ପତ୍ନୀଙ୍କୁ ହତ୍ୟାକଲା; ଆମେରିକା ପୋଲିସକୁ ଚକ୍ମା ଦେବା ପାଇଁ ଦୁର୍ଘଟଣାର ରୂପଦେଲା
ପୁଲିସ ଯାଞ୍ଚ ବେଳେ ଜାଣିବାକୁ ପାଇଥିଲା ଅବିନାଶ ପ୍ରେମ ସମ୍ପର୍କରେ ପଡ଼ିଥିଲା। ସେ ଭାରତରେ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ଏହା ସତ୍ତ୍ୱେ ସେ ୨୦୨୫ ମସିହା ଜୁନ୍ ୫ ତାରିଖରେ ସାବିନେନିଙ୍କୁ ବିବାହ କରିଥିଲେ
ବେଲଭ୍ୟୁ: ଗଳାକାଟି ପତ୍ନୀଙ୍କୁ ହତ୍ୟା କଲା। ପତ୍ନୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହର ଫଟୋ ଉଠାଇ ପ୍ରେମିକାଙ୍କ ପାଖକୁ ପଠାଇଲା। ଏପରି ବୀଭତ୍ସ ହତ୍ୟାକାଣ୍ଡ ଆମେରିକା ବେଲଭ୍ୟୁ ସହରରେ ଘଟିଛି। ଜଣେ ଭାରତୀୟ ସଫ୍ଟୱେୟାର ଇଞ୍ଜିନିୟର ଏପରି ବୀଭତ୍ସ ହତ୍ୟାକାଣ୍ଡ ଘଟାଇଛି। ଆମେରିକା ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ତେଲେଙ୍ଗାନା ଅବିନାଶ ନାର୍ନେ ଆମେରିକା ବେଲଭ୍ୟୁ ଥାନା ଅଞ୍ଚଳରେ ସଫ୍ଟୱେୟାର ଇଞ୍ଜିନିୟର ଭାବେ ଚାକିରି କରୁଥିଲେ। ସେଠାରେ ଏକ ଆପାର୍ଟମେଣ୍ଟରେ ରହୁଥିଲେ। ସେ ସେଠାରେ ରଜିତା ସବିନେନିଙ୍କୁ ବିବାହ କରିଥିଲେ। ବିବାହ ପ୍ରାୟ ୫ ମାସ ପରେ ଅର୍ଥାତ ୨୦୨୫ ଅକ୍ଟୋବର ୨୭ ତାରିଖରେ ଅବିନାଶ ଆମେରିକା ପୋଲିସକୁ ଫୋନ କରିଥିଲେ।
ଆଉ କହିଥିଲେ, ପତ୍ନୀ ରଜିତା ବାଥରୁମରେ ବନ୍ଦ ହୋଇ ରହିଯାଇଛନ୍ତି। ବାହାରକୁ ଆସି ପାରୁନାହାଁନ୍ତି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବାଥରୁମ ଦ୍ୱାର ଭାଙ୍ଗିଥିଲା। ସେତେବେଳେ ସାବିନେନି ତଳେ ପଡ଼ିଥିବା ପୋଲିସ ଦେଖିବାକୁ ପାଇଥିଲା। ଅଧିକାରୀମାନେ ଯାଞ୍ଚ କରିବା ପରେ ମୃତ ଘୋଷଣା କରିଥିଲେ। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ।
ପଚରାଉଚରା ସମୟରେ ଅବିନାଶ ପୋଲିସକୁ କହିଥିଲା, ସେ କୌଣସି କାମରେ ଆପାର୍ଟମେଣ୍ଟ ବାହାରକୁ ଯାଇଥିଲେ। ପ୍ରାୟ ୪୦ ମିନିଟ୍ ପରେ ଘରକୁ ଫେରି ଦେଖନ୍ତି ପତ୍ନୀ ସାବିନେନି ବାଥରୁମରେ ବନ୍ଦ ହୋଇଯାଇଛନ୍ତି। ଏହା ପରେ ପୋଲିସ ଆଖପାଖ ଅଞ୍ଚ ଯାଞ୍ଚ କରିଥିଲେ। ସେତେବେଳେ କୌଣସି ଲୋକ ତାଙ୍କ ଘର ଭିତରକୁ ଯାଇଥିବା ଦେଖିବାକୁ ପାଇଲେ ନାହିଁ।
ଅନ୍ୟପକ୍ଷରେ ପୋଲିସ ସାବିନେନିଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କିଙ୍ଗ କାଉଣ୍ଟି ମେଡିକାଲ ପଠାଇ ଦେଇଥିଲା। ଅକ୍ଟୋବର ୨୮ ତାରିଖରେ ଆସିଥିଲା ପୋର୍ଟମଟମ୍ ରିପୋର୍ଟ। ଯେଉଁଥିରେ ସାବିନେନିଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା। ଏହା ପରେ ପୋଲିସ ତଦନ୍ତକୁ ତୀବ୍ର କରିଥିଲା। ସେହି ସମୟରେ ସାବିନେନିଙ୍କ ମୋବାଇଲ ମେସେଜ ପାଇଥିଲା ପୋଲିସ।
ଯେଉଁଥିରେ ଅବିନାଶଙ୍କୁ ସାବିନେନି ଲେଖିଥିଲେ, ତିଆରି ହୋଇଥିବା ସ୍ମୋଦିରେ ଖରାପ ଲାଗୁଛି। ଅର୍ଥାତ ଯେଉଁଦିନ ସାବିନେନିଙ୍କ ମୃତ୍ୟୁ ହେଉଛି, ସେହିଦିନ ସ୍ମୋଦି ଟେଷ୍ଟି ଲାଗୁନି ବୋଲି ଲେଖିଥିଲେ। ଏହି ମେସେଜକୁ ନେଇ ଅବିନାଶଙ୍କୁ ଘନଘନ ଜୋରା କରିଥିଲା ପୋଲିସ। ଆଉ ତା’ପରେ ଖୋଲିଥିଲା ହତ୍ୟାକାଣ୍ଡର ପୋଲ୍।
ପୁଲିସ ଯାଞ୍ଚ ବେଳେ ଜାଣିବାକୁ ପାଇଥିଲା ଅବିନାଶ ପ୍ରେମ ସମ୍ପର୍କରେ ପଡ଼ିଥିଲା। ସେ ଭାରତରେ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ଏହା ସତ୍ତ୍ୱେ ସେ ୨୦୨୫ ମସିହା ଜୁନ୍ ୫ ତାରିଖରେ ସାବିନେନିଙ୍କୁ ବିବାହ କରିଥିଲେ। ଏପରିକି ଅବିନାଶଙ୍କ ପ୍ରେମିକା ମଧ୍ୟ ବିବାହରେ ସାମିଲ ହୋଇଥିଲେ। ସାବିନେନିଙ୍କୁ ବିବାହ କରିବା ସତ୍ତ୍ୱେ ଅବିନାଶ ପ୍ରେମିକାଙ୍କ ସହ ରୋମାନ୍ସ କରୁଥିଲେ।
ଅବିନାଶଙ୍କ ପ୍ରେମ ସମ୍ପର୍କରେ ସାବିନେନି ଜାଣିପାରିଥିଲେ। ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ଏହା ପରେ ସାବିନେନିଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ ଅବିନାଶ। ସେ ପତ୍ନୀ ସାବିନେନିଙ୍କ ଗଳାକାଟି ହତ୍ୟା କରିଥିଲେ।
ପରେ ପତ୍ନୀଙ୍କ ରକ୍ତାକ୍ତ ମୃତଦେହର ଫଟୋ ଉଠାଇ ପ୍ରେମିକାଙ୍କ ପାଖକୁ ପଠାଇଥିଲା। ତା’ପରେ ସାବିନେନିଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହକୁ ବାର୍ଥରୁମ୍ରେ ଭର୍ତ୍ତି କରି ଲକ କରିଦେଇଥିଲା। ପୋଲିସ ଜେରା ବେଳେ ଅବିନାଶ ମର୍ଡ଼ର ପୂରା ଘଟଣା ସ୍ୱୀକାର କରିଥିଲା। ଏହା ପରେ ପୋଲିସ ତାକୁ ଗିରଫ କରି ଜେଲ ପଠାଇ ଦେଇଛି।


