fbpx

ନିଜ ନିଷ୍ପତିରେ ଅଟଳ ଭାରତ: ଏସିଆ କପ ଖେଳିବାକୁ ଯିବନି ପାକିସ୍ତାନ

ନୂଆଦିଲ୍ଲୀ: ଚଳିତବର୍ଷ ଅନୁଷ୍ଠିତ ହେବାକୁ ଥିବା ଏସିଆକପ୍ କ୍ରିକେଟ ୟୁନାଇଟେଡ ଆରବ ଏମିରେଟସ୍‌ (ୟୁଏଇ)ରେ ଅନୁଷ୍ଠିତ ହେବା ସମ୍ଭାବନା ସୃଷ୍ଟି ହୋଇଛି। ପାକିସ୍ତାନ ଚଳିତବର୍ଷର ଏସିଆକପ୍ ଆୟୋଜନ ସୁଯୋଗ ପାଇଥିଲା। ମାତ୍ର ଭାରତୀୟ ଦଳ ପାକିସ୍ତାନ ଗସ୍ତରେ ଯିବା ଅସମ୍ଭବ ବୋଲି ବିସିସିଆଇ ସଂପାଦକ ଜୟନ୍ତ ଶାହା ସ୍ପଷ୍ଟ କରିବା ପରେ ପାକିସ୍ତାନରୁ ଏସିଆକପ୍ ୟୁଏଇକୁ ସ୍ଥାନାନ୍ତରିତ ହେବା ନିଶ୍ଚିତ ବୋଲି ଜଣାପଡିଛି। ଏହି
ପ୍ରସଙ୍ଗ ନେଇ ଶନିବାର ଦିନ ବାହରେନ୍‌ରେ ଅନୁଷ୍ଠିତ ହୋଇଥିଲା ଏସିଆନ୍ କ୍ରିକେଟ କାଉନ୍‌ସିଲ ବୈଠକ । ପାକିସ୍ତାନ କ୍ରିକେଟ ବୋର୍ଡ ଅଧ୍ୟକ୍ଷ ନଜମ ସେଠୀ ଏହି ବୈଠକର ଆହ୍ୱାନ କରିଥିଲେ।

ବିସିସିଆଇ ସଂପାଦକ ଜୟନ୍ତ ଶାହା ଏସିଆନ କ୍ରିକେଟ କାଉନସିଲର ଅଧ୍ୟକ୍ଷ ଥିବା ବେଳେ ଏସିଆ କପ୍ କ୍ରିକେଟ ଆୟୋଜନ ନେଇ ନଜମ ସେଠୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ପ୍ରଥମତଃ ପାକିସ୍ତାନ ବର୍ତ୍ତମାନ ଘୋର
ଆର୍ôଥକ ସଂକଟ ଦେଇ ଗତି କରୁଥିବା ବେଳେ ଏକ ଆମେରିକୀୟ ଡଲାର ମୂଲ୍ୟ ପାକିସ୍ତାନ ମୁଦ୍ରାରେ ୨୭୭ଟଙ୍କାରେ ପହଞ୍ôଚଛି । ସେହିପରି ଦେଶରେ ସମସ୍ତ ନିତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ମଧ୍ୟ ଆକାଶଛୁଆଁ।
ତେଣୁ ଏହି ପରିସ୍ଥିତିରେ ପାକିସ୍ତାନ ଏସିଆକପ୍ ଆୟୋଜନ କରିବା ଅସମ୍ଭବ ବୋଲି ଜୟନ୍ତ ଶାହା କହିଛନ୍ତି। କାରଣ ପାକିସ୍ତାନ ଏସିଆକପ୍‌ ଆୟୋଜନ କଲେ ଆଶାନୁରୂପ ରାଜସ୍ୱ ମିଳିବା ସମ୍ଭବ ନୁହେଁ। ମାତ୍ର ୟୁଏଇରେ
ଆୟୋଜନ କରାଗଲେ ଏସିଆନ କ୍ରିକେଟ କାଉନ୍‌ସିଲ୍‌କୁ ପୂର୍ଣ୍ଣ ଫାଇଦା ମିଳିବ।

ଜୟନ୍ତ ଶାହା ଏସିଆନ୍ କ୍ରିକେଟ କାଉନ୍‌ସିଲର ଅନ୍ୟ ସମସ୍ତ ସଦସ୍ୟଙ୍କ ସହିତ ଏହି ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି । ପାକିସ୍ତାନରେ ଏସିଆକପ୍‌ ହେଲେ ଭାରତୀୟ ଦଳ ଯିବେ ନାହିଁ। ତେଣୁ ବିରାଟ କୋହଲି, ରୋହିତ ଶର୍ମାଓ ଶୁବମନ ଗିଲ୍‌ଙ୍କ ଅନୁପସ୍ଥିତିରେ ପୃଷ୍ଠପୋଷକମାନେ ପଛଘୁଞ୍ଚା ଦେବେ ବୋଲି ଅନୁମାନ। ତେଣୁ ଏସିଆକପ୍‌ ପାକିସ୍ତାନରେ ଅନୁଷ୍ଠିତ ହେବା ଅସମ୍ଭବ। ତେବେ ଏହି ପ୍ରସଙ୍ଗ ଉପରେ ଚୂଡାନ୍ତ ନିଷ୍ପତ୍ତି ଆସନ୍ତା ମାର୍ଚ୍ଚ ମାସରେ ଗ୍ରହଣ କରାଯିବ। ସୂଚନାଯୋଗ୍ୟ ଯେ, ଗତବର୍ଷ ଶ୍ରୀଲଙ୍କାର ଆର୍ଥୀକ ପରିସ୍ଥିତି ଅତି ଖରାପ ଦିଗକୁ ଚାଲି ଯାଇଥିବା ଦୃଷ୍ଟିରୁ ୟୁଏଇରେ ଏସିଆକପ୍‌ ଆୟୋଜନ କରାଯାଇଥିଲା। ତେବେ ଏହି ବୈଠକରେ ଆଫଗାନିସ୍ତାନ କ୍ରିକେଟ ସ୍ଥିତି ନେଇ ବିଶେଷ ଚର୍ଚ୍ଚା ହୋଇଛି। ତାଲିବାନ ଶାସନ କରିବା ପରେ ଆଫଗାନିସ୍ତାନ ମହିଳା କ୍ରିକେଟକୁ ବାସନ୍ଦ କରିଛି। ତେଣୁ ଏହାକୁ ସୁଧାରିବା ପାଇଁ ଏସିଆନ୍ କ୍ରିକେଟ କାଉନସିଲ ପଦକ୍ଷେପ ନେବ ବୋଲି ନିଷ୍ପତ୍ତି ନେଇଛି। ସେହିପରି ଆଫଗାନିସ୍ତାନ କ୍ରିକେଟ ଆସୋସିଏସନକୁ ଦିଆଯାଉଥିବା ବାର୍ଷିକ ବଜେଟ ୬ ପ୍ରତିଶତରୁ ୧୫କୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଛି।

Get real time updates directly on you device, subscribe now.