fbpx

ଡଲାରର ଚମକକୁ ଫିକା ପକାଇବ ଟଙ୍କା, ୧୮ ଦେଶ ସହ ସ୍ଥାନୀୟ ମୁଦ୍ରାରେ ବ୍ୟାପରକୁ ମିଳିଲା ସହମତି

ନୂଆଦିଲ୍ଲୀ: ଭାରତୀୟ ଟଙ୍କା ଅନ୍ତରାଷ୍ଟ୍ରୀୟ ମୁଦ୍ରାରେ ପରିଣତ କରିବା ହେବା ପାଇଁ ଯୋରଦାର ପ୍ରସ୍ତୁତି ଚାଲିଛି । ସେଥିପାଇଁ ଦୁନିଆର ବହୁତ ଗୁଡିଏ ଦେଶ ଭାରତ ସହ ଟଙ୍କାରେ ବାଣିଜ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଟଙ୍କାରେ ଅନ୍ୟ ଦେଶ ମାନଙ୍କ ସହ ଭାରତର ବେପାର ସହଜ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ବହୁତ ପ୍ରଚେଷ୍ଟା କରାଯାଉଛି । ଏହା ବର୍ତ୍ତମାନ ପର୍ଯ୍ୟନ୍ତ ୧୮ ଦେଶର ୬୦ ସ୍ୱତନ୍ତ୍ର ରୁପି ଭୋଷ୍ଟ୍ରୋ ଆକାଉଣ୍ଟ ଖୋଲାଯାଇଛି । ଏଥିରେ ରୁଷ ଏବଂ ଶ୍ରୀଲଙ୍କା ପରି ଦେଶ ସାମିଲ ଅଛନ୍ତି । ଭାରତର ଅର୍ଥ ରାଜ୍ୟ ମନ୍ତ୍ରୀ ଭଗବତ କରାଡ ସଂସଦକୁ ସୂଚୀତ କରିଛନ୍ତି ଯେ, କେନ୍ଦ୍ରୀୟ ବ୍ୟାଙ୍କ ଆରବିଆଇ ଏବଂ ଘରୋଇ ବ୍ୟାଙ୍କରେ ଟଙ୍କା ଦ୍ୱାରା ବ୍ୟାପାର କରିବା ପାଇଁ ୧୮ଟି ଦେଶରେ ୬୦ ଏସଆଇଭିଏ ଖୋଲିବା ପାଇଁ ମଞ୍ଜୁରୀ ଦିଆଯାଇଛି ।

ମନ୍ତ୍ରୀଙ୍କ ତରଫରୁ ଏହା ମଧ୍ୟ କୁହାଯାଇଛି ଯେ, ୧୮ଟି ଦେଶ ଭାରତରେ ସ୍ୱତନ୍ତ୍ର ରୁପି ଭୋଷ୍ଟ୍ରୋ ଆକାଉଣ୍ଟ ଖୋଲିଛନ୍ତି। ସେଥିମଧ୍ୟରୁ ରୁଷ ସ୍ଥାନୀୟ ମୁଦ୍ରାରେ ବ୍ୟବସାୟ କରିବାକୁ ସ୍ୱର ଉତ୍ତୋଳନ କରିଛି। ଏହା ମଧ୍ୟ କହିଛି ଯେ, ଭାରତ ସର୍ବଦା ଟଙ୍କା ରପ୍ତାନିରେ ସହାୟତା କରିଆସୁଛି। ରୁଷ, ସିଙ୍ଗାପୁର, ଶ୍ରୀଲଙ୍କା, ବୋତସ୍ୱାନା, ଫିଜି, ଜର୍ମାନୀ, ଗୁଇନା, ଇସ୍ରାଏଲ୍, କେନିଆ, ମାଲେସିଆ, ମରିସସ୍, ମିଆଁମାର, ନ୍ୟୁଜିଲ୍ୟାଣ୍ଡ, ଓମାନ, ସେଚେଲସ୍, ତାଞ୍ଜାନିଆ, ଉଗାଣ୍ଡା ଏବଂ ବ୍ରିଟେନ ଭାରତରେ SRVA ଖୋଲିଥିବା ଲୋକଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଅଛନ୍ତି।

ଟଙ୍କାରେ ବୈଦେଶିକ ବାଣିଜ୍ୟ ଡଲାର ପରି ବୈଦେଶିକ ମୁଦ୍ରା ଉପରେ ଭାରତର ନିର୍ଭରଶୀଳତାକୁ ହ୍ରାସ କରିବ। ଏହା ସହିତ ଦେଶର ଅର୍ଥନୀତିରେ ହଠାତ୍ ବିଶ୍ୱବ୍ୟାପୀ ଉତ୍ତେଜନାମୂଳକ ପ୍ରଭାବ ମଧ୍ୟ କମ୍ ରହିବ। ଏହା ସହିତ ଭାରତୀୟ ବ୍ୟାଙ୍କଗୁଡିକ ପ୍ରମୁଖ ଆନ୍ତର୍ଜାତୀୟ ବଜାରରେ ବ୍ୟବସାୟ କରିବାର ସୁଯୋଗ ପାଇବେ।

ଗତ ବର୍ଷ ଜୁଲାଇରେ ଆରବିଆଇ ଦ୍ୱାରା ଏକ ସ୍ୱତନ୍ତ୍ର ରୂପୀ ଭୋଷ୍ଟ୍ରୋ ଆକାଉଣ୍ଟ ଖୋଲିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା। ଭାରତ ସହିତ ଟଙ୍କାରେ ବାଣିଜ୍ୟ କରିବା ପାଇଁ କୌଣସି ଦେଶ ଏକ ସ୍ୱତନ୍ତ୍ର ରୁପି ଭୋଷ୍ଟ୍ରୋ ଆକାଉଣ୍ଟ ଖୋଲିବା ଆବଶ୍ୟକ। ଏହା ମାଧ୍ୟମରେ ଘରୋଇ ବ୍ୟାଙ୍କଗୁଡିକ ଅନ୍ୟ ଦେଶର ସ୍ଥାନୀୟ ମୁଦ୍ରାରେ ବ୍ୟବସାୟ କରିବାର ସୁବିଧା ପ୍ରଦାନ କରନ୍ତି।

Get real time updates directly on you device, subscribe now.