fbpx

Indian Oilରେ ଅନେକ ପଦବୀ ପାଇଁ ବାହାରିଲା ନିଯୁକ୍ତି: ପାରାଦୀପରେ ହେବ ପୋଷ୍ଟିଂ, କାଲିଠୁ କରନ୍ତୁ ଆବେଦନ

ଭୁବନେଶ୍ୱର: ଇଣ୍ଡିଆନ୍ ଅଏଲ କର୍ପୋରେସନ ଲିମିଟେଡରେ ବାହାରିଛି ନିଯୁକ୍ତୁ । ଭାରତ ସରକାରଙ୍କ ଅଧିନସ୍ଥ ଏକ ବୃହତ୍ତମ ବାଣିଜ୍ୟିକ ଉଦ୍ୟୋଗ ଓ ଏକ ଫରଚୂନ ‘ଗ୍ଲୋବାଲ ୫୦୦’ କମ୍ପାନୀ ଦେଶର ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଆପ୍ରେଣ୍ଟିସ୍(ଶିକ୍ଷାନବିସ’ ନିୟମ ୧୯୬୧/୧୯୬୩ ସଂଶୋଧିତ ଅନୁଯାୟୀପାରାଦୀପ ରିଫାଇନରୀରେ ନିଯୁକ୍ତି ପାଇଁ ଆପଣମାନେ ଆବେଦନ କରିପାରିବେ ।

ପଦବୀ:-
ମୋଟ ପଦବୀ ସଂଖ୍ୟା ୧୩୯

ଆପ୍ରେଣ୍ଟିସ୍ ପ୍ରଶିକ୍ଷଣ:-
ଆପ୍ରେଣ୍ଟିସ୍ ପ୍ରଶିକ୍ଷଣ କୋଡ ସଂଖ୍ୟା ୧୦୮, ୧୧୦ ଓ ୧୧୧ ନିମନ୍ତେ ୧୮ ମାସ ଓ ଅନ୍ୟ କୋଡଗୁଡ଼ିକ ନିମନ୍ତେ ୧୨ ମାସ ହେବ ।

ଜରୁରୀ ତାରିଖ:-
ଅନଲାଇନ ଆବେଦନର ଆରମ୍ଭ ତାରିଖ-୨୪/୯/୨୦୨୨
ଅନଲାଇନ୍ ଆବେଦନର ଶେଷ ତାରିଖ – ୨୩/୧୦/୨୦୨୨
ଲିଖିତ ପରୀକ୍ଷାର ଆନୁମାନିକ ତାରିଖ- ୬/୧୧/୨୦୨୨
ଲିଖିତ ପରୀକ୍ଷାର ଫଳାଫଳ ପ୍ରକାଶନର ଆନୁମାନିକ ତାରିଖ- ୨୧/୧୧/୨୦୨୨
ନଥିପତ୍ର ଯାଞ୍ଚ କରାଯିବାର ଆନୁମାନିକ ଅବଧି – ୨୮/୧୧/୨୦୨୨ରୁ ୭/୧୨/୨୦୨୨
ଲିଖିତ ପରୀକ୍ଷାର ସ୍ଥାନ- ଭୁବନେଶ୍ୱର

କିପରି କରିବେ ଆବେଦନ:-
ଏହି ଟ୍ରେଡ/ଶୃଙ୍ଖଳାଗୁଡ଼ିକ ପାଇଁ ନିର୍ଦ୍ଦିଷ୍ଟ ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବା ପ୍ରାର୍ଥୀମାନେ ୱେବସାଇଟ www.iocl.com କୁ ଯାଇ ଆବେଦନ କରିପାରିବେ । କେବଳ ଅନଲାଇନ ପ୍ରଣାଳୀରେ ଦାଖଲ କରାଯାଇଥିବା ଆବେଦନଗୁଡ଼ିକ ଗ୍ରହଣ କରାଯିବ । ପ୍ରାଥୀଙ୍କ ଇମେଲ ଆଇଡି ସକ୍ରିୟ ଥିବ ଓ ମୋବାଇଲ ଫୋନ ନମ୍ବରଟି ଅତି କମରେ ପରବର୍ତ୍ତୀ ଗୋଟିଏ ବର୍ଷ ପାଇଁ କାର୍ଯ୍ୟକ୍ଷମ ରହିବା ଆବଶ୍ୟକ ।

Get real time updates directly on you device, subscribe now.