ସୁବର୍ଣ୍ଣ ସୁଯୋଗ ଡାକ ବିଭାଗରେ ବଡ଼ ନିଯୁକ୍ତି, ଦଶମ ପାସ କରିଥିଲେ କରିପାରିବେ ଆବେଦନ
Job Alert: ଭାରତୀୟ ଡାକ ବିଭାଗ ସାରା ଦେଶରେ ବହୁ ସଂଖ୍ୟକ ନିଯୁକ୍ତି ଘୋଷଣା କରିଛି।
ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଯୁବକ ଯୁବତୀଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ଡାକ ବିଭାଗ ସାରା ଦେଶରେ ବହୁ ସଂଖ୍ୟକ ନିଯୁକ୍ତି ଘୋଷଣା କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ପଞ୍ଜାବ, ହିମାଚଳ ପ୍ରଦେଶ, ଦିଲ୍ଲୀ, ହରିୟାଣା ଏବଂ ଜମ୍ମୁ-କାଶ୍ମୀର ସମେତ ଅନେକ ରାଜ୍ୟରେ ୨୮,୦୦୦ ରୁ ଅଧିକ ପଦବୀ ପୂରଣ କରାଯିବ।
ଏହି ନିଯୁକ୍ତି ଦଶମ ପାସ୍ ପ୍ରାର୍ଥୀଙ୍କ ପାଇଁ ଖୋଲା ଏବଂ କେବଳ ଦଶମ ଶ୍ରେଣୀରେ ପ୍ରାପ୍ତ ନମ୍ବର ଆଧାରରେ ପ୍ରସ୍ତୁତ ମେରିଟ୍ ଲିଷ୍ଟରୁ ଚୟନ କରାଯିବ। ବ୍ରାଞ୍ଚ ପୋଷ୍ଟ ମାଷ୍ଟର (BPM) ଏବଂ ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟ ମାଷ୍ଟର (ABPM) ପଦବୀ ପାଇଁ ଆବେଦନ ବାହାର କରାଯାଇଛି।
ପ୍ରାର୍ଥୀଙ୍କ ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୪୦ ବର୍ଷ, ସଂରକ୍ଷିତ ବର୍ଗ ପାଇଁ ବୟସ ଛାଡ଼ ପ୍ରଯୁଜ୍ୟ। ଆବେଦନ ପ୍ରକ୍ରିୟା ଜାନୁଆରୀ ୩୧, ୨୦୨୬ ରୁ ଆରମ୍ଭ ହେବ ଏବଂ ଫେବୃଆରୀ ୧୪, ୨୦୨୬ ପର୍ଯ୍ୟନ୍ତ ଦାଖଲ କରାଯାଇପାରିବ।
ମନୋନୀତ ପ୍ରାର୍ଥୀମାନେ ପଦବୀ ଉପରେ ନିର୍ଭର କରି ମାସିକ ୧୦,୦୦୦ ରୁ ୨୯,୦୦୦ ଟଙ୍କା ଦରମା ପାଇବେ। ଆଗ୍ରହୀ ପ୍ରାର୍ଥୀମାନେ ଭାରତୀୟ ଡାକ ବିଭାଗର ସରକାରୀ ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ।
