fbpx

ବାଂଲାଦେଶ ଗସ୍ତରେ ଯିବ ଭାରତୀୟ ଦଳ, ଖେଳିବ ଟେଷ୍ଟ ଓ ଦିନିକିଆ ସିରିଜ୍

ନୂଆଦିଲ୍ଲୀ ୧୮ ।୦୫: କରୋନା ଭାଇରସ୍ କାରଣରୁ କ୍ରିକେଟ୍ ଜଗତ ବହୁତ ପ୍ରଭାବିତ ହୋଇଛି । ମହାମାରୀର ପ୍ରକୋପ ଯୋଗୁଁ ଅନେକ କ୍ରିକେଟ୍ ଟୁର୍ଣ୍ଣାମେଂଟକୁ ସ୍ଥଗିତ ରଖାଯାଇଛି କିମ୍ବା ବାତିଲ୍ କରିବାକୁ ପଡିଛି । ମାତ୍ର କ୍ରିକେଟ୍ ଖେଳ ଏବେ ଧିରେ ଧିରେ ଟ୍ରାକକୁ ଫେରିବାରେ ଲାଗିଛି । ଦେଶଗୁଡିକ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ୍ ମଧ୍ୟ ଆରମ୍ଭ ହୋଇ ଯାଇଛି । କରୋନା କାରଣରୁ ଯେଉଁ ସବୁ ଟୁର୍ଣ୍ଣାମେଂଟ ସ୍ଥଗିତ ରହିଛି ତାହା ଆଗାମୀ ଦୁଇ ବର୍ଷ ମଧ୍ୟରେ ଆୟୋଜନ ହେବ । ୨୦୨୩ ସୁଦ୍ଧା ଦୁଇଟି ଟି-୨୦ ଏବଂ ଗୋଟିଏ ଦିନିକିଆ ବିଶ୍ୱ କପ୍ ଖେଳାଯିବ । ଅନ୍ୟପଟେ ଭାରତୀୟ ଦଳର କାର୍ଯ୍ୟକ୍ରମ ମଧ୍ୟ ବ୍ୟସ୍ତବହୁଳ ରହିବ । ଆସନ୍ତା ବର୍ଷ ଦଳର ବାଂଲାଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ଭାରତୀୟ ଦଳ ବର୍ତମାନ ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ପାଇଁ ପ୍ରସ୍ତୁତି ଚଳାଇଛି । ଏହାର ଫାଇନାଲ ମୁକାବିଲା ଜୁନ ୧୮ ରୁ ୨୨ ପର୍ଯ୍ୟନ୍ତ ଇଂଲଣ୍ଡରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଏହା ପରେ ଭାରତ ଘରୋଇ ଇଂଲଣ୍ଡ ବିପକ୍ଷରେ ପାଂଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ । ପୁଣି ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍‌, ବର୍ଷର ଶେଷ ଆଡକୁ ଟି-୨୦ ବିଶ୍ୱ କପ୍‌, ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ଏବଂ ପୁଣି ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ଖେଳିବ । ସେହି ପରି ୨୦୨୨ରେ ମଧ୍ୟ ଭାରତୀୟ କ୍ରିକେଟ୍ ଦଳର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ରହିଛି। ଦଳ ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା, ଇଂଲଣ୍ଡ ବିପକ୍ଷ ସିରିଜ୍ ଖେଳିବା ବ୍ୟତୀତ ଆଇପିଏଲ୍‌, ଏସିଆ କପ, ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱ କପ୍ ମଧ୍ୟ ଖେଳିବ ।

ନଭେମ୍ବରରେ ବାଂଲାଦେଶ ଗସ୍ତ 

ଆସନ୍ତା ବର୍ଷ ନଭେମ୍ବର ମାସରେ ଭାରତୀୟ ଦଳ ବାଂଲାଦେଶ ଗସ୍ତ କରିବ। ଦଳ ଦୀର୍ଘ ସମୟ ପରେ ଏହି ବାଂଲାଦେଶ ଗସ୍ତ କରିବ । କ୍ରିକଇନଫୋର ସୂଚନା ଅନୁଯାୟୀ, ଏହି ଗସ୍ତରେ ଭାରତୀୟ ଦଳ ଦୁଇଟି ଟେଷ୍ଟ ଓ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ । ଏହା ପୂର୍ବରୁ ଭାରତ ଦୁଇ ଥର ୨୦୧୪ ଏବଂ ୨୦୧୫ରେ ବାଂଲାଦେଶ ଗସ୍ତ କରିଥିଲା ।

Get real time updates directly on you device, subscribe now.