fbpx

ମଝି ଆକାଶରେ ନାଚିଲେ ମହିଳା କ୍ରିକେଟର; ଭିଡ଼ିଓ ହେଉଛି viral

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଦଳର ଖେଳାଳିଙ୍କ ରିଲ ଭିଡିଓ ଭାଇରାଲ ହୋଇଛି। ବିମାନ ଯାତ୍ରା କରୁଥିବା ସମୟରେ ଖେଳାଳିଙ୍କ ମସ୍ତିର ଭିଡିଓକୁ ନିଜ Instagram ଆକାଉଣ୍ଟରେ ଶେୟର କରିଛନ୍ତି ଜେମୀମା ରଦ୍ରିଗ୍ସ। ବିମାନରେ ଯାତ୍ରା ସମୟରେ ଜେମିମାଙ୍କ ସହିତ ସ୍ମୃତି ମନ୍ଧାନା, ଶେଫାଳି ବର୍ମା ଏବଂ ରାଧା ଯାଦବ ମଧ୍ଯ ନଜର ଆସିଥିଲେ।

ଏହି ୪ ଖେଳାଳି ଅନ୍ଧାଧୁନ ଫିଲ୍ମର ଗୀତରେ ରିଲ୍ ବନାଇଥିଲେ। ଅମିତ୍ ତ୍ରିବେଦିଙ୍କ ଗୀତ ଅଭି ଅଭି ତୋ ଏକ ଚେହେରା ଦିଖା ହେଁ ଗୀତରେ ଝୁମିଉଠିଥିଲେ ୪ ଖେଳାଳି। ଉଲ୍ଲେଖଯୋଗ୍ୟ ଯେ, ଏହି ୪ ଖେଳାଳି ଇଂଲଣ୍ଡରେ ଅନୁଷ୍ଠିତ ଦ ହଣ୍ଡ୍ରେଡରେ ଅଂଶଗ୍ରହଣ କରିଥିଲେ। ସେପ୍ଟେମ୍ବର ୨୧ ରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ସିରିଜ୍ ପାଇଁ ଯିବା ସମୟରେ ଏହି ଭିଡିଓ ସୁଟ୍ କରିଥିଲେ ଜେମିମା। ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଗୋଟିଏ ଦିବାରାତ୍ର ଟେଷ୍ଟ ସହିତ ୩ଟି ଲେଖାଏଁ ଦିନିକିଆ ଓ ଟି ୨୦ ମୁକାବିଲା ଖେଳିବ।

Get real time updates directly on you device, subscribe now.