ବାରବାଟୀରେ ବାଜି ମାରିଲା ଭାରତ; ୭୪ ରନରେ ଅଲଆଉଟ ହେଲା ଦକ୍ଷିଣ ଆଫ୍ରିକା ଟିମ, ପ୍ରଥମ ମ୍ଯାଚରୁ ନିରାଶ ହେଲା ବିପକ୍ଷ ଦଳ…

ବାରବାଟୀରେ ଭାରତର ବିରାଟ ବିଜୟ

ଓଡିଶା ଭାସ୍କର: ପ୍ରଥମ ଟି-ଟ୍ବେଣ୍ଟିରେ ବାଜି ମାରିଲା ଭାରତ। ହାରିଲା ଦକ୍ଷିଣ ଆଫ୍ରିକା। ଧରାଶାୟୀ ହେଲା ବିପକ୍ଷ ଦଳ। ଓଲଟିଲା ମ୍ଯାଚର ଫଳାଫଳ।

ଭାରତୀୟ ବୋଲରଙ୍କ ଘାତକ ବୋଲିଙ୍ଗରେ ବାଉନ୍ସ ହେଲେ ଜଣକ ପରେ ଜଣେ ଦକ୍ଷିଣ ଆଫ୍ରିକୀୟ ଖେଳାଳି। କିଏ ଶୂନ କରି ଆଉଟ ହେଲେ ତ ଆଉ କାହାର ଷ୍ଟମ୍ପ ଉଡାଇଦେଲେ ଭାରତୀୟ ବୋଲର। ଫ୍ଯାନ୍ସଙ୍କ ଭିତରେ ଖେଳିଗଲା ଖୁସିର ଲହରି।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟି-ଟ୍ବେଣ୍ଟି ମ୍ଯାଚରେ ଟିମ ଇଣ୍ଡିଆ ଦମଦାର ବିଜୟ ହାସଲ କରିଛି। ପ୍ରଥମେ ବ୍ଯାଟିଙ୍ଗ କରି ଦକ୍ଷିଣ ଆଫ୍ରିକାକୁ 176ରନର ଟାର୍ଗେଟ ଦେଇଥିଲା ଭାରତ।

ମାତ୍ର 12 ଓଭର 3 ବଲ ଖେଳି ବିପକ୍ଷ ଟିମ ଅଲ ଆଉଟ ହୋଇଥିଲେ। ଏପରିକି ବଡ଼ ବଡ଼ ଦିଗଜ ଖେଳାଳିଙ୍କ ବ୍ୟାଟ ଆଜି କାମ ଦେଇନଥିଲା। 101ରନରେ ଜିତିଲା ଭାରତ। ଅନ୍ଯପଟେ 100 ରନ ମଧ୍ୟ କରିବାକୁ ସକ୍ଷମ ହେଲା ନାହିଁ ଦକ୍ଷିଣ ଆଫ୍ରିକା।

ଦକ୍ଷିଣ ଆଫ୍ରିକା ପ୍ରଥମେ ଟସ ଜିତି ବୋଲିଙ୍ଗ କରିବା ପାଇଁ ନିଶ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ଯାଟିଙ୍ଗ କରିବାକୁ ମଇଦାନକୁ ଓହ୍ଲାଇଥିଲା। ଓପନିଙ୍ଗ କରିବା ପାଇଁ ଆସି ଭାରତ ତରଫରୁ ଅଭିଶେକ ଶର୍ମା ଓ ଶୁଭମନ ଗିଲ ମଇଦାନକୁ ଓହ୍ଲାଇଥିଲେ ମଧ୍ୟ ଭାରତ ପ୍ରଥମରୁ ୱିକେଟ ହରାଇଥିଲା।

ଶୁଭମନ ଗିଲ ମାତ୍ର 5 ରନ କରି ଆଉଟ ହୋଇଥିଲେ। ପରେ କ୍ଯାପଟେନ ସୂର୍ଯ୍ଯ ମଧ୍ୟ 12 ରନ କରି ଆଉଟ ହୋଇଥିଲେ। ମାତ୍ର ଅଲରାଉଣ୍ଡର ହା୍ର୍ଦ୍ଦିକ ପାଣ୍ଡିଆ ଏକ ଦମଦାର ପାଳି ଖେଳି ଅର୍ଦ୍ଦଶତକ ହାସଲ କରିଥିଲେ।

ଫଳରେ ଭାରତ 175 ରନର ଲମ୍ବା ସ୍କୋର କରିବାରେ ସଫଳ ହୋଇଥିଲା। ଅନ୍ଯପଟେ ଦକ୍ଷିଣ ଆଫ୍ରିକାର ଜଣକ ପରେ ଜଣେ ପ୍ଲେୟାର ଆଉଟ ହୋଇଥିଲେ। ଏପରିକି ଆରମ୍ଭରୁ କ୍ବିଣ୍ଟନ ଡିକକ ପରେ ମାତ୍ର 12 ଓଭରରେ ସମସ୍ତ ୱିକେଟ ହରାଇଥଲା ବିପକ୍ଷ ଟିମ।

ଭାରତ ତରଫରୁ ଅର୍ଶଦୀପ ସିଂ, ବୁମରାହ, ବରୁଣ ଚକ୍ରବର୍ତ୍ତି ଓ ଅକ୍ସର ପଟେଲ ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ, ହାର୍ଦ୍ଦିକ ଓ ଶିବମ ଦୁବେ ଗୋଟିଏ ଲେଖାଏଁ ୱିକେଟ ନେବାରେ ସଫଳ ହୋଇଥିଲେ।