fbpx

ଯାତ୍ରୀଙ୍କ ପାଇଁ ଖୁସିଖବର: ୬୬୦ ଟ୍ରେନକୁ ଅନୁମୋଦନ କରିଛି ରେଳ ବିଭାଗ, ଜାଣନ୍ତୁ କେଉଁ କେଉଁ ରୁଟ୍ ସାମିଲ

ନୂଆଦିଲ୍ଲୀ : ଭାରତର ବିଭିନ୍ନ ରାଜ୍ୟରେ କରୋନା ମାଲଲା ହ୍ରାସ ପାଉଥିବା ବେଳେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଗତ ୧୨ ଦିନ ହେବ ଦୈନିକ ୧ ଲକ୍ଷରୁ କମ୍ କରୋନା ପଜିଟିଭ ମାମଲା ସାମ୍ନାକୁ ଆସୁଛି । ଏହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ବଡ ନିଷ୍ପତ୍ତି ନିଆଯାଇଛି । ଗୋଟିଏ ମାସରେ ଆଉ ୬୬୦ ଟ୍ରେନର ସଞ୍ଚାଳନ ପାଇଁ ଅନୁମୋଦନ କରିଛି ରେଳ ବିଭାଗ ।

ତେବେ କରୋନା କାଳରେ ଜନସାଧାରଣଙ୍କ ଯାତ୍ରାକୁ ସୁଗମ କରିବା, ପ୍ରବାସୀ ଶ୍ରମିକଙ୍କ ଗତିବିଧି ପାଇଁ ଟ୍ରେନ୍ ଯୋଗାଇବା ଓ ବିଭିନ୍ନ ମୂଳ ଗନ୍ତବ୍ୟ ସ୍ଥଳରେ ଅପେକ୍ଷା ତାଲିକା ହଟାଇବା ପାଇଁ ସ୍ୱତନ୍ତ୍ର ଟ୍ରେନ ସଞ୍ଚାଳନକୁ ଅନୁମୋଦନ କରାଯାଇଥିବା ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

କୋଭିଡର ଦ୍ୱିତୀୟ ଲହର ପୂର୍ବରୁ ପ୍ରାୟ ୧୭୬୮ ମେଲ / ଏକ୍ସପ୍ରେସ ଟ୍ରେନ୍ ଚଳାଚଳ କରୁଥିଲା । ୧୮ ଜୁନ୍ ୨୦୨୧ ସୁଦ୍ଧା, ଦୈନିକ ପ୍ରାୟ ୯୮୩ ମେଲ୍ / ଏକ୍ସପ୍ରେସ ଟ୍ରେନ୍ ଚଳାଚଳ କରୁଛି, ଯାହା କରୋନାର ପୂର୍ବ ସ୍ତର ତୁଳନାରେ ପ୍ରାୟ ୫୬ ପ୍ରତିଶତ ଅଟେ । ଚାହିଦା ଏବଂ ବ୍ୟବସାୟ ଆବଶ୍ୟକତା ଉପରେ ନିର୍ଭର କରି ଟ୍ରେନ୍ ସଂଖ୍ୟା ଧୀରେ ଧୀରେ ବୃଦ୍ଧି କରାଯାଉଛି । ଜୁନ୍ ୧, ୨୦୨୧ ସୁଦ୍ଧା ପ୍ରାୟ ୮୦୦ ମେଲ୍ / ଏକ୍ସପ୍ରେସ ଟ୍ରେନ୍ କାର୍ଯ୍ୟକ୍ଷମ ଥିଲା । ୧ ଜୁନ୍ ରୁ ୧୮ ଜୁନ୍ ୨୦୨୧ ମଧ୍ୟରେ ରେଳବାଇ ୬୬୦ ଅତିରିକ୍ତ ମେଲ / ଏକ୍ସପ୍ରେସ ଟ୍ରେନ୍ ଚଳାଇବାକୁ ଅନୁମୋଦନ କରିଛି ।

Get real time updates directly on you device, subscribe now.