fbpx

ଡରାଇଲାଣି କରୋନା: ଦେଶରେ ଆକ୍ଟିଭ୍ କେସ୍ ୧୫ ଲକ୍ଷ ପାର୍, ଦିନକରେ ବାହାରିଲେ ୨.୭ ଲକ୍ଷ ନୂଆ ଆକ୍ରାନ୍ତ, ଓମିକ୍ରନ ମାମଲା ୭ହଜାର ଡେଇଁଲା

ନୂଆଦିଲ୍ଲୀ: ଦେଶରେ ୨୪ ଘଣ୍ଟାରେ ୨ଲକ୍ଷ ୭୧ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସକ୍ରିୟ ମାମଲା ୧୫ ଲକ୍ଷ ପାର୍ କରିଛି । ସକ୍ରିୟ ମାମଲା ବା ଆକ୍ଟିଭ୍ କେସ୍ ୧୫ ଲକ୍ଷ ୫୦ ହଜାଅର ୩୭୭ ହୋଇଯାଇଛି । ସେହିପରି ୨୪ ଘଣ୍ଟାରେ ୩୧୪ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୬ ହଜାର ୬୬ ହୋଇଯାଇଛି ।

ଅନ୍ୟପଟେ ସୁସ୍ଥ ହେଲେଣି ୩ କୋଟି ୫୦ ଲକ୍ଷ ୮୫ ହଜାର ୭୨୧ ଜଣ ଆକ୍ରାନ୍ତ । ୨୪ ଘଣ୍ଟାରେ ୧ ଲକ୍ଷ ୩୮ ହଜାର ୩୩୧ ଜଣ ସୁସ୍ଥ ହୋଇଛନ୍ତି । ଏଥିସହ ଟିକା ନେଇଛନ୍ତି ୧୫୬ କୋଟି ୭୬ ଲକ୍ଷରୁ ଅଧିକ ଲୋକ । ଦୈନିକ ପଜିଟିଭ୍ ହାର ୧୬.୨୮ % ରହିଛି ।

ଏହା ବ୍ୟତୀତ ଦେଶରେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ୭ ହଜାର ପାର୍ କରିଛି । ଏହି ଭାରିଆଣ୍ଟ ଅତି ସଂକ୍ରାମକ ହୋଇଥିବା ବେଳେ ଦେଶରେ ଏହାର ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୭ହଜାର ୭୪୩ ହୋଇଯାଇଛି ।

Get real time updates directly on you device, subscribe now.