fbpx

ସବୁଠୁ ବଡ଼ ତିରଙ୍ଗା ପତାକା ଉଡ଼ିବ ଆମେରିକାରେ, ପୂରା କଥା ଜାଣନ୍ତୁ

ଓଡ଼ିଶା ଭାସ୍କର ବ୍ୟୁରୋ: ଯୁକ୍ତରାଷ୍ଟ୍ରରେ ଉଡ଼ିବ ଭାରତୀୟ ଜାତୀୟ ପତାକା । ତେବେ ଉକ୍ତ ତିରଙ୍ଗା ପତାକା ସବୁଠୁ ବଡ଼ । ଅଗଷ୍ଟ ୧୫ ତଥା ଭାରତର ସ୍ୱାଧୀନତା ଦିବସକୁ ଆମେରିକାରେ ବଡ଼ ଧୁମଧାମରେ ପାଳନ କରାଯିବ। ଆମେରିକାରେ ଥିବା ଫେଡେରେସନ ଅଫ ଇଣ୍ଡିଆ ଆସୋସିଏଶନ ନ୍ୟୁୟର୍କ, ନ୍ୟୁଜର୍ସି ଏବଂ କନେକ୍ଟିକଟ ଟାଇମ୍ସ ସ୍କୋୟାରରେ ତରଙ୍ଗାୟିତ ହେବ ତିରଙ୍ଗା । ୨୫ ଫୁଟର ସ୍ତମ୍ଭରେ ୬ ଫୁଟ ଲମ୍ବ ଓ ୧୦ ଫୁଟ ଚଉଡ଼ାର ତିରଙ୍ଗା ପତାକାକୁ ସମ୍ମାନ ପ୍ରଦର୍ଶନ କରାଯିବ ।

ଏଥିସହ ଭାରତର ୭୫ତମ ସ୍ୱାଧୀନତା ଦିବସ ଅବସରରେ ବିଲବୋର୍ଡରେ ୨୪ ଘଣ୍ଟା ପାଇଁ ଭାରତ ସମ୍ପର୍କିତ ବିଷୟ ପ୍ରଦର୍ଶିତ କରାଯିବ । ଏପରିକି ଏମ୍ପାୟାର ଷ୍ଟେଟ ବିଲ୍ଡିଂକୁ ତିରଙ୍ଗା ଆଲୋକମାଳାରେ ସଜାଇ ଦିଆଯିବ । ଏଥିପାଇଁ ଏନଆରଆଇ ବର୍ଗ ମଧ୍ୟ ବେଶ୍ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି । ଉଲ୍ଲେଖଯୋଗ୍ୟ ଯେ ଭାରତର ସ୍ୱାଧୀନତା ଦିବସକୁ ବିଭିନ୍ନ ଦେଶରେ ପାଳନ କରାଯାଏ, ବିଶେଷକରି ଏନଆରଆଇ ବର୍ଗ ଏହି ଦିବସ ପାଳନ କରିବାକୁ ଭୁଲନ୍ତି ନାହିଁ ।

Get real time updates directly on you device, subscribe now.