fbpx

INDvNZ, 3rd T20: ଟସ୍ ଜିତି ଭାରତର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା, ପ୍ଲେଇଂ ୧୧କୁ ଫେରିଲେ ଉମ୍ରାନ୍‌

ଅହମ୍ମଦାବାଦ: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜର ଶେଷ ମ୍ୟାଚ୍ ନରେନ୍ଦ୍ର ମୋଦି ଷ୍ଟାଡିୟମ ଅହମ୍ମଦାବାଦରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛି। ଭାରତୀୟ ଦଳରେ ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ ଉମ୍ରାନ୍ ମଲ୍ଲିକଙ୍କୁଯାଗା ମିଳିଛି। ଅନ୍ୟପଟେ ନ୍ୟୁଜିଲାଣ୍ଡ ପାଇଁ ବେନ୍ ଲିଷ୍ଟର ଡେବ୍ୟୁ କରୁଛନ୍ତି। ଲିଷ୍ଟର ଜେକବ ଡଫିଙ୍କ ସ୍ଥାନ ଦଳରେ ସ୍ଥାନ ପାଇଚନ୍ତି।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦଳ ରବିବାର ଦିନ ଲକ୍ଷ୍ନୌରେ ଖେଳାଯାଇଥିବା ଲୋ-ସ୍କୋର ମ୍ୟାଚ୍ ଜିତି ସିରିଜକୁ ୧-୧ରେ ପହଞ୍ଚାଇଛି। ପ୍ରଥମ ଟି -୨୦ ରେ ୨୧ ରନ୍ ଜିତିବା ପରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ମ୍ୟାଚ୍ ରେ ହାତରେ ୬ ୱିକେଟ୍ ପରାଜୟର ସମ୍ମୁଖୀନ ହୋଇଥିଲା।

ନ୍ୟୁଜିଲ୍ୟାଣ୍ଡ: ଫିନ୍ ଆଲେନ୍, ଡିଭନ୍ କନୱେ (ୱିକେଟକିପର), ମାର୍କ ଚାପମାନ, ଗ୍ଲେନ ଫିଲିପ୍ସ, ଡାରିଲ ମିଚେଲ, ମାଇକେଲ ବ୍ରେସୱେଲ, ମିଚେଲ ସାଣ୍ଟନର୍ (ଅଧିନାୟକ), ଇଶ୍ ସୋଡି, ଲକି ଫର୍ଗୁସନ୍, ବେନ୍ ଲିଷ୍ଟର, ବ୍ଲେୟାର ଟିକନର୍।

ଭାରତ: ଶୁଭମାନ ଗିଲ, ଇଶାନ କିଶନ (ୱିକେଟକିପର), ରାହୁଲ ତ୍ରିପାଠୀ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଦୀପକ ହୁଡା, ୱାଶିଂଟନ ସୁନ୍ଦର, ଶିବମ ମାଭି, କୁଲଦୀପ ଯାଦବ, ଉମ୍ରାନ୍ ମଲିକ, ଅର୍ଶଦୀପ ସିଂ।

 

Get real time updates directly on you device, subscribe now.