ଶ୍ରୀଲଙ୍କା ଟେଷ୍ଟ୍ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ଖେଳିବ ୩ ଦିନିଆ ୱାର୍ମଅପ୍ ମ୍ୟାଚ୍, କେଉଁଥିରେ ଦେଖିବେ ଲାଇଭ୍

ଶ୍ରୀଲଙ୍କା ଟେଷ୍ଟ୍ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ଖେଳିବ ୩ ଦିନିଆ ୱାର୍ମଅପ୍ ମ୍ୟାଚ୍

ଓଡ଼ିଶା ଭାସ୍କର ଡେସ୍କ: ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଯାଇସାରିଛି। ଉଭୟ ଦଳ ମଧ୍ୟରେ ୨ଟି ଟେଷ୍ଟ୍ ମ୍ୟାଚ୍ ବିଶିଷ୍ଟ ସିରିଜ୍ ୧୫ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ତା’ ପୂର୍ବରୁ ଟିମ୍ ଇଣ୍ଡିଆକୁ ଏକ ୱାର୍ମଅପ୍ ମ୍ୟାଚ୍ ଖେଳିବାର ଅଛି, ଯାହାର ଶୁଭାରମ୍ଭ ୭ ଅଗଷ୍ଟରୁ ହେବ। ପୂର୍ବରୁ ଏହି ମ୍ୟାଚ୍‌ଟି ୪ ଦିନିଆ ହେବାର ଥିଲା, କିନ୍ତୁ ପରେ ଏହାର ଅବଧି କମାଇ ୩ ଦିନ କରିଦିଆଗଲା। ଏବେ ଏହି ଭାରତ ବନାମ ଶ୍ରୀଲଙ୍କା XI ୱାର୍ମଅପ୍ ମ୍ୟାଚ୍ ୭-୯ ଅଗଷ୍ଟ ପର୍ଯ୍ୟନ୍ତ ଖେଳାଯିବ।

୯ ବର୍ଷ ପରେ ଟିମ୍ ଇଣ୍ଡିଆ କୌଣସି ଟେଷ୍ଟ୍ ସିରିଜ୍ ପାଇଁ ଶ୍ରୀଲଙ୍କା ଗସ୍ତରେ ଯାଇଛି। ଭାରତୀୟ ଦଳ ଶ୍ରୀଲଙ୍କାରେ ଶେଷ ଟେଷ୍ଟ୍ ସିରିଜ୍ ୨୦୧୭ ମସିହାରେ ଖେଳିଥିଲା, ସେତେବେଳେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ସିରିଜ୍‌କୁ ୩-୦ ରେ ଜିତି ଫେରିଥିଲା। ଅନ୍ୟପଟେ ଗତ ୧୮ ବର୍ଷ ମଧ୍ୟରେ ଭାରତ କେବେବି ଟେଷ୍ଟ୍ ସିରିଜ୍‌ରେ ଶ୍ରୀଲଙ୍କାଠାରୁ ହାରିନାହିଁ।

ଆଗାମୀ ସିରିଜ୍ ବିଷୟରେ କହିବାକୁ ଗଲେ, ଭାରତୀୟ ଖେଳାଳିମାନେ ସିରିଜ୍ ଆରମ୍ଭ ହେବା ପୂର୍ବରୁ ପ୍ରଚୁର ପରିଶ୍ରମ କରିଛନ୍ତି। କେ.ଏଲ୍. ରାହୁଲ୍ ଏବଂ ୟଶସ୍ୱୀ ଜାଇସୱାଲ୍ ଶ୍ରୀଲଙ୍କା ଗସ୍ତ କରିବା ପୂର୍ବରୁ ନିଜ ପ୍ରସ୍ତୁତିକୁ ସୁଦୃଢ଼ କରିବା ପାଇଁ ସ୍ୱତନ୍ତ୍ର ଟ୍ରେନିଂ ନେଇଥିଲେ। ଏବେ ଆରମ୍ଭ ହେଉଥିବା ୱାର୍ମଅପ୍ ମ୍ୟାଚ୍ ଏହି ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେବାର କାମ କରିବ।

Uttarakhand Govt.

କେତେବେଳେ ଆରମ୍ଭ ହେବ ୱାର୍ମଅପ୍ ମ୍ୟାଚ୍: ଭାରତ ଏବଂ ଶ୍ରୀଲଙ୍କା XI ର ଏହି ୱାର୍ମଅପ୍ ମ୍ୟାଚ୍ ଭାରତୀୟ ସମୟାନୁସାରେ ସକାଳ ୧୦ଟାରୁ ଆରମ୍ଭ ହେବ। ଏହି ମ୍ୟାଚ୍ କୋଲମ୍ବୋସ୍ଥିତ ଏନ୍.ସି.ସି. ଗ୍ରାଉଣ୍ଡରେ ଖେଳାଯିବ।

କେଉଁଠି ଦେଖିବେ ଲାଇଭ୍: ଏହି ୱାର୍ମଅପ୍ ମ୍ୟାଚ୍ Sony Liv ଆପ୍‌ରେ ଲାଇଭ୍ ଷ୍ଟ୍ରିମ୍ କରାଯିବ। ଅପରପକ୍ଷରେ, ଯଦି ଟିଭିରେ ମ୍ୟାଚ୍‌ର ଲାଇଭ୍ ଟେଲିକାଷ୍ଟ ଦେଖିବାକୁ ଚାହୁଁଛନ୍ତି, ତେବେ ସୋନି ସ୍ପୋର୍ଟସ୍ ନେଟୱାର୍କ (Sony Sports Network) ଏହାର ସୀଧା ପ୍ରସାରଣ କରିବ।

ଭାରତ ବନାମ ଶ୍ରୀଲଙ୍କା: ଟେଷ୍ଟ୍ କ୍ରିକେଟ୍ ଇତିହାସରେ ଏପର୍ଯ୍ୟନ୍ତ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୪୬ଟି ମ୍ୟାଚ୍ ଖେଳାଯାଇଛି। ଏଥିମଧ୍ୟରୁ ୨୨ ଥର ଟିମ୍ ଇଣ୍ଡିଆ ଜିତିଥିବା ବେଳେ ଶ୍ରୀଲଙ୍କା କେବଳ ୭ଟି ମ୍ୟାଚ୍ ଜିତିପାରିଛି। ୧୭ଟି ମ୍ୟାଚ୍ ଡ୍ର’ ରେ ଶେଷ ହୋଇଛି। ଗତ ୧୦ଟି ମୁକାବିଲାରେ ୮ ଥର ଭାରତ ବାଜି ମାରିଛି, ଯେଉଁଥିରେ ୨ଟି ମ୍ୟାଚ୍ ଡ୍ର’ ରହିଛି।

ଭାରତର ସ୍କ୍ୱାଡ୍: ଶୁଭମନ୍ ଗିଲ୍ (ଅଧିନାୟକ), ୟଶସ୍ୱୀ ଜାଇସୱାଲ୍, ଦେବଦତ୍ତ ପଡିକ୍କଲ୍, କେ.ଏଲ୍. ରାହୁଲ୍, ରିଷଭ ପନ୍ତ, ଧ୍ରୁବ ଜୁରେଲ୍, ରବୀନ୍ଦ୍ର ଜାଡେଜା, ସାରାଂଶ ଜୈନ୍, ମାନବ ସୁଥାର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ, ଗୁରନୂର ବ୍ରାର୍, ଆକିବ୍ ନବୀ।