fbpx

ଇଂଲଣ୍ଡ ଗସ୍ତ ସମାପ୍ତ କରି ଦୁବାଇରେ ପହଞ୍ଚିଲେ ଭାରତୀୟ କ୍ରିକେଟର୍, ୬ ଦିନିଆ କ୍ୱାରେଣ୍ଟାଇନ ପରେ ଟିମ୍‌ରେ ଯୋଗ ଦେବେ ଖେଳାଳି

ଆବୁଧାବି: ଇଂଲଣ୍ଡ ଗସ୍ତ ସମାପ୍ତ କରି ଫେରିଲେ ଭାରତୀୟ କ୍ରିକେଟ ଦଳ । ଶନିବାର ଦିନ ଏକ ସ୍ୱତନ୍ତ୍ର ଚାର୍ଟର ବିମାନରେ ଭାରତୀୟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ,ପେସ୍‌ ବୋଲର ଯଶପ୍ରୀତ ବୁମରା ଓ ସୂର୍ଯ୍ୟକୁମାର ଯାଦବ ପ୍ରମୁଖ ଇଂଲଣ୍ଡରୁ ଆସି ୟୁନାଇଟେଡ ଆରବ ଏମିରେଟ୍ସର ଆବୁଧାବିରେ ପହଞ୍ଚିଛନ୍ତି । ଇଂଲଣ୍ଡ ଛାଡିବା ପୂର୍ବରୁ ସମସ୍ତଙ୍କର କରା ଯାଇଥିବା କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ ଆସି ଥିବା ବେଳେ ପୁଣି ଏଠାରେ କରୋନା ଟେଷ୍ଟ ସହିତ ଛଅ ଦିନ କ୍ୱାରେଣ୍ଟାଇନରେ ରହିବେ ।

ସୂଚନା ଯୋଗ୍ୟ ଯେ ଏହି ତିନି ଖେଳାଳି ମୁମ୍ବାଇ ଇଣ୍ଡିଆନ୍ସ ଫ୍ରାଞ୍ଚାଇଜ ପାଇଁ ଖେଳୁଥିବା ବେଳେ ଖୁବ ଶୀଘ୍ର ଦଳ ସହିତ ଯୋଗଦେବେ । ସୂଚନା ଯୋଗ୍ୟ ଯେ ଆଇପିଏଲର ଦ୍ୱିତୀୟ ଭାଗ ଆସନ୍ତା ୧୯ ତାରିଖରୁ ଆରମ୍ଭ ହେଉଥିବା ବେଳେ ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁର କିଙ୍ଗସ୍‌ ପରସ୍ପରକୁ ଭେଟିବା କାର୍ଯ୍ୟକ୍ରମ ରହିଛି । ତେଣୁ ଚେନ୍ନାଇ ସୁର କିଙ୍ଗସ ଖେଳାଳି ଇଂଲଣ୍ଡରୁ ସ୍ୱତନ୍ତ୍ର ଚାର୍ଟର ବିମାନରେ ଆସି ଦୁବାଇରେ ଦଳ ସହିତ ଯୋଗ ଦେବେ ବୋଲି ଚେନ୍ନାଇ ସୁର କିଙ୍ଗସ୍‌ ମୁଖ୍ୟ କାର୍ଯ୍ୟ ନିର୍ବାହୀ କାସି ବିଶ୍ୱନାଥନ କହିଛନ୍ତି । ରୟାଲ୍‌ ଚାଲେଞ୍ଜର୍ସ ଫ୍ରାଞ୍ଚାଇଜର ଅଧିନାୟକ ବିରାଟ କୋହଲି ଓ ପେସ୍‌ ବୋଲର ମହମ୍ମଦ ସିରାଜଙ୍କୁ ଇଂଲଣ୍ଡରୁ ଆଣିବା ପାଇଁ ଚାର୍ଟର ବିମାନ ବ୍ୟବସ୍ଥା କରାଯାଇଛି । ଏମାନେ ରବିବାର ଦିନ ଦୁବାଇରେ ପହଞ୍ଚିବେ ବୋଲି ସୂଚନା ମିଳିଛି । ସେହିପରି ଭାରତୀୟ ଦଳର ଅନ୍ୟ ଖେଳାଳି ମାନେ ପର୍ଯ୍ୟାୟ କ୍ରମେ ଇଂଲଣ୍ଡରୁ ଆସି ନିଜ ଫ୍ରାଞ୍ଚାଇଜ ସହିତ ଯୋଗଦେବେ ।

Get real time updates directly on you device, subscribe now.