fbpx

୨୦୨୨ରେ ଭାରତରେ ସର୍ବାଧିକ ବେତନ ବୃଦ୍ଧି, ୨୦୨୩ ମଧ୍ୟ ଜାରି ରହିବ ଏହି ଅବିବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ଜିନିଷର ଦରଦାମ୍ ଉଚ୍ଚରେ ରହିଥିବା ବେଳେ ସମଗ୍ର ବିଶ୍ୱରେ ମଧ୍ୟ ଆର୍ଥିକ ମାନ୍ଦାବସ୍ଥାର ଆଶଙ୍କା ରହିଛି। ଏହାରି ମଧ୍ୟରେ ସବୁଠାରୁ ଅଧିକ ଚର୍ଚ୍ଚା ଆମେରିକାରେ ସାମ୍ଭାବ୍ୟ ଆର୍ଥିକ ମନ୍ଦାବସ୍ଥାକୁ ନେଇ ହେଉଛି। କାରଣ ଏହାର ପ୍ରଭାବ ବିଶ୍ୱର ସମସ୍ତ ରାଷ୍ଟ୍ର ଉପରେ ପଡ଼ିପାରେ। ଏହାରି ମଧ୍ୟରେ ଏକ ନୂଆ ରିପୋର୍ଟ ସମ୍ନାକୁ ଆସିଛି। ଯେଉଁଥିରୁ ଜଣାପଡୁଛି ଯେ, ଭାରତରେ ଆସନ୍ତା ବର୍ଷ ବେତନ ବୃଦ୍ଧି ପାଇବାର ଗତି ଉପରେ ବ୍ରେକ୍ ଲାଗିପାରେ।

ଚଳିତ ବର୍ଷ ଭାରତରେ ସର୍ବାଧିକ ଦରମା ବୃଦ୍ଧି ପାଇଛି, ଯାହା ୧୦.୬ ପ୍ରତିଶତ ଅଟେ। ଚଳିତ ବର୍ଷ ବେତନ ବୃଦ୍ଧି ହାର ଚୀନ୍‌(୬%),ବ୍ରାଜିଲ(୫.୬%), ଆମେରିକା(୪.୫%) ବ୍ରିଟେନ୍‌(୪%) ଏବଂ ଜାପାନରେ (୩%)ରହିଥିବା ଭାରତର ଆନ୍ ହ୍ୟୁମାନ୍ କ୍ୟାପିଟାଲ୍ ସଲ୍ୟୁସନ୍ସର ରିପୋର୍ଟ କରିଛି। ତେବେ ଆସନ୍ତା ବର୍ଷ ଭାରତରେ ଏହା ହ୍ରାସ ପାଇ ୧୦.୪% ରହିବ ବୋଲି ଆକଳନ କରାଯାଇଛି। ସେହିପରି ୨୦୨୨ ବର୍ତ୍ତମାନ ପର୍ଯ୍ୟନ୍ତ ଚାକିରୀ ଛାଡିବା ହାର ୨୦.୩ ପ୍ରତିଶତ ରହିଛି, ୨୦୨୧ରେ ଏହା ୨୧ ପ୍ରତିଶତ ଥିଲା। ଏହି ପ୍ରକାରେ ଦରମା ପ୍ରତି ଚାପ ଜାରି ରହିବ। ଯାହା ଆଗାମୀ ଦିନରେ ମଧ୍ୟ ଦେଖିବାକୁ ମିଳିବ। ଏହି ରିପୋର୍ଟ ଅନୁଯାୟୀ ଦେଶରେ ମହଙ୍ଗା ଏବଂ ବୈଶ୍ୱିକ ସ୍ଥରରେ ମାନ୍ଦାବସ୍ଥା ଜାରି ରହିଲେ ମଧ୍ୟ ଦରମାର ଆନୁମାନିକ ବୃଦ୍ଧି ଦୁଇ ଅଙ୍କ ହାର ରହିବ।

କେଉଁ କ୍ଷେତ୍ରରେ ଅଧୀକ ବଢିବ ଦରମା ?

ଏହି ରିପୋର୍ଟ ଅନୁଯାୟୀ, ଇ-ବାଣିଜ୍ୟ କ୍ଷେତ୍ରରେ ସର୍ବାଧିକ ବେତନ ୧୨.୮ ପ୍ରତିଶତ ହାରରେ ବୃଦ୍ଧି ପାଇବ ଏବଂ ଷ୍ଟାର୍ଟଅପ୍ ଗୁଡ଼ିକରେ ୧୨.୭ ପ୍ରତିଶତ ହାରରେ ବୃଦ୍ଧି ପାଇବ। ହାଇ-ଟେକ୍, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ସମର୍ଥିତ ସେବାଗୁଡିକ ୧୧.୩ ପ୍ରତିଶତରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଆର୍ଥିକ ପ୍ରତିଷ୍ଠାନଗୁଡିକ ୧୦.୭ ପ୍ରତିଶତ ହାରରେ ବୃଦ୍ଧି ପାଇବ।

Get real time updates directly on you device, subscribe now.