fbpx

ଅଗ୍ନିପଥ ସ୍କିମ ବିରୋଧରେ ଆନ୍ଦୋଳନ ଫଳରେ ଭାରତୀୟ ରେଲୱେର କ୍ଷତି ହୋଇଛି ୨୫୯ କୋଟି, ସଂସଦରେ ମତ ରଖିଲେ ରେଳମନ୍ତ୍ରୀ

ନୂଆଦିଲ୍ଲୀ: ଗତମାସରେ ଅଗ୍ନିପଥ ସ୍କିମକୁ ନେଇ ସାରା ଦେଶରେ ହିଂସାତ୍ମକ ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ବିକ୍ଷୋଭ ପ୍ରଦର୍ଶନ ଫଳରେ ରେଲୱେକୁ ମୋଟା ଅଙ୍କର କ୍ଷତି ସହିବାକୁ ପଡ଼ିଛି । ପ୍ରଶ୍ନକାଳ ସମୟରେ ଏକ ପ୍ରଶ୍ନର ଉତ୍ତର ରଖିଥିଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବିକ୍ଷୋଭ ଫଳରେ ୨୦୨୨ରେ ଭାରତୀୟ ରେଲୱେର ୨୫୯.୪୪ କୋଟି କ୍ଷତି ଘଟିଥିବା ଅଶ୍ୱିନୀ କହିଛନ୍ତି ।

ରେଳ ମନ୍ତ୍ରୀ କହିଛନ୍ତି, ଅଗ୍ନିପଥ ଯୋଜନା ଆରମ୍ଭ ହେବା ପରେ ବିଭିନ୍ନ ରାଜ୍ୟରେ ଆନ୍ଦୋଳନ ଆରମ୍ଭ ହୋଇଯାଇଥିଲା । ବିହାର, ୟୁପି ଓ ତେଲେଙ୍ଗାନାର ରେଲୱେ ଷ୍ଟେସନମାନଙ୍କରେ ହିଂସାତ୍ମକ କାର୍ଯ୍ୟକଳାପ ଦେଖିବାକୁମ ମିଳିଥିଲା । ଫଳରେ ସାର୍ବଜନିକ ସ୍ଥଳରେ ଅବ୍ୟବସ୍ଥା ଦେଖାଦେଇଥିଲ । ରେଳରେ ଯାତ୍ରା ପାଇଁ ଆସିଥିବା ଲୋକଙ୍କୁ ସେମାନଙ୍କର ଅର୍ଥ ଫେରସ୍ତ କରି ଦିଆଯାଇଥିଲା ।

ଗତ ଜୁନ ୧୪ରୁ ଜୁନ ୩୦ ମଧ୍ୟରେ ଟ୍ରେନ ରଦ୍ଦ ହେବା କାରଣରୁ ପାଖାପାଖି ୧୦୨.୯୬ କୋଟି ଯାତ୍ରୀଙ୍କୁ ରିଫଣ୍ଡ କରାଯାଇଥିଲା । ରେଳବାଇର ବିଭିନ୍ନ ସାମଗ୍ରୀ ଭଙ୍ଗାରୁଜା କାରଣରୁ ୨୫୯ କୋଟି କ୍ଷତି ଘଟିଥିଲା । ୨୦୧୯ରେ ଏହି କ୍ଷତିର ମାତ୍ରା ୧୫୧ କୋଟି, ୨୦୨୦ରେ ୯୦୪ କୋଟି ଓ ୨୦୨୧ରେ ୬୨ କୋଟି ରହିଥିଲା ।

Get real time updates directly on you device, subscribe now.