fbpx

ଦେଶର ୭ଟି ରାଜ୍ୟର ୧୭ଟି ଷ୍ଟେସନରେ ଆଇସୋଲେସନ କୋଚର ବ୍ୟବସ୍ଥା କଲା ଭାରତୀୟ ରେଳବାଇ

ନୂଆଦିଲ୍ଲୀ, ୯/୦୫(ଓଡିଶା ଭାସ୍କର): କରୋନା ମହାମାରୀର ଦ୍ବିତୀୟ ଲହର ସାଂଘାତିକ ରୁପ ନେଉଥିବା ବେଳେ ଏହାର ମୁକାବିଲା ପାଇଁ ଭାରତୀୟ ରେଳବାଇ ପଦକ୍ଷେପ ଗ୍ରହଣ କରିଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ରେଳବାଇ ପକ୍ଷରୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଦେଶର ୭ଟି ରାଜ୍ୟର ୧୭ଟି ଷ୍ଟେସନରେ ଆଇସୋଲେସନ କୋଚ୍ ନିୟୋଜିତ ହୋଇଛି । ରାଜ୍ୟ ଗୁଡିକର ଚାହିଦା ଅନୁଯାୟୀ ରେଳବାଇ ଦେଶର ବିଭିନ୍ନ ସ୍ଥାନକୁ ବିଚ୍ଛିନ୍ନ କୋଚ୍ ପରିବହନ କରିଛି । ରେଳ ଷ୍ଟେସନରେ ନିୟୋଜିତ ଆଇସୋଲେସନ କୋଚରେ ଚିକିତ୍ସା ସମ୍ପର୍କିତ ସମସ୍ତ ପ୍ରକାରର ସୁବିଧା ଯୋଗଇବାକୁ ପ୍ରୟାସ କରାଯାଉଛି ।

ସୂଚନା ମୁତାବକ, ବର୍ତ୍ତମାନ ୨୯୮ଟି କୋଚ୍ ବିଭିନ୍ନ ରାଜ୍ୟକୁ ହସ୍ତାନ୍ତର କରାଯାଇଛି । ଯେଉଁଠାରେ କରୋନା ରୋଗୀଙ୍କ ପାଇଁ ୪୭୦୦ରୁ ଅଧିକ ବେଡ୍ ରହିଛି । ଏହା ସହ ସ୍ୱାସ୍ଥ୍ୟ ସୁବିଧାର ଯାଞ୍ଚ ପାଇଁ ଆରପିଏଫ୍ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ରେଳବାଇ ମହାରାଷ୍ଟ୍ରରେ ୬୦ ଟି କୋଚ୍ ନିୟୋଜିତ କରିଛି । ଏହାସହ ୨୩ ରୋଗୀ ବର୍ତ୍ତମାନ ବିଭିନ୍ନ କୋଚରେ ରହି ଚିକିତ୍ସିତ ହେଇଛନ୍ତି । ରେଳବାଇ ଏହା ମଧ୍ୟ କହିଛି ଯେ, ୧୧ କୋଭିଡ କେୟାର କୋଚ୍ ରାଜ୍ୟର ଇନଲ୍ୟାଣ୍ଡ କଣ୍ଟେନର ଡିପୋରେ ମୁତୟନ କରି ନାଗପୁର ନଗର ନିଗମକୁ ଦିଆଯାଇଛି । ଯେଉଁଠାରେ ୯ଜଣ କରୋନା ରୋଗୀଙ୍କୁ ଆଇସୋଲେଶନରେ ଭର୍ତ୍ତି କରାଯାଇଛି ।

ସେହିପରି ପାଲଘରରେ ୨୪ କୋଚ୍ ପ୍ରଦାନ କରାଯାଇଛି । ଏହାସହ ମଧ୍ୟପ୍ରଦେଶରେ ୪୨ ଟି ଆଇସୋଲେଶନ କୋଚ୍ ନିୟୋଜିତ କରାଯାଇଛି, ଇନ୍ଦୋର ସ୍ଥିତ ତିହି ଷ୍ଟେସନରେ ୩୨୦ ବେଡ଼ ବିଶିଷ୍ଟ ୨୨ ଟି କୋଚ୍, ଭୋପାଲରେ ୨୨ କୋଚ୍, ଆସାମର ଗୌହାଟୀରେ ୨୧ ଏବଂ ସିଲଚର ପାଖ ବଦରପୁରରେ ୨୦ଟି କୋଚ୍ ନିୟୋଜିତ କରାଯାଇଛି । ସେପଟେ ଦିଲ୍ଲୀରେ ୧୨୦୦ ବେଡ଼ ବିଶିଷ୍ଟ ୭୫ଟି କୋଚ୍ ନିୟୋଜିତ କରାଯାଇଛି ।

Get real time updates directly on you device, subscribe now.