ଟସ୍ ଜିତି ବୋଲିଙ୍ଗ କରିବା ପାଇଁ ନିଷ୍ପତ୍ତି ନେଲା ଭାରତ; ବ୍ଯାଟିଙ୍ଗ କରିବା ପାଇଁ ମଇଦାନକୁ ଓହ୍ଲାଇବ ନ୍ଯୁଜଲ୍ଯାଣ୍ଡ…

ଆଉ କିଛି ସମୟ ପରେ ଆରମ୍ଭ ହେବ ଧୁଆଁଧାର ମ୍ଯାଚ୍..

IND VS NZ: ଭାରତ ଓ ନ୍ଯୁଜଲ୍ଯାଣ୍ଡ ମଧ୍ୟରେ ଆଜି ପ୍ରଥମ ଦିନିକିଆ ମ୍ୟାଚ ଖେଳାଯିବ। ଏହା ଆଗରୁ ଭାରତ ଟସ ଜିତି ବୋଲିଙ୍ଗ କରିବା ପାଇଁ ନିଷ୍ପତ୍ତି ନେଇଛି। ଶୁଭମନ ଗିଲଙ୍କ ନେତୃତ୍ବରେ ଭାରତୀୟ ଟିମ ଆଜି ଦମଦାର ପ୍ରଦର୍ଶନ କରିବ ବୋଲି କୁହାଯାଉଛି।

ତେବେ ଯଦି ଦେଖିବା ଆଜି ଯଦି ଭାରତର ବୋଲର ମାନେ ଭଲ ପ୍ରଦର୍ଶନ କରନ୍ତି ଏହା ଟିମ ଇଣ୍ଡିଆ ପାଇଁ ଅତ୍ଯନ୍ତ ଲାଭ ଦାୟକ ହେବ। ପାୱାର ପ୍ଲେରେ ଯଦି ଖେଳାଳିଙ୍କୁ ଅଧିକ ରନ ସ୍କୋର କରିବାରୁ ଅଟକାଯାଇ ପାରେ ତେବେ ଏହା ଟିମ ଇଣ୍ଡିଆ ପାଇଁ ଲାଭଦାୟକ ହେବ।

ଗୋଟିଏ ପଟେ ଯଦି ଦେଖିବା ଆଜି ଭାରତୀୟ ଟିମରେ ରୋହତି ଓ କୋହଲିଙ୍କ ଦମଦାର ପ୍ରଦର୍ଶନ ଦେଖିବା ପାଇଁ ଦର୍ଶକ ଚାହିଁ ରହିଛନ୍ତି। ଏହାଛଡା ଦୁଇ ଖେଳାଳିଙ୍କୁ ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରୁଥିବାର ଦେଖାଯାଇଥିଲା। ଏପରିକି ବିରାଟ କୋହଲି ଲଗାତାର ଦୁଇଟି ଶତକ ଲଗାଇଥିଲେ ଅନ୍ୟପଟେ ରୋହିତ ମଧ୍ୟ ଦମଦାର ଅର୍ଦ୍ଦଶତକ ପାଳି ଖେଳିଥିଲେ।

ଦୁଇ ଜଣଙ୍କର ଫର୍ମ ଥିବାରୁ ମ୍ଯାଚରେ ତାଙ୍କ ଉପରେ ନଜର ରହିବ। ଅନ୍ୟପଟେ ଶ୍ରେୟସ ଆୟର ମଧ୍ୟ ଆହତରୁ ବର୍ତ୍ତମାନ ଫେରିଛନ୍ତି। ଏଣୁ ତାଙ୍କ ଉପରେ ମଧ୍ୟ ନଜର ରହିବେ।

ଭାରତୀୟ ଦଳ:ରୋହିତ ଶର୍ମା, ଶୁଭମାନ ଗିଲ (C), ବିରାଟ କୋହଲି, ଶ୍ରେୟସ୍ ଆୟର, କେ.ଏଲ୍ ରାହୁଲ (WK), ରବିନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ହର୍ଷିତ ରାଣା, କୁଲଦୀପ ଯାଦବ, ମହମ୍ମଦ ସିରାଜ, ପ୍ରସାଦ କୃଷ୍ଣ

ନ୍ଯୁଜଲ୍ଯାଣ୍ଡ ଟିମ୍: ଡେଭନ୍ କନୱେ, ହେନରୀ ନିକୋଲ୍ସ, ୱିଲ୍ ୟଙ୍ଗ, ଡାରିଲ୍ ମିଚେଲ୍, ଗ୍ଲେନ୍ ଫିଲିପ୍ସ, ମିଚେଲ୍  (WK), ମାଇକେଲ୍ ବ୍ରେସୱେଲ୍ (C), ଜାଚାରି ଫୁଲ୍କେସ୍, ଖ୍ରୀଷ୍ଟିଆନ୍ କ୍ଲାର୍କ, କାଇଲ୍ ଜାମିସନ୍, ଆଦିତ୍ୟ ଅଶୋକ