ରୁଷରେ ୟୁକ୍ରେନର ଭୟଙ୍କର ଡ୍ରୋନ୍ ଆକ୍ରମଣ: ପ୍ରାଣ ହରାଇଲେ ୪ ଭାରତୀୟ, ୩ ଆହତ!
ରୁଷ ଉପରେ ହୋଇଥିବା ୟୁକ୍ରେନର ଡ୍ରୋନ୍ ଆକ୍ରମଣରେ ପ୍ରାଣ ହରାଇଥିବା ଭାରତୀୟ ଶ୍ରମିକଙ୍କ ମୃତ୍ୟୁରେ ରୁଷରେ ଥିବା ଭାରତୀୟ ଦୂତାବାସ ଗଭୀର ସମବେଦନା ପ୍ରକାଶ କରିଛି। ଏଥିସହ ଆହତମାନଙ୍କୁ ସମସ୍ତ ପ୍ରକାର ଆବଶ୍ୟକୀୟ ସହାୟତା ଯୋଗାଇ ଦେବା ପାଇଁ ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି।
ମସ୍କୋ: ରୁଷ ଉପରେ ୟୁକ୍ରେନ ଦ୍ୱାରା ହୋଇଥିବା ଏକ ବଡ଼ ଧରଣର ଡ୍ରୋନ୍ ଆକ୍ରମଣରେ ଜଣେ ଭାରତୀୟ ଶ୍ରମିକଙ୍କ ସମେତ ଚାରି ଜଣ ପ୍ରାଣ ହରାଇଛନ୍ତି ବୋଲି ରବିବାର ଭାରତୀୟ ଦୂତାବାସ ସୂଚନା ଦେଇଛି। ଶନିବାର ଏବଂ ରବିବାର ମଧ୍ୟରାତ୍ରିରେ ଏହି ଡ୍ରୋନ୍ ଆକ୍ରମଣ ହୋଇଥିଲା, ଯେଉଁଥିରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (ପୂର୍ବରୁ ଟ୍ୱିଟର)ରେ ଏକ ବିବୃତି ଜାରି କରି ରୁଷରେ ଥିବା ଭାରତୀୟ ଦୂତାବାସ କହିଛି ଯେ ଏହି ଆକ୍ରମଣରେ ଅନ୍ୟ ତିନି ଜଣ ଭାରତୀୟ ମଧ୍ୟ ଆହତ ହୋଇଛନ୍ତି। ଦୂତାବାସର ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ହସ୍ପିଟାଲରେ ଆହତ ଶ୍ରମିକମାନଙ୍କୁ ଭେଟିଛନ୍ତି ଏବଂ ସେମାନଙ୍କୁ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଉଛି ବୋଲି ଆଶ୍ୱସନା ଦେଇଛନ୍ତି ।
ଭାରତୀୟ ଦୂତାବାସ ମୃତ ଭାରତୀୟ ଶ୍ରମିକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛି, ତେବେ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଦୂତାବାସ ପକ୍ଷରୁ କୁହାଯାଇଛି, “ଆଜି ମସ୍କୋ ଅଞ୍ଚଳରେ ହୋଇଥିବା ଡ୍ରୋନ୍ ଆକ୍ରମଣ ଯୋଗୁଁ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ଦୂତାବାସର କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ହସ୍ପିଟାଲରେ ଆହତମାନଙ୍କୁ ଭେଟିଛନ୍ତି।” ଦୂତାବାସ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସ୍ଥାନୀୟ ପ୍ରଶାସନ ଓ ସମ୍ପୃକ୍ତ କମ୍ପାନୀର ପରିଚାଳନା ସମିତି ସହ ମିଶି ଆହତମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଚେଷ୍ଟା କରୁଛି।
Сегодня в Подмосковье в результате атаки беспилотника погиб один гражданин Индии и ещё трое получили ранения. Сотрудники посольства выехали на место происшествия и навестили пострадавших в больнице.
Посольство выражает искренние соболезнования семье погибшего и делает всё… https://t.co/U6TaSVyj3E
— India in Russia (@IndEmbMoscow) May 17, 2026
ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରୁଷ ଉପରେ ହୋଇଥିବା ଏହି ଡ୍ରୋନ୍ ଆକ୍ରମଣକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ, ମସ୍କୋ ଏହି ଯୁଦ୍ଧକୁ ଶେଷ କରିବା ଦରକାର ବୋଲି ରୁଷବାସୀଙ୍କୁ ଏହା ଏକ ବାର୍ତ୍ତା। ‘ଏକ୍ସ’ରେ ଆକ୍ରମଣର ଏକ ଭିଡିଓ ସେୟାର କରି ଜେଲେନସ୍କି ଏହି ସଠିକ୍ ଓ ସଫଳ ଆକ୍ରମଣ ପାଇଁ ୟୁକ୍ରେନ ସେନାକୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଯେ ୟୁକ୍ରେନ ସୀମାରୁ ୫୦୦ କିଲୋମିଟରରୁ ଅଧିକ ଦୂର ଏବଂ ମସ୍କୋ ଅଞ୍ଚଳରେ ରୁଷର ସବୁଠାରୁ ଶକ୍ତିଶାଳୀ ଏୟାର ଡିଫେନ୍ସ (ବାୟୁ ପ୍ରତିରକ୍ଷା ବ୍ୟବସ୍ଥା) ଥିବା ସତ୍ତ୍ୱେ ମଧ୍ୟ ଆମେ ଏଥିରେ ସଫଳ ହୋଇଛୁ।
ସ୍ଥାନୀୟ ପ୍ରଶାସନ ସୂଚନା ଅନୁଯାୟୀ, ୟୁକ୍ରେନର ଏହି ଆକ୍ରମଣରେ ଖିମକି ଅଞ୍ଚଳରେ ଜଣେ ମହିଳାଙ୍କ ସମେତ ମୋଟ ଚାରି ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ପୋଗୋରେଲକି ଗାଁରେ ଦୁଇ ଜଣ ପୁରୁଷ ପ୍ରାଣ ହରାଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରୁଷ ମଧ୍ୟ ପୂର୍ବରୁ ୟୁକ୍ରେନ ଉପରେ ଏହିଭଳି ଡ୍ରୋନ୍ ଆକ୍ରମଣ କରିଆସିଛି ଏବଂ ଏହାର ଜବାବରେ ୟୁକ୍ରେନ ଏହି ପାଲଟା ଆକ୍ରମଣ କରିଛି, ଯାହାକୁ ସେ ସମ୍ପୂର୍ଣ୍ଣ ଭାବେ ଯୁକ୍ତିଯୁକ୍ତ ବୋଲି ଦର୍ଶାଇଛି।

