ସୁପର୍ ସଣ୍ଡେରେ ହେବ ମହାମୁକାବିଲା, ଗୋଟିଏ ସମୟରେ ଦୁଇ ଦୁଇଟା ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ

ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କାକୁ ଭେଟିବ ମହିଳା ଦଳ, ଆଫଗାନିସ୍ତାନ ବିପକ୍ଷରେ ପ୍ରଥମ T20 ଖେଳିବ ପୁରୁଷ ଦଳ

ନୂଆଦିଲ୍ଲୀ: ରବିବାର ଅର୍ଥାତ୍ ସେପ୍ଟେମ୍ବର ୧୩ ତାରିଖରେ ଭାରତୀୟ କ୍ରିକେଟ୍ ଟିମ୍ ଅଲଗା ଅଲଗା ଦେଶରୁ ଦୁଇଟି ମ୍ୟାଚ୍ ଖେଳିବ। ମହିଳା ଟିମ୍ ୨୦୨୬ ଏସିଆ କପ୍ ଫାଇନାଲ୍ ପାଇଁ ମଇଦାନକୁ ଓହ୍ଲାଇବ, ଯେଉଁଠାରେ ସେମାନଙ୍କର ମୁକାବିଲା ଶ୍ରୀଲଙ୍କା ସହିତ ହେବ। ଅନ୍ୟପଟେ, ପୁରୁଷ ଟିମ୍ ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳିବ।

ଏହିପରି ଭାବରେ ଭାରତୀୟ ଟିମ୍ ଗୋଟିଏ ଦିନରେ ଦୁଇଟି ମ୍ୟାଚ୍ ଖେଳିବ। ତେବେ ଆସନ୍ତୁ ଜାଣିବା ଏହି ଦୁଇଟି ମ୍ୟାଚ୍ କେଉଁଠାରେ ହେବ ଏବଂ ଆପଣ ସେଗୁଡ଼ିକୁ କିପରି ଲାଇଭ୍ ଦେଖିପାରିବେ।

ଭାରତ ବନାମ ଶ୍ରୀଲଙ୍କା: ମହିଳା ଏସିଆ କପ୍ ଫାଇନାଲ୍ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୨୦୨୬ ମହିଳା ଏସିଆ କପ୍‌ର ଫାଇନାଲ୍ ଦୁବାଇର ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ସମୟ ଅନୁସାରେ ମୁକାବିଲାର ଆରମ୍ଭ ରାତି ୮ଟାରୁ ହେବ।

କେଉଁଠାରେ ଲାଇଭ୍ ଦେଖିବେ ମ୍ୟାଚ୍: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏହି ମହା ମୁକାବିଲାକୁ ଭାରତରେ ଟିଭିରେ ‘ସୋନି ସ୍ପୋର୍ଟସ୍ ନେଟ୍‌ୱାର୍କ’ ଜରିଆରେ ଲାଇଭ୍ ପ୍ରସାରଣ କରାଯିବ। ସେହିପରି ମ୍ୟାଚ୍‌ର ଲାଇଭ୍ ଷ୍ଟ୍ରିମିଂ ‘ସୋନି ଲିଭ୍’ ଆପ୍‌ରେ ହେବ।

ମୁକାବିଲା ପାଇଁ ଭାରତୀୟ ସ୍କ୍ୱାଡ୍: ହରମନପ୍ରୀତ କୌର (ଅଧିନାୟକ), ସ୍ମୃତି ମନ୍ଧାନା (ଉପ-ଅଧିନାୟକ), ଭାରତୀ ପୁଲମାଲି, ଋଚା ଘୋଷ (ୱିକେଟ୍ କିପର), ଗୁନାଲନ କମଳିନୀ (ୱିକେଟ୍ କିପର), ପ୍ରତିକା ରାୱଲ, ଶଫାଲୀ ବର୍ମା, ଦୀପ୍ତି ଶର୍ମା, କ୍ରାନ୍ତି ଗୌଡ଼, ପ୍ରେମା ରାୱତ, ଅରୁନ୍ଧତୀ ରେଡ୍ଡୀ, ରେଣୁକା ସିଂହ ଠାକୁର, ନନ୍ଦନୀ ଶର୍ମା, ଶ୍ରୀ ଚରଣୀ, ରାଧା ଯାଦବ।

ଭାରତ-ଆଫଗାନିସ୍ତାନ ପ୍ରଥମ ଟି-୨୦: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯିବାର ଅଛି। ସମସ୍ତ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ହେବ। ଭାରତୀୟ ସମୟ ଅନୁସାରେ ପ୍ରଥମ ଟି-୨୦ର ଆରମ୍ଭ ସନ୍ଧ୍ୟା ୭ଟାରୁ ହେବ।

କେଉଁଠାରେ ଦେଖିବେ ଲାଇଭ୍: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ପ୍ରଥମ ଟି-୨୦ ‘ସୋନି ସ୍ପୋର୍ଟସ୍ ନେଟ୍‌ୱାର୍କ’ ଜରିଆରେ ଟିଭିରେ ଲାଇଭ୍ ପ୍ରସାରଣ କରାଯିବ। ସେହିପରି ମୁକାବିଲାର ଲାଇଭ୍ ଷ୍ଟ୍ରିମିଂ ‘ଫ୍ୟାନ୍‌କୋଡ୍’ ଆପ୍ ଜରିଆରେ ହେବ।

ମ୍ୟାଚ୍ ପାଇଁ ଭାରତୀୟ ସ୍କ୍ୱାଡ୍: ଶ୍ରେୟସ ଆୟର (ଅଧିନାୟକ), ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ସଞ୍ଜୁ ସାମସନ (ୱିକେଟ୍ କିପର), ଇଶାନ କିଶନ (ୱିକେଟ୍ କିପର), ତିଲକ ବର୍ମା (ଭିସି), ଶିବମ ଦୁବେ, ନିତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଜସପ୍ରୀତ ବୁମରା, ଅର୍ଶଦୀପ ସିଂହ, ଯଶ ଠାକୁର।