fbpx

୩୫ ୟୁଟ୍ୟୁବ ଚ୍ୟାନେଲ ବ୍ୟାନ: କରୁଥିଲେ ମିଛ ଖବର ପ୍ରସାର

ଦେଶବିରୋଧୀ ଗତିବିଧି ବ୍ୟାନ୍ ହେଲା ୩୫ ୟୁଟ୍ୟବ୍ ଚ୍ୟାନେଲ । କେନ୍ଦ୍ର ସରକାର ଶୁକ୍ରବାର ମିଛ ଖବର ପ୍ରାସର ଏବଂ ଦେଶବିରୋଧୀ ଗିତବିଧି ଦର୍ଶାଇ ବ୍ୟାନ କରିଛନ୍ତି ୩୫ ଟି ୟୁଟ୍ୟୁବ୍ ଚ୍ୟାନେଲ । ତେବେ କେବଳ ୟୁଟ୍ୟୁବ ଚ୍ୟାନେଲ ନୁହେଁ ୨ଟି ୱେବସାଇଟ୍, ୨ଟି ଟ୍ୱିଟର ଆକାଉଣ୍ଟ ଓ ୨ ଇନଷ୍ଟାଗ୍ରାମ ଆକାଉଣ୍ଟ ଏବଂ ଗୋଟିଏ ଫେସବୁକ୍ ଆକାଉଣ୍ଟ ମଧ୍ୟ ବ୍ୟାନ ହୋଇଛି । ଏମାନଙ୍କ ଉପରେ ମିଛ ଖବର ପ୍ରସାର ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ବ୍ୟାନ ହୋଇଥିବା ସମସ୍ତ ଆକାଉଣ୍ଟ ପାକିସ୍ତାନରୁ ପରିଚାଳିତ ହେଉଥିଲେ । ପାକିସ୍ତାନରୁ ପରିଚାଳିତ ହେବା ସହ ଭାରତ ବିରୋଧରେ ଖବର ପ୍ରସାରଣ କରୁଥିଲେ ।

ଉଲ୍ଲେଖଯୋଗ୍ୟ, ବିଭିନ୍ନ ସମୟରେ କେନ୍ଦ୍ର ସରାକାର ସୁରକ୍ଷା ଦୃଷ୍ଟିରୁ ସନ୍ଦିଗ୍ଧ ଆପ୍ ତଥା ୱେବସାଇଟ୍ କୁ ବ୍ୟାନ କରିଆସିଛନ୍ତି । ଏମିତିକି ଲୋକପ୍ରିୟ ଭିଡିଓ ଆପ୍ ଟିକଟକ୍ କୁ ମଧ୍ୟ ବ୍ୟାନ କରାଯାଇଥିଲା ।

Get real time updates directly on you device, subscribe now.