍ କରିଛନ୍ତି ଏବଂ ଯାହାଙ୍କ ପାଖରେ ବୈଧ ଲାଇଟ୍ ମୋଟର୍ ଭେଇକିଲ୍ ଓ ହେଭି ମୋଟର୍ ଭେଇକିଲ୍ ଡ୍ରାଇଭିଂ ଲାଇସେନ୍ସ ରହିଛି, ସେମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଏହି ନିଯୁକ୍ତି ପାଇଁ କେବଳ ‘ସ୍ପିଡ୍ ପୋଷ୍ଟ’ ମାଧ୍ୟମରେ ହିଁ ଆବେଦନ ଗ୍ରହଣ କରାଯିବ ଏବଂ ଆବେଦନ ପହଞ୍ଚିବାର ଶେଷ ତାରିଖ ନଭେମ୍ବର ୩୦, ୨୦୨୬ (ସନ୍ଧ୍ୟା ୫:୦୦ ଟା) ପର୍ଯ୍ୟନ୍ତ ନିର୍ଦ୍ଧାରିତ କରାଯାଇଛି।
ଶିକ୍ଷାଗତ ଯୋଗ୍ୟତା: ପ୍ରାର୍ଥୀ କୌଣସିସ୍ୱୀକୃତିପ୍ରାପ୍ତ ବୋର୍ଡରୁ ୧୦ମ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ।
ଡ୍ରାଇଭିଂ ଲାଇସେନ୍ସ ଓ ଅଭିଜ୍ଞତା: ପ୍ରାର୍ଥୀଙ୍କ ପାଖରେ LMV ଏବଂ HMV ର ବୈଧ ଲାଇସେନ୍ସ ରହିବା ସହିତ ହାଲୁକା ଏବଂ ଭାରୀ ମୋଟର୍ ଯାନ ଚଳାଇବାର ଅତିକମ୍ରେ ୩ ବର୍ଷର ଅଭିଜ୍ଞତା ଥିବା ଜରୁରୀ। ଏହାବ୍ୟତୀତ ଗାଡ଼ିର ଛୋଟମୋଟ ତ୍ରୁଟି ଚିହ୍ନଟ କରି ସଜାଡ଼ିବାର ଜ୍ଞାନ ମଧ୍ୟ ଥିବା ଆବଶ୍ୟକ।
ଅନ୍ୟାନ୍ୟ: ହୋମଗାର୍ଡ କିମ୍ବା ସିଭିଲ୍ ଭଲଣ୍ଟିୟର୍ ଭାବରେ ୩ ବର୍ଷର ସେବା ପ୍ରଦାନ କରିଥିବା ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ।
ପଦବୀ ତାଲିକା:
- ଜେନେରାଲ (UR): ୧୩ଟି ପଦ
- ଅନୁସୂଚିତ ଜାତି (SC): ୩ଟି ପଦ
- ଅନୁସୂଚିତ ଜନଜାତି (ST): ୦ଟି ପଦ
- ଅନ୍ୟାନ୍ୟ ପଛୁଆ ବର୍ଗ (OBC): ୭ଟି ପଦ
- ଆର୍ଥିକ ଭାବେ ପଛୁଆ ବର୍ଗ (EWS): ୧ଟି ପଦ
ମୋଟ ପଦବୀ: ୨୪ଟି ପଦ (ଏଥିରେ ପୂର୍ବତନ ସୈନିକମାନଙ୍କ ପାଇଁ ହୋରିଜୋଣ୍ଟାଲ୍ ସଂରକ୍ଷଣ ଅନ୍ତର୍ଗତ ୨ଟି ପଦ ସାମିଲ ରହିଛି)।
ବୟସ ସୀମା ଏବଂ ଆବେଦନ ଶୁକ୍ଳ: ନଭେମ୍ବର ୩୦ ତାରିଖ ସୁଦ୍ଧା ଜେନେରାଲ୍ ଏବଂ EWS ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ୧୮ ରୁ ୨୭ ବର୍ଷ ମଧ୍ୟରେ ରହିବା ଆବଶ୍ୟକ। SC ଏବଂ ST ପ୍ରାର୍ଥୀଙ୍କୁ ଉପର ବୟସ ସୀମାରେ ୫ ବର୍ଷର ଏବଂ OBC ପ୍ରାର୍ଥୀଙ୍କୁ ୩ ବର୍ଷର କୋହଳ ପ୍ରଦାନ କରାଯିବ। ପୂର୍ବତନ ସୈନିକ ଏବଂ ସରକାରୀ କର୍ମଚାରୀମାନେ ମଧ୍ୟ ସରକାରୀ ନିୟମ ଅନୁଯାୟୀ ବୟସରେ ବର୍ଷାଧିକ ରିହାତି ପାଇବେ।
ଏହି ଭର୍ତ୍ତି ପାଇଁ ଆବେଦନ ଶୁକ୍ଳ ୧୦୦ ଟଙ୍କା ରଖାଯାଇଛି। ମାତ୍ର ମହିଳା, SC ଏବଂ ST ପ୍ରାର୍ଥୀମାନଙ୍କ ପାଇଁ ଆବେଦନ ଶୁକ୍ଳ ନାହିଁ । ନିର୍ଦ୍ଦିଷ୍ଟ ଚାଲାଣ ଫର୍ମ ବ୍ୟବହାର କରି କମ୍ପ୍ୟୁଟରାଇଜ୍ଡ ପୋଷ୍ଟ ଅଫିସ୍ ଜରିଆରେ ଇ-ପେମେଣ୍ଟ (E-Biller Name: Senior Manager, MMS Chennai, CPMG Tamilnadu Circle, E-Biller ID: 1000099022) ମାଧ୍ୟମରେ ଫିସ୍ ଜମା କରିବାକୁ ହେବ। ଏହାର ଅରିଜିନାଲ୍ ପୋଷ୍ଟ ପେମେଣ୍ଟ ରସିଦ୍ ଆବେଦନ ଫର୍ମରେ ଲଗାଇବା ବାଧ୍ୟତାମୂଳକ ଅଟେ।
ମାସିକ ଦରମା: ଚୟନିତ ପ୍ରାର୍ଥୀମାନଙ୍କୁ ୭ମ କେନ୍ଦ୍ରୀୟ ବେତନ ଆୟୋଗର (7th CPC) ପେ’ ମ୍ୟାଟ୍ରିକ୍ସର ଲେଭେଲ୍-୨ ଅନୁଯାୟୀ ମାସିକ ୧୯,୯୦୦ ଟଙ୍କାରୁ ୬୩,୨୦୦ ଟଙ୍କା ପର୍ଯ୍ୟନ୍ତ ବେତନ ଏବଂ ସରକାରୀ ନିୟମ ଅନୁଯାୟୀ ଅନ୍ୟାନ୍ୟ ଭତ୍ତା ପ୍ରଦାନ କରାଯିବ।
କିପରି କରିବେ ଆବେଦନ
- ପ୍ରଥମେ ଭାରତୀୟ ଡାକ ବିଭାଗର ଅଫିସିଆଲ୍ ୱେବସାଇଟ୍ indiapost.gov.in କୁ ଯାଆନ୍ତୁ।
- ମେଲ୍ ମୋଟର୍ ସର୍ଭିସ୍ ଚେନ୍ନାଇର ଷ୍ଟାଫ୍ କାର୍ ଡ୍ରାଇଭର୍ ଭର୍ତ୍ତି ବିଜ୍ଞପ୍ତିକୁ ଖୋଲି ସେଥିରେ ଦିଆଯାଇଥିବା ଆବେଦନ ଫର୍ମର ପ୍ରିଣ୍ଟଆଉଟ୍ କାଢ଼ନ୍ତୁ।
- ଫର୍ମରେ ଆପଣଙ୍କର ବ୍ୟକ୍ତିଗତ ଏବଂ ଶିକ୍ଷାଗତ ବିବରଣୀ ଇଂରାଜୀ, ହିନ୍ଦୀ କିମ୍ବା ତାମିଲ ଭାଷାରେ ଠିକ୍ ଭାବେ ଭରଣ କରନ୍ତୁ।
- ଆବଶ୍ୟକୀୟ ଡ୍ରାଇଭିଂ ଲାଇସେନ୍ସ ସମ୍ବନ୍ଧୀୟ ସମସ୍ତ ସୂଚନା ଲେଖନ୍ତୁ ଏବଂ ନୂତନ ପାସପୋର୍ଟ ସାଇଜ୍ ଫଟୋ (ଯାହା ସେଲ୍ଫ ଆଟେଷ୍ଟେଡ୍ ଥିବ) ଲଗାନ୍ତୁ।
- ଇ-ପେମେଣ୍ଟ ମାଧ୍ୟମରେ ଦେୟ ଦେଇଥିବା ଅରିଜିନାଲ୍ ରସିଦ୍ ଫର୍ମ ସହ ସଂଲଗ୍ନ କରନ୍ତୁ।
- ସମସ୍ତ ବିବରଣୀ ଯାଞ୍ଚ କରିବା ପରେ ନିଜର ଦସ୍ତଖତ କରି, ଆବେଦନ ପତ୍ରକୁ ଦିଆଯାଇଥିବା ଠିକଣାରେ କେବଳ ‘ସ୍ପିଡ୍ ପୋଷ୍ଟ’ ଜରିଆରେ ପଠାନ୍ତୁ।
ଆବେଦନ ପଠାଇବା ଠିକଣା:
Senior Manager,
Mail Motor Service,
No. 37, Greams Road,
Chennai – 600006.


