fbpx

ଇତିହାସ ରଚିଲା ଭାରତୀୟ ହକି ଦଳ, ଅଷ୍ଟ୍ରେଲିଆକୁ ହରାଇ ସେମି ଫାଇନାଲରେ ଟିମ୍

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ମହିଳା ହକି ଦଳ । ଟିମ୍ ପ୍ରଥମଥର ପାଇଁ ଟୋକିଓ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିଛି । କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆକୁ ୧-୦ରେ ହରାଇଛି ଭାରତ । ଭାରତ ପକ୍ଷରୁ ଗୁରଜିତ୍ କୌର ଦେଇଛନ୍ତି ଗୋଲ୍ । ମହିଳା ଟିମ୍ ତୃତୀୟ ଥର ପାଇଁ ଅଲିମ୍ପିକ୍ସରେ ପ୍ରବେଶ କରିଛନ୍ତି ।

୨୦୧୬ ରିଓ ଅଲିମ୍ପିକ୍ସରେ ଟିମ୍ ୧୨ ନମ୍ବରରେ ରହିଥିଲା । ଏହା ବ୍ୟତୀତ ୧୯୮୦ ମସିହାରେ ଟିମ୍ ଚତୁର୍ଥ ସ୍ଥାନରେ ଥିଲା । କିନ୍ତୁ ସେହି ସମୟରେ ସେମିଫାଇନାଲର ମ୍ୟାଚ ନଥିଲା । ପୁଲ ମ୍ୟାଚ୍ ପ୍ରଦର୍ଶନ ଆଧାରରେ ଟପ୍-୩ ଦଳ ନିଷ୍ପତ୍ତି ହୋଇଥିଲା ।

ତେବେ ମ୍ୟାଚରେ ମହିଳା ଟିମ୍ ଶୁଭାରମ୍ଭ ଭଲ କରିଥିଲେ । ପ୍ରଥମ କ୍ୱାର୍ଟରରେ ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ ସ୍କୋର କରିପାରି ନଥିଲେ । ପରେ ଗୁରୁଜିତ କୌର ଏକ ପେନାଲ୍ଟି କର୍ନର ସ୍କୋର କରି ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ । ସ୍କୋର ଅଧା ସମୟ ପର୍ଯ୍ୟନ୍ତ ସମାନ ରହିଲା । ତୃତୀୟ କ୍ୱାର୍ଟରରେ ମଧ୍ୟ କୌଣସି ଗୋଲ୍ ନଥିଲା ଏବଂ ଭାରତୀୟ ଦଳ ୧-୦ରେ ଆଗୁଆ ଥିଲା । ଚତୁର୍ଥ କ୍ୱାର୍ଟରରେ ଅଷ୍ଟ୍ରେଲିଆର ଦଳ ଜୋରଦାର ଆକ୍ରମଣ କରିଥିଲା ଏବଂ ଲଗାତାର ଦୁଇଟି କର୍ଣ୍ଣର ପାଇଲା । ସେ ମ୍ୟାଚରେ ମୋଟ ୯ ପେନାଲ୍ଟି କର୍ଣ୍ଣର ପାଇଥିଲେ, କିନ୍ତୁ ସେମାନେ ଏଥିରେ ସ୍କୋର କରିପାରିନଥିଲେ । ଭାରତୀୟ ଦଳ ମାତ୍ର ଗୋଟିଏ କର୍ଣ୍ଣର ପାଇ ଏଥିରେ ଗୋଲ ସ୍କୋର କରି ବିଜୟ ସୁନିଶ୍ଚିତ କରିଥିଲା । ଏହା ପୂର୍ବରୁ ଭାରତୀୟ ପୁରୁଷ ଟିମ୍ ମଧ୍ୟ ସେମିଫାଇନାଲକୁ ପହଞ୍ଚି ପଦକ ଆଶାକୁ ବଜାୟ ରଖିଛନ୍ତି ।

Get real time updates directly on you device, subscribe now.