fbpx

ଖୁସି ଖବର: ଭାରତୀୟ ବୈଜ୍ଞାନିକଙ୍କୁ ମିଳିଲା ଡେଙ୍ଗୁ ଔଷଧ, ଜାଣନ୍ତୁ ମିଳିବ କେବେ

ନୂଆଦିଲ୍ଲୀ: ଡେଙ୍ଗୁ ରୋଗର ଚିକିତ୍ସା ପାଇଁ ବୈଜ୍ଞାନିକମାନେ ସଫଳତା ପାଇଛନ୍ତି । ଲକ୍ଷ୍ନୌ କେନ୍ଦ୍ରୀୟ ଔଷଧି ଅନୁସନ୍ଧାନ ସଂସ୍ଥାନ (ସିଏସଆଇଆର-ସିଡିଆରଆଇ)ର ବୈଜ୍ଞାନିକମାନେ ଡେଙ୍ଗୁର ଡ୍ରଗ ଖୋଜି ପାଇଥିବା କୁହାଯାଉଛି । ତେବେ ପ୍ରାଥମିକ ସ୍ତରରେ ଏହା ମୂଷା ଠାରେ ପରୀକ୍ଷା କରାଯାଇଥିଲା । ଖୁବଶୀଘ୍ର ମଣିଷଙ୍କ ଦେହରେ ଏହାର ପରୀକ୍ଷଣ କରାଯିବ ବୋଲି ସୂଚନା ଦିଆଯାଇଛି ।

ସାଧାରଣତଃ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସରେ ଡେଙ୍ଗୁର ପ୍ରଭାବ ଆରମ୍ଭ ହୋଇଥାଏ । ପ୍ରାରମ୍ଭିକ ସ୍ତରରେ ଏହି ରୋଗ ସାମାନ୍ୟ ସମସ୍ୟା ଭଳି ଜଣା ପଡ଼ୁଥିଲେ ହେଁ ପରବର୍ତ୍ତୀ ସମୟରେ ଏହା ଭୟଙ୍କର ରୂପ ନେଇଥାଏ । ତେବେ ଡେଙ୍ଗୁ ରୋଗର ପ୍ରତିକାର ପାଇଁ ଦୁଇଟି ଡ୍ରଗର ସନ୍ଧାନ ମିଳିବା ସହ ତାହା ମୂଷା ଠାରେ ପରୀକ୍ଷଣ କରାଯାଇଥିବା ସିଏସଆଇଆର-ସିଡିଆରଆଇର ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ଭାରତରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବହୁତ ଅଧିକ ଥିବାବେଳେ ଏହାର ଇଲାଜ ପାଇଁ ଆବଶ୍ୟକ ଔଷଧ ନାହିଁ । କେବଳ ଲକ୍ଷଣକୁ ଦୃଷ୍ଟିରେ ରଖି ଚିକିତ୍ସା କରାଯାଇଥାଏ । ତେବେ ଭାରତୀୟ ବୈଜ୍ଞାନିକମାନେ ଏହି ଡେଙ୍ଗୁର ଔଷଧ ପାଇବାରେ ସଫଳତା ହାସଲ କରିଥିବାରୁ ବିଶ୍ୱର କୋଣ ଅନୁକୋଣର ପ୍ରତ୍ୟେକ ଦେଶର ରୋଗୀମାନେ ଏଥିରେ ଉପକୃତ ହୋଇପାରିବେ ବୋଲି କୁହାଯାଇଛି ।

Get real time updates directly on you device, subscribe now.