fbpx

ଭାରତୀୟ ନୌସେନା ନିଯୁକ୍ତି ୨୦୨୩: ଏପରି କରନ୍ତୁ ଏସଏସସି ଆଇଟି ପଦବୀରେ ଆବେଦନ

ନୂଆଦିଲ୍ଲୀ: ଭାରତୀୟ ନୌସେନା ଏସଏସସି କାର୍ଯ୍ୟନିର୍ବାହୀ ଖାଲି ପଦବୀ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଆଗ୍ରହୀ ପ୍ରାର୍ଥୀମାନେ ଏହି ପୋଷ୍ଟ ପାଇଁ ଯୋଗ୍ୟତା ସମାପ୍ତ ବିଜ୍ଞପ୍ତି ପଢି ଅନଲାଇନରେ ଆବେଦନ କରିପାରିବେ ।

ଆବେଦନ ପ୍ରକ୍ରିୟା ୨୧.୦୧.୨୦୨୩ ତାରିଖରୁ ଆରମ୍ଭ ହୋଇଛି । ସେହିପରି ଆବେଦନର ଶେଷ ତାରିଖ ୫.୦୨.୨୦୨୩ ରହିଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ପରୀକ୍ଷାର ତାରିଖ ଧାର୍ଯ୍ୟ କରାଯାଇନାହିଁ ।

ଏସଏସସି ଆଇଟି ପାରୀକ୍ଷା ୨୦୨୩ ପରୀକ୍ଷା ପାଇଁ ଅବେଦନକାରୀ ଜୁଲାଇ ୨ ତାରିଖ ୧୯୯୮ ରୁ ୦୧ ଜାନୁଆରୀ ୨୦୦୪ ଭିତରେ ଜନ୍ମ ଗ୍ରହଣ କରିଥିବା ଆବଶ୍ୟକ । ସେହିପରି ଆବେଦନକାରୀଙ୍କ ଯୋଗ୍ୟତା M.Sc/ B.Tech/ M.Tech (CS/ IT)/ MCA with BCA/ B.Sc (CS/ IT)  ପାସ କରି ସାର୍ଟିଫିକେଟ ହାସଲ କରିଥିବେ ।

ଏହି ପୋଷ୍ଟରେ କେବଳ ୭୦ଟି ସିଟ ଉପଲବ୍ଧ ଅଛି । ଆବେଦନ କରିବା ପାଇଁ https://www.joinindiannavy.gov.in/enଲିଙ୍କକୁ ଯାଇ ନୋଟିଫିକେସନ ଚେକ କରିପାରିବେ ।

Get real time updates directly on you device, subscribe now.