fbpx

ଭାରତୀୟ ମହିଳା ହକି ଟିମର ସୁନ୍ଦର ପ୍ରଦର୍ଶନ, ଆୟର୍ଲାଣ୍ଡକୁ ହରାଇଲେ

ଓଡ଼ିଶା ଭାସ୍କର ବ୍ୟୁରୋ: କର ବା ମର ଭଳି ସ୍ଥିତି ମଧ୍ୟରେ ଭାରତୀୟ ମହିଳା ହକି ଟିମ୍ ଆୟର୍ଲାଣ୍ଡକୁ ୧-୦ରେ ପରାସ୍ତ କରିଦେଇଛି । ଭାରତ ପକ୍ଷରୁ ସେଇ ଗୋଟିଏ ଗୋଲ୍ ନବନୀତ କୌର କରିଥିଲେ । ମ୍ୟାଚ୍ ସରିବାକୁ ମାତ୍ର ୩ ମିନିଟ୍ ଥିଲା, ଆଉ ନବନୀତଙ୍କ ଗୋଲ୍ ଭାରତକୁ ବିଜୟୀ କରାଇ ଦେଲା । ଏହି ବିଜୟୀ ସହ ଟୋକିଓ ଅଲିମ୍ପିକରେ ଭାରତ କ୍ୱାର୍ଟର୍ ଫାଇନାଲ୍ରେ ପହଞ୍ôଚ ଆଶା ଉଜ୍ଜଳ ହୋଇଯାଇଛି ।

ଆୟର୍ଲାଣ୍ଡକୁ ହରାଇବା ପରେ ଭାରତୀୟ ମହିଳା ଟିମ୍ ଦକ୍ଷିଣ ଆଫ୍ରିକାକୁ ଭେଟିବାକୁ ଯାଉଛି । ଏଥିସହ ଶନିବାର ହେବାକୁ ଥିବା ମ୍ୟାଚ୍ରେ ଆୟର୍ଲାଣ୍ଡକୁ ବ୍ରିଟେନ୍ ଟିମ୍ ପରାଜିତ କରାଇଲେ ତାହା ଭାରତ ପାଇଁ ଆହୁରି ସହଜ ହୋଇପାରିବ । ତେବେ ୧୪ଟି ପେନାଲ୍ଟି କର୍ଣ୍ଣର ପାଇବା ପରେ ମଧ୍ୟ ଗୋଲ ଦେଇପାରିନଥିଲା ଭାରତୀୟ ମହିଳା ଦଳ । ଆଉ ୩ ମିନିଟ୍ ମ୍ୟାଚ୍ ଥିବାବେଳେ ରାଣୀ ରାମପାଲ ପାସ୍ କରିବାର ସୁଯୋଗକୁ ନବନୀତ ଗୋଲ୍ରେ ପରିଣତ କରି ବିଜୟ ଆଣିପାରିଥିଲେ ।

ପ୍ରଥମରୁ ସଂଘର୍ଷ କରିଆସୁଥିବା ଭାରତୀୟ ମହିଳା ଟିମ୍ ପାଇଁ ଏହି ବିଜୟ ନିହାତି ଆବଶ୍ୟକ ରହିଥିଲା । କାରଣ ଏହା ପୂର୍ବରୁ ନେଦରଲାଣ୍ଡ, ଗ୍ରେଟ୍ ବ୍ରିଟେନ୍ ଓ ଜର୍ମାନୀଠାରୁ ପରାଜିତ ହୋଇ ଅଲିମ୍ପିକ୍ ରାଙ୍କିଙ୍ଗ୍ରେ ୧୨ ନମ୍ବରକୁ ଖସି ଯାଇଥିଲା ଭାରତୀୟ ମହିଳା ଟିମ୍ । ସେପଟେ ଭାରତୀୟ ପୁରୁଷ ଦଳ ଉଲ୍ଲେଖନୀୟ ପ୍ରଦର୍ଶନ କରି ୪ରୁ ୩ ନମ୍ବରକୁ ଉଠିପାରିଛି । ନେଦରଲାଣ୍ଡକୁ ପରାସ୍ତ କରିବା ପରେ ପୁରୁଷ ଦଳ ଏଭଳି ସ୍ଥିତିରେ ପହଞ୍ଚିଛି ।

Get real time updates directly on you device, subscribe now.