fbpx

ଭାରତୀୟ ସେନାର ଲଢୁଆ ହେଲିକପ୍ଟର ଚିତା ଦୁର୍ଘଟଣାଗ୍ରସ୍ତ, ଅରୁଣାଚଳ ପ୍ରଦେଶର ପାହାଡରେ ଘଟିଛି ଅଘଟଣ

ନୂଆଦିଲ୍ଲୀ : ଭାରତୀୟ ସେନାର ଚିତା ହେଲିକପ୍ଟର ଅରୁଣାଚଳ ପ୍ରଦେଶର ମଣ୍ଡଳା ପର୍ବତରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବର୍ତ୍ତମାନ୍ ସୁଦ୍ଧା ହେଲିକପ୍ଟରରେ ଥିବା ପାଇଲଟଙ୍କ କୌଣସି ସନ୍ଧାନ ମିଳିନାହିଁ ।

ସେନା ସୂତ୍ରରୁ ପ୍ରକାଶ ଯେ ଗୁରୁବାର ସକାଳ ୯: ୧୫ ପରେ ଏୟାର ଟ୍ରାଫିକ ସହ ହେଲିକପ୍ଟର ପମ୍ପର୍କ ବିଚ୍ଛିନ ହୋଇଥିଲା । ସେବେଠାରୁ ହେଲିକପ୍ଟରର କୌଣସି ପତ୍ତା ମିଳିନଥିଲା । ହେଲିକପ୍ଟର ର ସନ୍ଧାନ ଚାଲିଥିଲା । ବର୍ତ୍ତମାନ ସୁଦ୍ଧା ପାଇଲଟଙ୍କ କୌଣସି ସୂଚନା ମିଳିନଥିବାବେଳେ ତାଙ୍କର ସନ୍ଧାନ ଖୋଜିବା ଜାରି ରହିଛି । ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି ।

ଏହି ଅଘଟଣା ଅରୁଣାଚଳ ପ୍ରଦେଶର ବୋମଡିଲା ଅଞ୍ଚଳରେ ଘଟିଛି। ଆର୍ମି ପିଆରଓ ଲେଫ୍ଟନେଟ୍ କର୍ଣ୍ଣଲ ମହେନ୍ଦ୍ର ରାୱତ କହିଛନ୍ତି, ‘ବୋମଡିଲା ପଶ୍ଚିମ ମଣ୍ଡଳ ନିକଟରେ ହେଲିକପ୍ଟର ଦୁର୍ଘଟଣାର ଖବର ଆସିଛି। ସନ୍ଧାନ ଦଳଗୁଡିକ ସର୍ଚ୍ଚ ଅପରେସନ୍ କୁୂ ତୀବ୍ର କରିଛନ୍ତି । ଏ ବାବଦରେ ଏପର୍ଯ୍ୟନ୍ତ ବିସ୍ତୃତ ସୂଚନା ମିଳିନାହିଁ ।

Get real time updates directly on you device, subscribe now.