fbpx

TBକୁ ରୋକିବା ପାଇଁ ଗତ ୬ ବର୍ଷରେ ସରକାର ଖର୍ଚ୍ଚ କରିଛନ୍ତି ୯ ହଜାର କୋଟି: ୨୦୨୫ ସୁଦ୍ଧା ଭାରତ ହେବ ଟିବି ମୁକ୍ତ, କେମିତି?

ନୂଆଦିଲ୍ଲୀ: ଭାରତରେ ବର୍ଷକ ମଧ୍ୟରେ ୫ ଲକ୍ଷ ଲୋକ ଯକ୍ଷ୍ମା (ଟିବି)ରେ ମରୁଛନ୍ତି । ଗତ ୨୦୨୦ରେ ଏକ ଲକ୍ଷ ଲୋକଙ୍କ ମଧ୍ୟରେ ୩୨ ଜଣ ପ୍ରାଣ ହରାଇଥିଲେ । ଯକ୍ଷ୍ମା ପରି ଭୟ ଭୟଙ୍କର ରୋଗକୁ ସମାପ୍ତ କରି କେନ୍ଦ୍ର ସରକାର ୨୦୨୫ ସୁଦ୍ଧା ଦେଶକୁ ଟିବି ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏହି ଲକ୍ଷ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ ‘ପ୍ରଧାନମନ୍ତ୍ରୀ ଟିବି-ମୁକ୍ତ ଭାରତ’ ଅଭିଯାନ ଶୁଭାରମ୍ଭ କରିଛନ୍ତି ।

ତେବେ ଯଦି ଆମେ ଗତ ୫ ବର୍ଷର ରେକର୍ଡକୁ ନଜର ନପାଇବା ତେବେ ଟିବି ରୋଗୀ ସଂଖ୍ୟା ବଢ଼ୁଥିବା ଦେଖାଯାଇଛି । ଗତ ୨୦୧୭ ୧୮.୨ ଲକ୍ଷ, ୨୦୧୮ରେ ୨୧.୫ ଲକ୍ଷ, ୨୦୧୯ରେ ୨୪.୪ ଲକ୍ଷ, ୨୦୨୦ରେ ୧୮.୦୫ ଲକ୍ଷ ଓ ୨୦୨୧ରେ ୧୯.୩୩ ଲକ୍ଷ ରୋଗୀ ରହିଥିଲେ । ଯୁବବର୍ଗଙ୍କୁ ଏହା ଅଧିକ ମାତ୍ରାରେ ସଂକ୍ରମିତ କରୁଛି । ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଶିକାର ହେଉଛନ୍ତି । ଉତ୍ତରପ୍ରଦେଶରେ ୨୦, ମହାରାଷ୍ଟ୍ରରେ ୯, ମଧ୍ୟପ୍ରଦେଶରେ ୮, ରାଜସ୍ଥାନରେ ୭ ଓ ବିହାରରେ ୭ ପ୍ରତିଶତ ରୋଗୀ ଦେଖିବାକୁ ମିଳିଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ୨୦୨୧ରେ ଯଦି ଦେଶରେ ୫ ଲକ୍ଷରୁ ଅଧିକ ଲୋକ ଟିବିରେ ମରିଥିଲେ, ତେବେ ୨୦୨୫ ସୁଦ୍ଧା ଭାରତ ଟିବି ମୁକ୍ତ କେମିତି ହୋଇପାରିବ । ଅନେକ ଲୋକ ଏଥିରେ ସଂକ୍ରମିତ ହୋଇଥିଲେ ହେଁ କୌଣସି ଲକ୍ଷଣ ଦେଖାଯାଇ ନଥାଏ । ଟିବିକୁ ରୋକିବା ପାଇଁ ସରକାର ୨୦୧୪-୧୫ରେ ୬୩୯ କୋଟି, ୨୦୧୫-୧୬ରେ ୬୩୯ କୋଟି, ୨୦୧୬-୧୭ରେ ୬୭୭ କୋଟି, ୨୦୧୭-୧୮ରେ ୨୭୫୯ କୋଟି, ୨୦୧୮-୧୯ରେ ୨୨୩୭ କୋଟି, ୨୦୧୯-୨୦ରେ ୨୪୪୩ କୋଟିର ହାଇ ବଜେଟ୍ ଖର୍ଚ୍ଚ କରିଛନ୍ତି । ଏହା ପରେ ବି ରୋଗୀଙ୍କ କ୍ଷେତ୍ରରେ ସେତେଟା ପ୍ରଭାବ ପରିଲକ୍ଷିତ ହୋଇନାହିଁ ।

Get real time updates directly on you device, subscribe now.