ତୃତୀୟ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟ୍କା: ନିର୍ଣ୍ଣାୟକ ମ୍ୟାଚ୍ରୁ ବାଦ୍ ପଡ଼ିଲେ ଏହି ଷ୍ଟାର୍ ଅଲରାଉଣ୍ଡର
ଲର୍ଡସ ମହାଲଢ଼େଇ ପୂର୍ବରୁ ଚିନ୍ତାରେ ଟିମ୍ ଇଣ୍ଡିଆ!
IND vs ENG ODI: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲର୍ଡସ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ମ୍ୟାଚ୍ ପୂର୍ବରୁ ଭାରତୀୟ ଶିବିର ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ୩ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ବର୍ତ୍ତମାନ ୧-୧ ସମାନତାରେ ରହିଛି ।
ଅଧିନାୟକ ଶୁଭମନ ଗିଲ୍ଙ୍କ ନେତୃତ୍ୱରେ ଭାରତୀୟ ଦଳ ପ୍ରଥମ ମ୍ୟାଚ୍ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଘରୋଇ ଇଂଲଣ୍ଡ ଦଳ ବାଜି ମାରିଥିଲା । ଏଭଳି ସ୍ଥିତିରେ ରବିବାର ହେବାକୁ ଥିବା ମ୍ୟାଚ୍ଟି ସିରିଜ୍ ନିର୍ଣ୍ଣାୟକ ସାବ୍ୟସ୍ତ ହେବ । କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଷ୍ଟାର୍ ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କ ଆଘାତ ସମସ୍ୟା ଟିମ୍ ଇଣ୍ଡିଆର ଟେନସନ ବଢ଼ାଇ ଦେଇଛି ।
ସୂଚନା ଅନୁଯାୟୀ, ୱାଶିଂଟନ ସୁନ୍ଦର ଦ୍ୱିତୀୟ ଦିନିକିଆରେ ଆଘାତପ୍ରାପ୍ତ ହୋଇ କଷ୍ଟ ସହୁଥିବା ନଜର ଆସିଥିଲେ ଏବଂ ସେ ମ୍ୟାଚ୍ରେ ବୋଲିଂ ମଧ୍ୟ କରିନଥିଲେ । ଯାହାର ବଡ଼ କ୍ଷତି ଦଳକୁ ସହିବାକୁ ପଡ଼ିଥିଲା । ପ୍ରଥମ ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରିଥିବା ସୁନ୍ଦର ଏବେ ଇଞ୍ଜୁରୀ କାରଣରୁ ତୃତୀୟ ଦିନିକିଆରୁ ବାଦ୍ ପଡ଼ିବା ପ୍ରାୟ ନିଶ୍ଚିତ ବୋଲି ରିପୋର୍ଟରୁ ଜଣାପଡ଼ିଛି ।
ଏକାଧିକ ଅଲରାଉଣ୍ଡର ଆହତ: ଟିମ୍ ଇଣ୍ଡିଆ ପାଇଁ ସବୁଠାରୁ ବଡ଼ ସମସ୍ୟା ହେଉଛି ଦଳର ପ୍ରମୁଖ ଅଲରାଉଣ୍ଡରମାନେ ଆଘାତପ୍ରାପ୍ତ ହୋଇ ବାହାରେ ଅଛନ୍ତି ।
ହାର୍ଦ୍ଦିକ ପାଣ୍ଡ୍ୟା: ଚଳିତ ଆଇପିଏଲ୍ ୨୦୨୬ ସମୟରେ ହାର୍ଦ୍ଦିକ ଆହତ ହୋଇ ଦଳରୁ ବାହାରେ ଅଛନ୍ତି ।
Uttarakhand Govt.
ନୀତିଶ କୁମାର ରେଡ୍ଡୀ: ଆଫଗାନିସ୍ତାନ ବିପକ୍ଷ ସିରିଜ୍ ବେଳେ ଟ୍ରେନିଂ ସମୟରେ ସେ ଆହତ ହୋଇଥିଲେ, ଯେଉଁଥିପାଇଁ ସେ ସମ୍ପୂର୍ଣ୍ଣ ଇଂଲଣ୍ଡ ଗସ୍ତରୁ ବାଦ୍ ପଡ଼ିଛନ୍ତି ।
ଭାରତୀୟ ଦଳ: ଶୁଭମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ୍ ରାହୁଲ (ୱିକେଟକିପର), ଈଶାନ କିଷାନ (ୱିକେଟକିପର), ଶ୍ରେୟସ ଆୟର, ପ୍ରସିଦ୍ଧ କ୍ରିଷ୍ଣା, ୱାଶିଂଟନ ସୁନ୍ଦର, ଶିବମ ଦୁବେ, ପ୍ରିନ୍ସ ଯାଦବ, ଅକ୍ଷର ପଟେଲ, କୁଲଦୀପ ଯାଦବ, ଜସପ୍ରୀତ ବୁମ୍ରା, ଅର୍ଶଦୀପ ସିଂହ, ଗୁରନୂର ବ୍ରାର ।
ଇଂଲଣ୍ଡ ଦଳ: ହ୍ୟାରୀ ବ୍ରୁକ୍ (ଅଧିନାୟକ), ଲିଆମ୍ ଡସନ, ଆଦିଲ ରସିଦ, ଜୋସ୍ ବଟଲର (ୱିକେଟକିପର), ଟମ୍ ବେଣ୍ଟନ (ୱିକେଟକିପର), ଜୋ ରୁଟ୍, ବେନ୍ ଡକେଟ୍, ଜୋଫ୍ରା ଆର୍ଚ୍ଚର, ସାକିବ ମହମୁଦ, ବ୍ରାଇଡନ କାର୍ସ, ସାମ୍ କରନ, ଜୋଶ ଟଙ୍ଗ୍, ୱିଲ୍ ଜ୍ୟାକ୍ସ, ଗସ୍ ଆଟକିନସନ, ଜେମ୍ସ କୋଲ୍ସ, ଜାକବ ବେଥେଲ, ରେହାନ ଅହମ୍ମଦ ।
କେବେ ଓ କେଉଁଠି ଦେଖିବେ LIVE ମ୍ୟାଚ୍: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ୍ ଆସନ୍ତା ରବିବାର (୧୯ ଜୁଲାଇ) ଦିନ ଖେଳାଯିବ । ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩:୩୦ ମିନିଟ୍ରେ ମ୍ୟାଚ୍ ଆରମ୍ଭ ହେବ ଏବଂ ଅପରାହ୍ନ ୩:୦୦ ଟାରେ ଟସ୍ ପଡ଼ିବ ।
ଏହି ମ୍ୟାଚ୍ର ସିଧା ପ୍ରସାରଣ ସୋନି ସ୍ପୋର୍ଟସ ନେଟୱର୍କ ଚ୍ୟାନେଲରେ କରାଯିବ । ମ୍ୟାଚ୍ର ଲାଇଭ୍ ଷ୍ଟ୍ରିମିଂ ଜିଓହଟଷ୍ଟାର୍ ଆପ୍ ଏବଂ ୱେବସାଇଟ୍ରେ ଉପଲବ୍ଧ ହେବ ।

