ମାତ୍ର ୧୬ ବର୍ଷରେ ବିଶ୍ୱ ରେକର୍ଡ, ଦୁନିଆର ସବୁଠୁ କନିଷ୍ଠ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ହେଲେ ଭାରତୀୟ ଯୁବକ

ସବୁଠାରୁ କମ୍ ବୟସ୍କ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ଭାବେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସ୍ ସ୍ଥାନ ପାଇଲେ ୧୬ ବର୍ଷିୟ ଲକ୍ଷ୍ମଣନ ମୈୟପ୍ପନ ।

ଓଡ଼ିଶା ଭାସ୍କର: ବୟସ ମାତ୍ର ୧୬ ବର୍ଷ। ଯେଉଁ ବୟସରେ ଅଧିକାଂଶ ପିଲା ନିଜ କ୍ୟାରିୟର ଗଢ଼ିବାକୁ ଦିଗ ଖୋଜୁଛନ୍ତି, ସେହି ବୟସରେ ଭାରତୀୟ ଯୁବକ ଲକ୍ଷ୍ମଣନ ମୈୟପ୍ପନ୍ ବିଶ୍ୱ ରେକର୍ଡ କରିଛନ୍ତି। ଗିନିଜ୍ ୱାର୍ଲ୍ଡ ରେକର୍ଡସରେ ତାଙ୍କୁ ସବୁଠାରୁ କମ ବୟସର ଚାଟାର୍ଡ ଆକାଉଣ୍ଟାଣ୍ଟ ଭାବେ ସ୍ୱକୃତି ମିଳିଛି। ମାତ୍ର ୧୬ ବର୍ଷ ୧୪୧ ଦିନ ବୟସରେ ଏହି ସଫଳତା ତାଙ୍କ ହାତ ମୁଠାକୁ ଆସିଛି।

କୋଭିଡ୍ ଲକଡାଉନରୁ ବିଶ୍ୱ ରେକର୍ଡ: କୋଭିଡ ମହାମାରୀ ସମୟରେ ଯେତେବେଳେ ଲୋକମାନେ କାମ ଛାଡି ଘରେ ରହୁଥିଲେ, ପିଲାମାନେ ଗେମ, ସିରିଜ, ମୁଭିସ ଦେଖିବାରେ ବ୍ୟସ୍ତ ଥିଲେ, ସେହି ସମୟରେ ଲକ୍ଷ୍ମଣନ ସମୟ ଅପଚୟ ନକରି ଆସୋସିଏସନ ଅଫ ଚାଟାର୍ଡ ​​ସାର୍ଟିଫାଏଡ୍ ଆକାଉଣ୍ଟାଣ୍ଟସ(ACCA) ପଢ଼ିବା ଆରମ୍ଭ କରିଥିଲେ। ଦଶମ ଶ୍ରେଣୀ ପରୀକ୍ଷା ଦେଇସାରିବା ପରେ ମାତ୍ର ୧୫ ବର୍ଷ ବୟସରେ ଏହି ପ୍ରଫେସନାଲ୍ କୋର୍ସ ଆରମ୍ଭ କରିଥିଲେ। ଗୋଟିଏ ବର୍ଷରେ ଏହା ଶେଷ ମଧ୍ୟ ହୋଇଯାଇଥିଲା ଓ ସେ ଜଣେ ​​ସାର୍ଟିଫାଏଡ୍ ଚାର୍ଟର୍ଡ ଆକାଉଣ୍ଟାଣ୍ଟ ହୋଇଥିଲେ।

ବିଶ୍ୱ ରେକର୍ଡ କରିବା ପରେ ଲକ୍ଷ୍ମଣନ ନିଜର ପ୍ରତିକ୍ରିୟା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, କୋର୍ସ ଅଳ୍ପ ସମୟରେ ଶେଷ କରିବା ଅନୁଯାୟୀ ସେ ଭଲଭାବେ ପଢି ଶିଖିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା।

ଏବେ ଆର୍ଥିକ ଜଗତରେ କ୍ୟାରିଅର: ଆଜି, ୨୧ବର୍ଷ ବୟସରେ, ଲକ୍ଷ୍ମଣନ୍ ଦୁବାଇରେ ରୁହନ୍ତି ଏବଂ ଏକ ନିବେଶ ଫାର୍ମରେ ଜଣେ ଗବେଷଣା ବିଶ୍ଳେଷକ ଭାବରେ କାର୍ଯ୍ୟ କରନ୍ତି। ସେ ତାଙ୍କର ଚାର୍ଟର୍ଡ ଫାଇନାନ୍ସିଆଲ୍ ଆନାଲିଷ୍ଟ (CFA) ହାସଲ କରିସାରି, ବର୍ତ୍ତମାନ ଫାଇନାନ୍ସରେ MSc କରୁଛନ୍ତି।

ଆଶ୍ଚର୍ଯ୍ୟଜନକ ଭାବରେ, ଆର୍ଥିକ ବିଶ୍ଳେଷଣ ବ୍ୟତୀତ, ତାଙ୍କର ଆଉ ଏକ ଅନନ୍ୟ ଆଗ୍ରହ ଅଛି, ନିଜର ଘଣ୍ଟା ଡିଜାଇନ୍ ଏବଂ ନିର୍ମାଣ କରିବା। ଜଣେ ସାଧାରଣ ଦଶମ ଶ୍ରେଣୀ ଛାତ୍ରରୁ ବିଶ୍ୱର ସବୁଠାରୁ କନିଷ୍ଠ ସିଏ ଏବଂ ପରେ ଜଣେ ଆର୍ଥିକ ବିଶ୍ଳେଷକ ହେବା ପର୍ଯ୍ୟନ୍ତ, ଲକ୍ଷ୍ମଣନ୍ ମୈୟାପ୍ପନଙ୍କ ଯାତ୍ରା ଆଜି ଅନେକ ଯୁବକଙ୍କ ପାଇଁ ଏକ ପ୍ରେରଣାଦାୟକ କାହାଣୀ ପାଲଟିଛି।