fbpx

ବଦଳିଲା ଟ୍ରେନରେ ଯାତ୍ରା କରିବାର ନିୟମ, ଏପରି କରୁଥିବା ଲୋକଙ୍କ ଉପରେ…

ନୂଆଦିଲ୍ଲୀ: ଭାରତୀୟ ରେଲୱେ ପକ୍ଷରୁ ଟ୍ରେନରେ ଯାତ୍ରା କରିବା ନିୟମରେ କିଛିି ପରିବର୍ତ୍ତନ କରାଯାଇଛି । ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି, ତେବେ ଏହି ନିୟମ ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥର ରାତିରେ ଟ୍ରେନ ଯାତ୍ରା କରୁଥିବା ଲୋକଙ୍କ ଶୋଇବାରେ ହେଉଥିବା ସମସ୍ୟାକୁ ନେଇ ରେଲୱେ କିଛି ନିୟମ ପରିବର୍ତ୍ତନ କରିଛି । ଏହା ଫଳରେ ରାତିରେ ଯାତ୍ରୀଙ୍କ ନିଦରେ କୌଣସି ସମସ୍ୟା ହେବ ନାହିଁ ।

ରିପୋର୍ଟ ଅନୁସାରେ, ନୂଆ ନିୟମ ତକ୍ରାଳ ପ୍ରଭାବରୁ ଲାଗୁ ହେବ । ନୂଆ ନିୟମ ଅନୁସାରେ, ଏବେ ଆପଣଙ୍କ ପାଖରେ କେହି ବି ଯାତ୍ରୀ ମୋବାଇଲରେ ଉଚ୍ଚ ସ୍ୱରରେ କଥା ହୋଇପାରିବ ନାହିଁ କି ଗୀତ ଶୁଣିପାରିବ ନାହିଁ । ଯାତ୍ରୀଙ୍କ ପକ୍ଷରୁ ଅଭିଯୋଗ ମିଳିବା ମାତ୍ରେ ରେଲୱେ ଏପରି ଲୋକଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ । ଯାତ୍ରୀଙ୍କ ସୁବିଧାକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.