fbpx

ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ କଟକଣା ଅବଧି ବଢ଼ାଇଲା ଭାରତ, ଜାଣନ୍ତୁ କେବେ ଯାଏ

ନୂଆଦିଲ୍ଲୀ: ଭାରତ ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ କଟକଣା ଅବଧିକୁ ବୃଦ୍ଧି କରିଛନ୍ତି । ବେସାମରିକ ବିମାନ ଚଳାଚଳ ମହନିର୍ଦ୍ଦେଶକ (ଡିଜିସିଏ) ପକ୍ଷରୁ ପୂର୍ବରୁ ଜୁଲାଇ ୩୧ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଥିଲା । ବର୍ତ୍ତମାନ ଏହି କଟକଣା ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି । ତେବେ କିଛି ଅନ୍ତର୍ଜାତୀୟ ବିମାନ ନିର୍ଦ୍ଧାରିତ ରୁଟରେ ଚଳାଚଳ କରିପାରିବ ବୋଲି ଡିଜିସିଏଙ୍କ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, କୋଭିଡ୍ କାରଣରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଗତ ମାର୍ଚ୍ଚ ୨୩ରୁ କଟକଣା ଜାରି କରାଯାଇଥିଲା । ପରବର୍ତ୍ତୀ ସମୟରେ ବିମାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅନେକ ଥର ଏହି କଟକଣା ଅବଧିକୁ ବୃଦ୍ଧି କରାଯାଇଥିଲା । ସେହିପରି ଘରୋଇ ବିମାନ ମଧ୍ୟ କୋଭିଡ୍ କାରଣରୁ ଗତ ମେ ମାସରୁ ବନ୍ଦ ରହିଥିଲା । ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିବା କାରଣରୁ ବିଦେଶରେ ଚାକିରି କରୁଥିବା ବ୍ୟକ୍ତି, ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସହ ଅନେକ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Get real time updates directly on you device, subscribe now.