fbpx

ଡାକ ବିଭାଗରେ ୨୫୮୨ ପଦବୀ ପାଇଁ ନିଯୁକ୍ତି ସୁଯୋଗ, ଜାଣନ୍ତୁ କିପରି କରିବେ ଆବେଦନ?

ଭାରତୀୟ ଡାକ ବିଭାଗରେ ଅଢେଇ ହଜାରରୁ ଅଧିକ ପଦବୀରେ ଭର୍ତ୍ତି ପାଇଁ ଆସିଛି ନିଯୁକ୍ତି ସୁଯୋଗ । ଏହି ପଦବୀ ଅଧିନରେ ଝାଡଖଣ୍ଡ, ଉତ୍ତର ପୂର୍ବାଞ୍ଚଳ ଓ ପଞ୍ଜାବ ଡାକ ସର୍କଲରେ ଗ୍ରାମୀଣ ଡାକ ସେବକ ପାଇଁ ନିଯୁକ୍ତି ହେବ । ଏହି ପଦବୀରେ ନିଯୁକ୍ତି ପାଇଁ ଦଶମ ପାସ୍ କରିଥିବା ପ୍ରାର୍ଥୀମାନେ ଆବେଦନ କରିପାରିବେ ।

ତେବେ ଏହି ଚାକିରି ପାଇଁ ପ୍ରାର୍ଥୀଙ୍କୁ କୌଣସି ଲିଖିତ ପରୀକ୍ଷ ଦେବାକୁ ପଡିବ ନାହିଁ । କେବଳ ମେରିଟ୍ ଲିଷ୍ଟ ଆଧାରରେ ସେମାନଙ୍କୁ ଚୟନ କରାଯିବ । ଯଦି ଆପଣ ବି ଜିଡିଏସର ପଦବୀରେ ଚାକିରି କରିବାକୁ ଇଛା କରୁଛନ୍ତି, ତେବେ ଆଜି ହିଁ appost.in ଯାଇ ଅନଲାଇନ୍ ଆବେଦନ କରନ୍ତୁ ।

ଡାକ ସର୍କଲ ନିଯୁକ୍ତି ପାଇଁ ମୋଟ୍ ୨୫୮୨ ପୋଷ୍ଟ ଖାଲି ରହିଛି । ଝାଡଖଣ୍ଡ ପାଇଁ ୧୧୧୮, ନର୍ଥ ଇଣ୍ଟର୍ଣ୍ଣ ପାଇଁ ୯୪୮ ଓ ପଞ୍ଜାବ ପାଇଁ ୫୧୬ ପୋଷ୍ଟ ରହିଛି ।

ଯୋଗ୍ୟତା:-ଡାକ ସର୍କଲରେ ନିଯୁକ୍ତି ପାଇବା ପାଇଁ ପ୍ରାର୍ଥୀଙ୍କୁ ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ/ବୋର୍ଡରୁ ଦଶମ ପାସ୍ କରିବା ଆବଶ୍ୟକ ।

ବୟସ:- ଡାକ ବିଭାଗରେ ଜିଡିଏସ ପଦବୀ ଆବେଦନ ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଓ ସର୍ବାଧିକ ବୟସ ୪୦ ସ୍ଥିର କରାଯାଇଛି ।

ଆବେଦନ ଶୁଳ୍କ:- ଏହି ପଦବୀ ପାଇଁ ସାଧାରଣ, ଓବିସି ବର୍ଗର ପୁରୁଷ ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଦେୟ ଦେବାକୁ ପଡିବ । କିନ୍ତୁ ଏସସି/ଏସଟି ବର୍ଗ ଓ ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନର ଶୁଳ୍କ ମାଗଣା ରହିଛି ।

ଏହି ପଦବୀ ପାଇଁ ଆବେଦନର କରିବାର ଶେଷ ତାରିଖ ହେଉଛି ୧୧ ଡିସେମ୍ବର ୨୦୨୦ ।

Get real time updates directly on you device, subscribe now.