fbpx

୧% ଧନୀଙ୍କର ଅଛି ଦେଶର ୪୦% ସମ୍ପତ୍ତି : Oxfam ରିପୋର୍ଟରେ ବଡ଼ ଖୁଲାସା

ନୂଆଦିଲ୍ଲୀ: ଦେଶରେ ଅସମାନତା ବ୍ୟବଧାନ କେତେ ବୃଦ୍ଧି ପାଇଛି? ଅକ୍ସଫାମ ଇଣ୍ଟରନ୍ୟାସନାଲର ଏକ ରିପୋର୍ଟ ଏହି ପ୍ରସଙ୍ଗରେ ଏକ ବଡ଼ ଖୁଲାସା କରିଛି। ଅକ୍ସଫାମ ଦ୍ଵାରା ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ଏକ ପ୍ରତିଶତ ଧନୀଙ୍କ ପାଖରେ ଦେଶର ୪୦ ପ୍ରତିଶତ ସମ୍ପତ୍ତି ଅଛି ।

ଅନ୍ୟପଟେ ଦେଶର ୫୦%ରୁ ଅଧିକ ଜନସଂଖ୍ୟାଙ୍କ ପାଖରେ କେବଳ ମାତ୍ର ୩% ସମ୍ପତ୍ତି ରହିଛି। ବିଶ୍ବ ଆର୍ଥିକ ମଞ୍ଚର ବାର୍ଷିକ ​ବୈଠକର ପ୍ରଥମ ଦିନ ସୋମବାର ନିଜର ବାର୍ଷିକ ଅସମାନତା ରିପୋର୍ଟରେ ‘ଅକ୍ସେଫେମ୍’ ଇଣ୍ଟରନ୍ୟାସନାଲ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରିପୋର୍ଟ ଅନୁସାରେ, ଭାରତର ୧୦ ସବୁଠାରୁ ଧନୀ ଲୋକଙ୍କ ଉପରେ ୫% ଟାକ୍ସ ଲଗାଇବା ଫଳରେ ପିଲାଙ୍କୁ ସ୍କୁଲ ଆଣିବା ପାଇଁ ପୁରା ପୁରା ଧନ ମିଳିପାରିବ। ଅକ୍ସଫେମ୍‌ର ରିପୋର୍ଟରେ କୁହାଯାଇଛି ଟିପ୍‌-୧୦୦ ଭାରତୀୟ ବିଲେନିୟରଙ୍କ ଉପରେ ୨.୫ ପ୍ରତିଶତ ଟାକ୍ସ ଲଗାଇବା କିମ୍ବା ଶୀର୍ଷ ୧୦ ଅରବପତିଙ୍କ ଉପରେ ୫% ଟାକ୍ସ ଲଗାଇଲେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବହୁତ ବଡ ସାହାଯ୍ୟ ମିଳିପାରିବ। ଧନୀ ଲୋକଙ୍କ ତୁଳନାରେ ଗରିବମାନେ ଅଧିକ ଟାକ୍ସ ଦେଉଛନ୍ତି। ସେଭଳି ଧନୀ ଲୋକଙ୍କର ସମ୍ପତ୍ତିରେ ପ୍ରତିଦିନ ୨.୭ ବିଲିୟନ ଡଲାର ବଢୁଛି।

ରିପୋର୍ଟରେ କୁହାଯାଇଛି ଯେ, କେବଳ ଜଣେ ଅରବପତି ଗୌତମ ଆଦାମୀ ୨୦୧୭-୨୦୨୧ ଭିତରେ ଏକକାଳୀନ ଟ୍ୟାକ୍ସ ଲାଗୁ କରି ୧.୭୯ ଲକ୍ଷ କୋଟି ଟଙ୍କା ଟଙ୍କା ଏକାଠି କରିହେବ। ଯାହାଫଳରେ ଯାହାକି ଭାରତୀୟ ପ୍ରାଥମିକ ବିଦ୍ୟାଳୟର ୫୦ ଲକ୍ଷରୁ ଅଧିକ ଶିକ୍ଷକଙ୍କୁ ଏକ ବର୍ଷ ପାଇଁ ରୋଜଗାର ଦେବାକୁ ପର୍ଯ୍ୟାପ୍ତ। ରିପୋର୍ଟ ଅନୁସାରେ, ଦେଶର ସବୁଠାରୁ ୧୦ ଧନୀ ଅରବପତିଙ୍କ ଉପରେ ୫% ଏକକାଳୀନ ଟାକ୍ସ (୧.୩୭ ଲକ୍ଷ କୋଟି ଟଙ୍କା) ଲଗାଇଲେ ୨୦୨୨-୨୩ ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ(୮୬,୨୦୦ କୋଟି ଟଙ୍କା) ଓ ଆୟୁଷ ମନ୍ତ୍ରଣାଳୟର ବଜେଟ୍‌ରୁ ୧.୫ ଗୁଣା ଅଧିକ ରହିଛି।

ମହିଳା ଶ୍ରମିକମାନେ କମ୍ ଟଙ୍କା ପାଆନ୍ତି ବୋଲି ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ଲିଙ୍ଗଗତ ଅସମାନତା ଜାରି ରହିଛି । ଭାରତରେ ଯେଉଁଠାରେ ପୁରୁଷ ଶ୍ରମିକମାନେ ୧ ଟଙ୍କା ମିଳେ, ସେଠାରେ ମହିଳା ଶ୍ରମିକମାନଙ୍କୁ ୬୩ ପଇସା ମିଳିଥାଏ । ଅନୁସୂଚିତ ଜାତି ଏବଂ ଗ୍ରାମୀଣ ଶ୍ରମିକମାନଙ୍କ ପାଇଁ ପାର୍ଥକ୍ୟ ଆହୁରି ଅଧିକ । କରୋନା ପରେ ଧନୀମାନଙ୍କ ସମ୍ପତ୍ତିରେ ବୃଦ୍ଧି ପାଇଛି ବୋଲି ଅକ୍ସଫାମ ରିପୋର୍ଟରେ ପ୍ରକାଶ ପାଇଛି ।

Get real time updates directly on you device, subscribe now.