fbpx

ଭାରତୀୟ ଷ୍ଟାର ଅଲରାଉଣ୍ଡରଙ୍କ ବେକରେ ବାଜିଲା ବଲ୍, ପଡ଼ିଆକୁ ଆସିଲା ଆମ୍ବୁଲାନ୍ସ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ନିଜର ଦମଦାର ପ୍ରତିଭା ଦେଖାଇଥିବା ଷ୍ଟାର ଅଲରାଉଣ୍ଡର ଭେଙ୍କଟେଶ ଆୟର ଗଭୀର ଭାବେ ଆହତ ହୋଇଛନ୍ତି । ଦଲୀପ ଟ୍ରଫିର ଏକ ମ୍ୟାଚ ଚାଲିଥିବା ସମୟରେ ଆୟରଙ୍କ ବେକରେ ଏକ ବଲ ବାଜିଥିଲା । ତାଙ୍କର ଅବସ୍ଥା ସିରିୟସ ହେବାରୁ ଶେଷରେ ଆମ୍ବୁଲାନ୍ସକୁ ଡାକିବାକୁ ପଡ଼ିଥିଲା । ଚିନ୍ତନ ଗଜାଙ୍କ ଏକ ଥ୍ରୋରେ ଆହତ ହୋଇଥିଲେ ଆୟର ।

ପେସ ବୋଲର ଆୟର ଧମାକାଦାର ଅନ୍ଦାଜରେ ଟିମ ଇଣ୍ଡିଆକୁ ଏଣ୍ଟ୍ରି କରିଥିଲେ । ସେ ଗତ ୨୦୨୧ ଆଇପିଏଲ ସିଜିନରେ କୋଲକତା ନାଇଟ୍ ରାଇଡର୍ସ (କେକେଆର) ପାଇଁ ଖେଳିଥିଲେ । ସେ ଉଭୟ ବ୍ୟାଟିଂ ଓ ବୋଲିଂରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ । ସମୟ ଏପରି ଥିଲା, ତାଙ୍କୁ ଭାରତୀୟ ଟିମର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ବିକଳ୍ପ ଭାବେ ବିଚାର କରାଯାଉଥିଲା । କାରଣ ସେ ସମୟରେ ହାର୍ଦ୍ଦିକ ଆଘାତଜନିତ କାରଣରୁ ଦଳ ବାହାରେ ରହିଥିଲେ ।

ତେବେ ଏହା ମଧ୍ୟରେ ହାର୍ଦ୍ଦିକ ଦମଦାର ପ୍ରଦର୍ଶନ କରି ଟି-୨୦ ୱାର୍ଲ୍ଡ କପରେ ସ୍ଥାନ ପାଇଛନ୍ତି । ଅନ୍ୟପକ୍ଷେ ଆୟର ନିଜର ଖରାପ ଫର୍ମ କାରଣରୁ ଦଳ ବାହାରେ ରହିଛନ୍ତି । ବର୍ତ୍ତମାନ ସମୟରେ ଆୟର ଦୁଲୀପ ଟ୍ରଫି ଖେଳୁଥିବା ବେଳେ ତାଙ୍କ ସହ ଏପରି ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଚିନ୍ତନଙ୍କ ଏକ ବଲ ହଠାତ୍ ଆୟରଙ୍କ ମୁଣ୍ଡ ଓ କାନ୍ଧ ମଝିରେ ବାଜିଥିଲା । ଏହାପରେ ସେ ପଡ଼ିଆରେ ପଡ଼ିଯାଇଥିଲେ ଓ ତା’ପରେ ଆମ୍ବୁଲାନ୍ସକୁ ଡକାଯାଇଥିଲା ।

Get real time updates directly on you device, subscribe now.