fbpx

କରୋନା ତାଣ୍ଡବ: ଦେଶରେ ଦିନକରେ ଚିହ୍ନଟ ହେଲେ ୩.୪ ଲକ୍ଷ କୋଭିଡ୍ ସଂକ୍ରମିତ, ୭୦୩ ଜଣଙ୍କ ହୋଇଛି ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଦିନକରେ ୭୦୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୮ ହଜାର ୩୯୬କୁ ବୃଦ୍ଧି ପାଇଛି । ତେବେ ଆକ୍ଟିଭ୍ କେସ୍ ୨୦ ଲକ୍ଷ ୧୮ ହଜାର ୮୨୫ ରହିଛି । ଅନ୍ୟପଟେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୫୧ ହଜାର ୭୭୭ ଜଣ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ ସୁସ୍ଥ ହେଲେଣି ୩,୬୦,୫୮,୮୦୬ ଜଣ ସଂକ୍ରମିତ । ସେହିପରି ଦିନକରେ ମୃତ୍ୟୁ ସଂଖ୍ୟା ଅଧିକ ରହିଥିବା ବେଳେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ୩ ଲକ୍ଷ ୪୭ହଜାର ୩୫୪ । ଦୈନିକ ପଜିଟିଭ୍ ହାର ୧୭.୯୪% ରହିଛି । ସାପ୍ତାହିକ ପଜିଟିଭ୍ ରେଟ୍ ୧୬.୫୬ ପ୍ରତିଶତ ରହିଛି ।

ଅନ୍ୟପଟେ ନୂତନ ଭାରିଆଣ୍ଟ୍ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ଦେଶରେ ୯ହଜାର ୬୯୨ ହୋଇଯାଇଛି । ଓମିକ୍ରନର ପଜିଟିଭ୍ ହାର୍ ଗତକାଲି ସୁଦ୍ଧା ୪.୩୬ ପ୍ରତ୍ରିଶତକୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.