fbpx

ପଡ଼ୋଶୀ ଦେଶକୁ ସହାୟତାର ହାତ ବଢ଼ାଇଲା ଭାରତ, ଅକ୍ସିଜେନ୍ ଏକ୍ସପ୍ରେସ୍ ଜରିଆରେ ପଠାଇଲା ୨୦୦ ଟନ୍ ମେଡିକାଲ୍ ଅକ୍ସିଜେନ୍

ନୂଆଦିଲ୍ଲୀ: ଭାରତ ବଢ଼ାଇଲା ପଡ଼ୋଶୀ ଦେଶକୁ ସହାୟତାର ହାତ । କରୋନା ମହାମାରୀ ଭଳି ଘଡିସନ୍ଧି ମୁହୁର୍ତ୍ତରେ ପଡ଼ୋଶୀ ଦେଶ ବାଂଲାଦେଶକୁ ସହାୟତାର ହାତ ବଢ଼ାଇଛି ଭାରତ । ଏହି ପରିପ୍ରେକ୍ଷୀରେ ଭାରତ ପକ୍ଷରୁ ଅକ୍ସିଜେନ୍ ଟ୍ରେନ୍ ମାଧ୍ୟମରେ ୨୦୦ ଟନ୍ ମେଡିକାଲ୍ ଅକ୍ସିଜେନ୍ ବାଂଲାଦେଶକୁ ପଠାଇଛି । ଏହାଦ୍ୱାରା ପଡ଼ୋଶୀ ଦେଶକୁ ଆଶ୍ୱସ୍ତିର ନିଶ୍ୱାସ ନେବାରେ ସହାୟକ ହେବ । କରୋନା କାଳରେ ବାଂଲାଦେଶରେ ଦେଖାଦେଇଥିବା ଅକି୍ସଜେନ୍ ସଙ୍କଟ ଏହାଦ୍ୱାରା ଦୂର ହୋଇପାରିବ ବୋଲି ଆଶା କରାଯାଉଛି ।

ତେବେ ଏପରି କିଛି ପ୍ରଥମ ଥର ପାଇଁ ହୋଇଛି, ଯେ ଭାରତ ଦେଶ ବାହାରକୁ ଅକ୍ସିଜେନ୍ ପଠାଇଛି । ଝାଡଖଣ୍ଡରେ ଟାଟାନଗରରୁ ୧୦ ଟି କଣ୍ଟେନର୍ ଯୁକ୍ତ ଏହି ଟ୍ରେନ୍ ଶନିବାର ବାଂଲାଦେଶ ଅଭିମୁଖେ ବାହାରିଛି । ଏହା ଆସନ୍ତାକାଲି ବାଂଲାଦେଶରେ ପହଞ୍ଚିବ ବୋଲି କୁହାଯାଇଛି । ରେଳ ବିଭାଗର କହିବାନୁଯାୟୀ, ୨୦୦ ଟନ୍ ଲିକ୍ୱିଡ୍ ଅକ୍ସିଜେନ୍ ସହିତ ଅକ୍ସିଜେନ୍ ଏକ୍ସପ୍ରେସ୍ ପ୍ରଥମ ଥର ପାଇଁ ବାଂଲାଦେଶକୁ ବାହାରିଛି । ଏହା ଆସନ୍ତାକାଲି ସକାଳେ ପହଞ୍ଚିବ ।

ସୂଚନାଯୋଗ୍ୟ ଯେ, ଭାରତରେ ଅକ୍ସିଜେନ୍ ଅଭାବ ଦୂର କରିବାକୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍ ପଠାଇବା ପାଇଁ ଅକ୍ସିଜେନ୍ ଏକ୍ସପ୍ରେସ୍ ଆରମ୍ଭ କରାଯାଇଥିଲା । ଏପ୍ରିଲ୍ ମାସ ୨୪ ତାରିଖରେ ଏହାର ଶୁଭାରମ୍ଭ କରାଯାଇଥିଲା । ସେହି ସମୟରେ ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍ ର ଆବଶ୍ୟକତା ଖୁବ୍ ବଢ଼ିଯାଇଥିଲା ।

 

Get real time updates directly on you device, subscribe now.